
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କୁହାଯାଏ ଜଳ ହିଁ ଜୀବନ। ଆମ ଶରୀର ପାଇଁ ଜଳର ଆବଶ୍ୟକତା ସବୁଠାରୁ ଅଧିକ। ହେଲେ ଏହା ମାତ୍ରାଧିକ ହେଲେ ସମସ୍ୟା ସୃଷ୍ଟି ହୋଇପାରେ।
ଅଧିକାଂଶ ଲୋକେ ଡାଏଟିଂ ପାଇଁ ମଧ୍ୟ ଅଧିକ ପାଣି ପିଇଥାନ୍ତି। କିନ୍ତୁ ଆପଣ ହୁଏତ ଜାଣି ନ ଥିବେ ଆବଶ୍ୟକତାଠାରୁ ଅଧିକ ପାଣି ପିଇବା ସ୍ୱାସ୍ଥ୍ୟପାଇଁ କ୍ଷତିକାରକ ହୋଇପାରେ। ଏକ ଗବେଷଣାରୁ ଜଣାପଡ଼ିଛି ଯେ, ଅଧିକ ପାଣି ପିଇବା ଦ୍ୱାରା ମସ୍ତିଷ୍କ ସଂକ୍ରମଣ ହୋଇଥାଏ। କାରଣ ଶରୀରରେ ଅଧିକ ମାତ୍ରାରେ ପାଣି ହେବା ଦ୍ୱାରା ସୋଡ଼ିୟମ୍ ମାତ୍ରା କମ୍ ହୋଇଯାଇଥାଏ।
ସୋଡିୟମ୍ ସ୍ତର କମ୍ ହେବା ଦ୍ୱାରା ମସ୍ତିଷ୍କରେ କୁ ପ୍ରଭାବ ପକାଇଥାଏ। ଯାହାକି ଖୁବ୍ କ୍ଷତିକାରକ। ସୋଡିୟମ୍ ସ୍ତର କମ୍ ହେଲେ ହାଇପୋଟ୍ରିମିଆର ହୋବାର ଆଶଙ୍କା ବଢ଼ିଯାଇଥାଏ। ସୋଡିୟମ୍ ଏକ ପ୍ରକାର ଏଲୋକ୍ଟ୍ରୋ ଲାଇଟ୍। ଯାହା ଆମ ଶରୀରର ପାଣିର ମାତ୍ରକୁ ନିୟନ୍ତ୍ରଣ କରିଥାଏ।
ଅଧିକ ପାଣି ପିଇବା ଦ୍ୱାରା ସମସ୍ୟା
–ଆବଶ୍ୟକତା ଠାରୁ ଅଧିକ ପାଣି ପିଇଲେ ଖାଦ୍ୟକୁ ହଜମ୍ କରିବାରେ ସାହାଯ୍ୟ କରୁଥିବା ପାଚନ ରସ କାମ କରିବା ବନ୍ଦ କରିଦେଇଥାଏ। ଏଥିପାଇଁ ଖାଦ୍ୟ ଡେରିରେ ହଜମ ହୋଇଥାଏ।ଅନେକ ସମୟରେ ଖାଲିପେଟରେ ଥଣ୍ଡା ପାଣି ପିଇବା ଦ୍ୱାରା ଥଣ୍ଡା ରୋଗ ହୋଇଥାଏ।
-କେବେକେବେ ଆବଶ୍ୟକତା ଠାରୁ ଅଧିକ ପାଣି ପିଇବା ଦ୍ୱାରା ହାର୍ଟ ଆଟାକ୍ ବି ଆସିପାରେ।
-ଆପଣ ଯଦି ଆବଶ୍ୟକତା ଠାରୁ ଅଧିକ ପାଣି ପିଉଛନ୍ତି ତେବେ ଏହା ଦ୍ୱାରା କିଡ୍ନୀର ସମସ୍ୟା ବି ହୋଇଥାଏ। କାହିଁକି ନା ପାଣି ପିଇବା ଦ୍ୱାରା କିଡ୍ନୀକୁ ନିଜ କ୍ଷମତାଠୁ ଅଧିକ କାମ କରିବାକୁ ପଡ଼ିଥାଏ।
-ତେଣୁ ଦିନକୁ ୬ରୁ୮ ଗ୍ଲାସ କିମ୍ବା ୧.୨ କିମ୍ବା ୧.୫ ଲିଟର ପାଣି ପିଇବା ଆବଶ୍ୟକ
from Odisha Reporter https://ift.tt/2Rc3yPq
No comments:
Post a Comment