Honor ସ୍ମାର୍ଟ ଫୋନ୍‌ରେ ୫୦୦୦ଟଙ୍କା ଯାଏ ରିହାତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 18, 2018

Honor ସ୍ମାର୍ଟ ଫୋନ୍‌ରେ ୫୦୦୦ଟଙ୍କା ଯାଏ ରିହାତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ମୋବାଇଲ୍‌ ଫୋନ୍‌ ଗ୍ରାହକଙ୍କ ପାଇଁ ଖୁସି ଖବର। ସ୍ମାର୍ଟ ଫୋନ୍‌ ନିର୍ମାତା କମ୍ପାନୀ Huaweiର ସବ୍‌ ବ୍ରାଣ୍ଡ୍‌ ‘ହନର୍‌’ ଏହାର ବିଭିନ୍ନ ସ୍ମାର୍ଟ ଫୋନ୍‌ର ୪ ଦିନିଆ ମେଗା ଅନ୍‌ଲାଇନ୍‌ ସେଲ୍‌ ଘୋଷଣା କରିଛି। ଏହି ସେଲ୍‌ ଅବସରରେ କମ୍ପାନୀର ବିଭିନ୍ନ ସ୍ମାର୍ଟ ଫୋନ୍‌ ଉପରେ ଆକର୍ଷଣୀୟ ରିହାତି ମିଳିବ। ଏହି ୪ ଦିନିଆ ସେଲ୍‌ ସେପ୍ଟେମ୍ବର ୧୮ରୁ ଆରମ୍ଭ ହୋଇ ୨୧ ତାରିଖ, ଶୁକ୍ରବାର ଯାଏ ଅନ୍‌ଲାଇନ୍‌ ସପିଂ ସାଇଟ୍ ଫ୍ଲିପ୍‌ କାର୍ଡ୍‌ ଜରିଆରେ ଚାଲିବ।

ଏହି ମେଗା ସେଲ୍‌ରେ ରିହାତି ମିଳୁଥିବା ସ୍ମାର୍ଟ ଫୋନ୍‌ଗୁଡ଼ିକ ମଧ୍ୟରେ Honor 9 Lite, Honor 10, Honor 9 ଓ Honor 9i ସାମିଲ ରହିଛି। ଏଥିସହ କମ୍ପାନୀ Honor 9Nର ଦୁଇଟି ନୂଆ କଲର୍ ଭ୍ୟାରିୟାଣ୍ଟ-ରବିନ୍ ଏଗ୍ ଓ ଲ୍ୟାଭେଣ୍ଡର୍‌ ପର୍ପଲକୁ ମଧ୍ୟ ବିକ୍ରି ପାଇଁ ଛାଡ଼ିଛି।

ଚାରିଦିନିଆ ସେଲ୍‌ରେ Honor 9 Lite 4GB ରାମ୍‌ 64GB ଷ୍ଟୋରେଜ୍‌ ଭ୍ୟାରିୟାଣ୍ଟ ଥିବା ସ୍ମାର୍ଟ୍‌ ଫୋନ୍‌ ୧୪,୯୯୯ ଟଙ୍କାରେ ମିଳୁଛି। ଏହାବ୍ୟତୀତ ଏଥିରେ ୩,୦୦୦ ଟଙ୍କା ଯାଏ ଏକ୍ସଚେଞ୍ଜ ଅଫର୍‌ ମଧ୍ୟ ଦିଆଯାଇଛି। ସେହିଭଳି Honor 10 6GB ରାମ୍‌ ଓ 128GB ଷ୍ଟୋରେଜ୍‌ ଭ୍ୟାରିୟାଣ୍ଟ ସ୍ମାର୍ଟ ଫୋନ୍‌ରେ ୫,୦୦୦ ଟଙ୍କା ରିହାତି ଦିଆଯିବା ପରେ ଏହା ୨୭,୯୯୯ ଟଙ୍କାରେ  ଉପଲବ୍ଧ ହେଉଛି। ଏହି ଫୋନ୍‌ଟିର ବେସ୍ ପ୍ରାଇସ୍ ୩୨,୯୯୯ ଟଙ୍କା।

ସେହିପରି Honor 9i ଚାରିଟି କ୍ୟାମେରାଯୁକ୍ତ ସ୍ମାର୍ଟ ଫୋନ୍‌ରେ ୧୦୦୦ ଟଙ୍କା ରିହାତି ପରେ ଏହା ୧୬,୯୯୯ ଟଙ୍କାରେ ମିଳୁଛି। ଏହା ବ୍ୟତୀତ ଏହି ସେଲ୍‌ରେ Honor 9Nର 3GB ରାମ୍/ 32GB ଷ୍ଟୋରେଜ୍ ଓ 4GB ରାମ୍/ 64GB ଷ୍ଟୋରେଜ୍ ଭ୍ୟାରିୟାଣ୍ଟ ସ୍ମାର୍ଟ ଫୋନ୍‌ର ମୂଲ୍ୟ ଯଥାକ୍ରମେ ୧୧,୯୯୯ ଟଙ୍କା ଓ ୧୩,୯୯୯ ଟଙ୍କା ରହିଛି। ଏଥିରେ ୧୦୦୦ ଟଙ୍କାର ଏକ୍ସଚେଞ୍ଜ ଭ୍ୟାଲ୍ୟୁ ସହ ରିହାତି ମଧ୍ୟ ମିଳୁଛି।



from Odisha Reporter https://ift.tt/2D9jHSP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages