ଭାରତରେ ଲଞ୍ଚ୍‌ ହେଲା Moto G6 Plus - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 10, 2018

ଭାରତରେ ଲଞ୍ଚ୍‌ ହେଲା Moto G6 Plus

moto

ନୂଆଦିଲ୍ଲୀ( ଓଡ଼ିଶା ରିପୋର୍ଟର୍‌): ଭାରତୀୟ ବଜାରରେ ଲେନେଭୋର ଆଉ ଏକ ସ୍ମାର୍ଟଫୋନ୍‌ ଲଞ୍ଚ ହୋଇଛି। ଏହା ହେଲା ମୋଟୋରୋଲାର Moto G6 Plus । ଏହା ପୂର୍ବରୁ କମ୍ପାନୀ ଚଳିତବର୍ଷ ଜୁନ୍‌ରେ Moto G6 ଓ Moto G6 Playକୁ ଭାରତରେ ଲଞ୍ଚ କରିଥିଲା। କମ୍ପାନୀ ପକ୍ଷରୁ Moto G6 Plusର ମୂଲ୍ୟ ୨୨,୪୯୯ ଟଙ୍କା ରଖାଯାଇଛି।
6GB ରାମ୍‌ ଓ 64GB ଷ୍ଟୋରେଜ୍‌ କାପାସିଟି ଭେରିଏଣ୍ଟରେ ଏହାକୁ ଲଞ୍ଚ କରାଯାଇଛି। କେବଳ ଇଣ୍ଡିଗୋ ବ୍ଲାକ୍‌ କଲର୍‌ ଅପସନ୍‌ରେ ଏହାକୁ ବଜାରକୁ ଛଡ଼ାଯାଇଛି।
ଆମାଜନ୍‌ ଇଣ୍ଡିଆ ୱେବସାଇଟ୍‌, ମୋଟୋ ହବ୍‌ ଓ ମୋଟୋରୋଲାର ଅଫ୍‌ଲାଇନ୍‌ ରିଟେଲର୍‌ ପାର୍ଟନର୍ସଙ୍କ ପାଖରୁ ଏହାକୁ କିଣି ହେବ।
Paytm Mall ଗ୍ରାହକ ଆପ୍‌ ଜରିଆରେ ମୋବାଇଲ୍‌ କିଣିଲେ ୩୦୦୦ ଟଙ୍କା କ୍ୟାସ୍‌ବ୍ୟାକ୍‌ ଦିଆଯାଉଛି। ସେହିପରି ଜିଓ ଗ୍ରାହକଙ୍କୁ ୧୯୮ ଓ ୨୯୯ ଟଙ୍କାର ରିଚାର୍ଜରେ ୪୪୫୦ ଟଙ୍କାର କ୍ୟାସ୍‌ବ୍ୟାକ୍‌ ଦିଆଯାଉଛି।
ଡୁଆଲ୍‌ ସିମ୍‌ ନାନୋ ସପୋର୍ଟ ବାଲା ଏହି ଫୋନ୍‌ Android 8.0 orioରେ ଚାଲୁଛି। ଶୀଘ୍ର ଏଥିରେ Android P ଅପ୍‌ଲୋଡ଼ କରାଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।
ଏଥିରେ 18:9 ରେସିଓ ସହ 5.93 ଇଞ୍ଚ ଫୁଲ୍‌ ଏଚ୍‌ଡି ପ୍ଲସ୍‌ (1080×2160 pixels) ଡିସ୍‌ପ୍ଲେ ଦିଆଯାଇଛି। 6GB ରାମ ଓ Adreno 508 GPU ସହ 2.2GHz Octa-core snapdragon 630 processor ଦିଆଯାଇଛି।
ଫଟୋଗ୍ରାଫି ପାଇଁ G6 Plus ରିୟରରେ ଡୁଆଲ୍‌ କ୍ୟାମେରା ଦିଆଯାଇଛି। ପ୍ରାଇମେରୀ କ୍ୟାମେରା 12 Megapixel ଓ ସେକେଣ୍ଡାରୀ କ୍ୟାମେରା 5 Megapixelର ରହିଛି। ସେହିପରି ଫ୍ରଣ୍ଟ କ୍ୟାମେରା 8 Megapixelର ରହିଛି। ଉଭୟ ଫ୍ରଣ୍ଟ ଓ ରିୟରରେ ସେଲ୍‌ଫି ସୁବିଧା ରହିଛି।
ଏହାସହ ଏଥିରେ 4G LTE, Wi-Fi, Bluetooth 5.0, USB Type-C, NFC ଓ 3.5mm audio jackର ସପୋର୍ଟ ରହିଛି। ଏହାର ବ୍ୟାଟେରୀ 3,200mAh ରହିଛି।



from Odisha Reporter https://ift.tt/2oVdjoj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages