ଏହି ଅଭିନେତ୍ରୀଙ୍କ ସହ ଆଗାମୀ ଫିଲ୍ମରେ ଆସୁଛନ୍ତି ରାଜ୍‌ କୁମାର୍‌ ରାଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 18, 2018

ଏହି ଅଭିନେତ୍ରୀଙ୍କ ସହ ଆଗାମୀ ଫିଲ୍ମରେ ଆସୁଛନ୍ତି ରାଜ୍‌ କୁମାର୍‌ ରାଓ

ମୁମ୍ବାଇ: ଅଭିନେତା ରାଜ୍‌କୁମାର୍‌ ରାଓ ବଲିଉଡ୍‌ରେ ଧୀରେ ଧୀରେ ସଫଳତାର ଶିଡ଼ି ଚଢ଼ିବାରେ ଲାଗିଛନ୍ତି। ଫିଲ୍ମ୍‌ ‘ସ୍ତ୍ରୀ’ ବକ୍ସ ଅଫିସ୍‌ରେ ଜବରଦସ୍ତ ପ୍ରଦର୍ଶନ ପରେ ଏବେ ରାଜ୍‌କୁମାର୍‌ ରାଓ ତାଙ୍କ ଆଗାମୀ ପ୍ରୋଜେକ୍ଟ୍‌କୁ ନେଇ ବ୍ୟସ୍ତ।

ଆସନ୍ତା ବର୍ଷ ଅଗଷ୍ଟ ୧୫ ତାରିଖରେ ମୁକ୍ତିଲାଭ ହେବାକୁ ଥିବା ଫିଲ୍ମ୍‌ ‘ମେଡ୍‌ ଇନ୍ ଚାଇନା’ର କିଛି ଫଟୋକୁ ରାଜ୍‌କୁମାର୍‌ ସୋଶାଲ୍‌ ମିଡିଆରେ ଶେୟାର୍‌ କରିଛନ୍ତି। ଏହି ଫିଲ୍ମ୍‌ରେ ଅଭିନେତ୍ରୀ ମୌନୀ ରୟ ତାଙ୍କ କୋ-ଷ୍ଟାର୍‌ ଅଛନ୍ତି।

‘ମେଡ୍‌ ଇନ୍‌ ଚାଇନା’ରେ ମୌନୀଙ୍କ ସହ ଏହି ଫଟୋ ଶେୟାର କରିବା ପରେ ନିଜ ଟ୍ୱିଟର୍‌ ପୃଷ୍ଠାରେ ରାଜ୍‌କୁମାର୍‌ ଫିଲ୍ମରେ ତାଙ୍କ ଚରିତ୍ର ଓ ମୌନୀଙ୍କ ଚରିତ୍ର ସମ୍ପର୍କରେ ମଧ୍ୟ ସୂଚନା ଦେଇଛନ୍ତି। ଏଥିରେ ରାଜ୍‌କୁମାର୍‌ ରଘୁ ଓ ମୌନୀ ରୁକ୍ମିଣୀ ଚରିତ୍ରରେ ନଜର ଆସିବେ। ଫିଲ୍ମରେ ବୋମନ୍‌ ଇରାନି ମଧ୍ୟ ଅଛନ୍ତି। ‘ମଡୋକ୍‌ ଫିଲ୍ମ୍‌ସ’ ବ୍ୟାନର୍‌ରେ ଦିନେଶ୍ ବିଜନ୍‌ ଏହାର ନିର୍ମାଣ କରୁଛନ୍ତି।

ନିକଟରେ ମୁକ୍ତିଲାଭ କରିଥିବା ରାଜ୍‌କୁମାର୍‌ ରାଓ ଓ ଶ୍ରଦ୍ଧା କପୁର୍‌ ଅଭିନୀତ ଏହି କମେଡ଼ି ଫିଲ୍ମ ‘ସ୍ତ୍ରୀ’ ବକ୍ସ୍‌ ଅଫିସ୍‌ରେ ରେକର୍ଡ ବ୍ୟବସାୟ କରିଛି। ଆଗକୁ ଅନୀଲ୍ କପୁରଙ୍କ ସହ ‘ଏକ୍‌ ଲଡ଼କିକୋ ଦେଖା ତୋ ଐସା ଲଗା’ ସହ ରାଜ୍‌କୁମାର୍‌ଙ୍କ ହାତରେ ‘5 ୱେଡିଂ’ ଓ ‘ମେଣ୍ଟାଲ୍‌ ହୈ କ୍ୟା’ ପରି ଫିଲ୍ମ ରହିଛି। ଗତବର୍ଷ ରିଲିଜ୍‌ ହୋଇଥିବା ରାଜ୍‌କୁମାର୍‌ଙ୍କ ଫିଲ୍ମ୍‌ ‘ନିଉଟନ୍‌’ ଓସ୍କାର୍‌ ‌ଆୱାର୍ଡ୍‌ ସ୍କ୍ରିନିଂ ପାଇଁ ବଳିଉଡ୍‌ରୁ ମନୋନୀତ ହୋଇଥିଲା।



from Odisha Reporter https://ift.tt/2xBLGor

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages