ଡଙ୍ଗା ସହ ବୁଡ଼ିଗଲେ ୪୦ରୁ ଅଧିକ ଯାତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 5, 2018

ଡଙ୍ଗା ସହ ବୁଡ଼ିଗଲେ ୪୦ରୁ ଅଧିକ ଯାତ୍ରୀ

ଗୌହ୍ୱାଟୀ: ଆସାମର ଗୌହ୍ୱାଟୀ ଦେଇ ପ୍ରବାହିତ ବ୍ରହ୍ମପୁତ୍ର ନଦୀରେ ଆଜି ଏକ ଯାତ୍ରୀବାହୀ ଡଙ୍ଗା ୪୦ରୁ ଅଧିକ ଯାତ୍ରୀ ଓ ପ୍ରାୟ ୨oଟି  ବାଇକ୍‌ ସହ ବୁଡ଼ିଯାଇଛି। ଡଙ୍ଗାଟି ବୁଡ଼ି ଯିବା ପରେ  ୧୨ ଜଣ ଯାତ୍ରୀ ପହଁରି ପହଁରି କୂଳକୁ ଆସିବାକୁ ସକ୍ଷମ ହୋଇଛନ୍ତି।.
 
ଉଦ୍ଧାରକାରୀ ଦଳ ଏଯାଏ ମାତ୍ର ୨ ଜଣଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ଡଙ୍ଗାରେ ଥିବା ପାଖାପାଖି ଅନ୍ୟ ୩୦ ଜଣ ଯାତ୍ରୀଙ୍କର କୌଣସି ପତ୍ତା ମିଳିନାହିଁ। ଏହି ଡଙ୍ଗାରେ ଅଧିକାଂଶ ମହିଳା ଓ ଶିଶୁ ଥିବା ଜଣାପଡ଼ିଛି। ନଦୀ ପାର ହେବା ସମୟରେ ଡଙ୍ଗାରେ ୧୮ରୁ ଅଧିକ ବାଇକ୍‌ ରହିଥିଲା। ସେଗୁଡ଼ିକ ମଧ୍ୟ ପାଣିରେ ବୁଡ଼ି ଯାଇଛି।
 
ଉଦ୍ଧାର କାର୍ଯ୍ୟରେ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବିଭାଗର ୨୫ ଜଣିଆ ଟିମ୍‌ ସହ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ନିୟୋଜିତ ହୋଇଛନ୍ତି। ଉଦ୍ଧାର କାର୍ଯ୍ୟରେ ସେନା ବାହିନୀକୁ ମଧ୍ୟ ନିୟୋଜିତ କରାଯାଇଛି। 
 
ଡଙ୍ଗାଟିରେ ଥିବା ଯାତ୍ରୀମାନେ ଗୌହ୍ୱାଟୀ ସିଟିର ଫ୍ୟାନ୍ସି ବଜାରରୁ ଉତ୍ତର ଗୌହ୍ୱାଟୀର ମଧ୍ୟୟମ୍‌ ଖାନାଡାକୁ ଯାଉଥିବା ବେଳେ କୂଳଠାରୁ ୨୦୦ ମିଟର୍‌ ଦୂରରେ ଏହାର ଇଞ୍ଜିନ୍‌ ଖରାପ୍ ହୋଇଯାଇଥିଲା। ଫଳରେ ଡଙ୍ଗାଟି ଅଶ୍ୱକ୍ଲାନ୍ତା ମନ୍ଦିର ଘାଟ ନିକଟରେ ବୁଡ଼ି ଯାଇଥିଲା। 
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଡଙ୍ଗାରେ ୨୪ ଜଣ ଯିବାର ସୁବିଧା ଥିଲେ ହେଁ ଏଥିରେ ୪୦ରୁ ଅଧିକ ଲୋକ ଓ ୨ଚକିଆ ଗାଡ଼ି ରହିଥିଲା। ଯାତ୍ରୀଙ୍କୁ ନେବା ଆଣିବା କରୁଥିବା ଏହି ଘରୋଇ ଡଙ୍ଗା ସେବା ଯୋଗାଣକାରୀ ସଂସ୍ଥାର ଜଣେ ଅଧିକାରୀ  କହିଛନ୍ତି, ୨୨ ଜଣ ଲୋକଙ୍କୁ ଯିବା ପାଇଁ ଟିକେଟ୍‌ ଦିଆଯାଇଥିଲା। କିନ୍ତୁ କିଛି ଲୋକ ବିନା ଟିକେଟ୍‌ରେ ମଧ୍ୟ ଯାତ୍ରା କରୁଥିଲେ। 
ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ଘଟଣାରେ ଗଭୀର ଦୁଃଖପ୍ରକାଶ କରିବା ସହ ଡଙ୍ଗା ବୁଡ଼ିର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।


from Odisha Reporter https://ift.tt/2CxEr6H

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages