
ନୂଆଦିଲ୍ଲୀ: ଟିମ୍ ୱେଷ୍ଟଇଣ୍ଡିଜ୍ ଚଳିତ ବର୍ଷ ଭାରତରେ ସିରିଜ୍ ଖେଳିବାକୁ ଆସିବ। ଏନେଇ ଆଜି ବିସିସିଆଇ ଓ ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ବୋର୍ଡ ମଧ୍ୟରେ ସହମତି ହୋଇଛି।
ୱେଷ୍ଟଇଣ୍ଡିଜ୍ ଟିମ୍ ଏହି ଗସ୍ତ କାଳରେ ଭାରତ ସହ ୨ଟି ଟେଷ୍ଟ୍, ୫ଟି ଦିନିକିଆ ଓ ୩ଟି ଟି-୨୦ ମ୍ୟାଚ୍ ଖେଳିବ। ଆସନ୍ତା ଅକ୍ଟୋବର ୪ରୁ ନଭେମ୍ବର ୧୧ ଯାଏ ୱେଷ୍ଟଇଣ୍ଡିଜ୍ ଓ ଭାରତ ମଧ୍ୟରେ ଏହି ସିରିଜ୍ ଖେଳାଯିବ। ଏସଂକ୍ରାନ୍ତ କାର୍ଯ୍ୟସୂଚୀ ମଧ୍ୟ ପ୍ରକାଶ ପାଇଛି।
ଅକ୍ଟୋବର ୪ରୁ ୮ ଯାଏ ରାଜକୋଟ୍ରେ ପ୍ରଥମ ଟେଷ୍ଟ୍ ଓ ୧୨ରୁ ୧୬ ଯାଏ ହାଇଦ୍ରାବାଦ୍ରେ ଦ୍ୱିତୀୟ ଟେଷ୍ଟ୍ ମ୍ୟାଚ୍ ଖେଳାଯିବ। ସେହିପରି ୨୧ ଅକ୍ଟୋବରରେ ଗୌହ୍ୱାଟୀରେ ପ୍ରଥମ ଦିନିକିଆ, ୨୪ରେ ଇନ୍ଦୋରଠାରେ ଦ୍ୱିତୀୟ ଦିନିକିଆ, ୨୭ରେ ପୁଣେଠାରେ ତୃତୀୟ ଦିନିକିଆ, ୨୯ରେ ମୁମ୍ବାଇଠାରେ ୪ର୍ଥ ଦିନିକିଆ ଏବଂ ଶେଷ ଦିନିକିଆଟି ଥିରୁବନନ୍ତପୁରମ୍ଠାରେ ନଭେମ୍ବର ୧ରେ ଖେଳାଯିବ।
ଟି-୨୦ ସିରିଜ୍ ୪ ନଭେମ୍ବରରୁ ୧୧ ତାରିଖ ଯାଏ ଚାଲିବ। ନଭେମ୍ବର ୪ରେ ଖେଳାଯିବାକୁ ଥିବା ପ୍ରଥମ ଟି-୨୦ଟି କୋଲକାତାରେ, ଦ୍ୱିତୀୟ ମ୍ୟାଚ୍ ୬ ତାରିଖରେ ଲକ୍ଷ୍ନୌରେ ଓ ୩ୟ ଟି-୨୦ ନଭେମ୍ବର ୧୧ରେ ଚେନ୍ନାଇଠାରେ ଖେଳାଯିବ।
from Odisha Reporter https://ift.tt/2N918SL
No comments:
Post a Comment