
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚିଲିକାରେ ସି’ପ୍ଲେନ୍ ଅବତରଣ କରିବା ଖବର ଗ୍ରହଣୀୟ ନୁହେଁ ବୋଲି ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି।
ସେ କହିଛନ୍ତି, “ଚିଲିକାରେ ସି’ପ୍ଲେନ୍ ଅବତରଣ କରିବା ଖବର ଖବରକାଗଜରୁ ପଢ଼ିଲି। ଯଦି ଏପରି ହୁଏ, ତେବେ ଚିଲିକା ତା’ର ଜୈବ ବିବିଧତା ହରାଇବ, ତେଣୁ ଏହା ଗ୍ରହଣୀୟ ନୁହେଁ।”
ମନ୍ତ୍ରୀ ଆହୁରି କହିଛନ୍ତି, “ଏପରି ହେଲେ, ସ୍ଥାନୀୟ ଲୋକେ ସେମାନଙ୍କ ପେଟପାଟଣା ହରାଇବେ। ଏଥିପାଇଁ ଜଙ୍ଗଲ ଓ ପରିବେଶ ବିଭାଗ ସହ ଆଲୋଚନା କରିବା ପରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ।”
from Odisha Reporter https://ift.tt/2OsHvCe
No comments:
Post a Comment