ଲମ୍ବା ଛୁଟିରେ ବୁଲିବାକୁ ଯିବା ବେଳେ ଏମିତି ନେବେ ମେକ୍‌ଅପ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 16, 2018

ଲମ୍ବା ଛୁଟିରେ ବୁଲିବାକୁ ଯିବା ବେଳେ ଏମିତି ନେବେ ମେକ୍‌ଅପ୍‌

m11

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲମ୍ୱା ଛୁଟିରେ ବାହାରକୁ ବୁଲିବାକୁ ଯିବା ବେଳେ ମେକ୍‌ଅପ୍‌କୁ ନେଇ ଅନେକ ଚିନ୍ତିତ ଥା’ନ୍ତି। ଘଣ୍ଟା ଘଣ୍ଟା ଧରି ଗାଡ଼ିରେ ବସିବା ଯୋଗୁ ମେକ୍‌ଅପ୍‌ ଛାଡ଼ିଯିବାର ଭୟ ବି ଥାଏ। ଏହି ସମୟରେ ଆବଶ୍ୟକ ସାମଗ୍ରୀ ପ୍ୟାକିଂ ସହିତ ନିଜ ସୌନ୍ଦର୍ଯ୍ୟ ପ୍ରତି ମଧ୍ୟ ସଚେତନ ହେବାକୁ ପଡ଼ିଥାଏ।

ଏବେ ଆସନ୍ତୁ ଜାଣିବା, ବାହାରକୁ ବୁଲି ଯିବାର ପ୍ଲାନିଂ ଥିଲେ, ନିଜ ସୌନ୍ଦର୍ଯ୍ୟ ପାଇଁ କିପରି ପ୍ରସ୍ତୁତି କରିବେ।

m22

ପୂର୍ବରୁ ପ୍ରସ୍ତୁତ ରୁହନ୍ତୁ:

ବାହାରକୁ ଯିବାର ଦିନକ ପୂର୍ବରୁ ବିୟୁଟି ପାର୍ଲର ଯାଇପାରନ୍ତି ବା ଘରେ ଥ୍ରେଡିଂ ଓ ୱାକ୍ସିଂ ଆଦି କରିପାରନ୍ତି। ଘରେ ଯଦି ମେକ୍ ଅପ୍‌ କରୁଥା’ନ୍ତି, ତେବେ ପ୍ରଥମେ ଆଇବ୍ରୋକୁ ଥ୍ରେଡିଂ କରି ସଠିକ୍‌ ଆକାର ଦିଅନ୍ତୁ। ପରେ ବ୍ଲିଚିଂ ଓ ଫେସିୟାଲ୍‌ କରନ୍ତୁ। ଏହା ପରେ ୱାକ୍ସିଂ, ପେଡିକିଓର୍‌ ଓ ମ୍ୟାନିକିଓର୍‌ ଆଦି କରନ୍ତୁ।

ଏହି ସବୁ ସାମଗ୍ରୀ ସାଙ୍ଗରେ ରଖନ୍ତୁ:

ଯାତ୍ରା ସମୟରେ ସାଙ୍ଗରେ ନେଉଥିବା ସୌନ୍ଦର୍ଯ୍ୟ ପ୍ରସାଧନ ସାମଗ୍ରୀଗୁଡ଼ିକ ପ୍ରାକୃତିକ ରଙ୍ଗର ହେବା ଆବଶ୍ୟକ। ବିଶେଷ କରି ଲିପ୍‌ଷ୍ଟିକ୍ ଓ ଆଇସାଡୋଗୁଡ଼ିକୁ ପ୍ରାକୃତିକ ରଙ୍ଗର ବାଛନ୍ତୁ। ଯାତ୍ରା ସମୟରେ ଔଷଧୀୟ ସାବୁନ୍‌, ଶାମ୍ପୁ, କ୍ଲିନଜିଂ କ୍ରିମ୍‌, ମଶ୍ଚୁରାଇଜିଙ୍ଗ୍‌ ଲୋସନ୍‌, କଲାମାଇନ୍‌ ଲୋସନ୍‌, ଆଇବ୍ରୋ, ପେନ୍‌ସିଲ୍‌, କଳା, ମସ୍କରା, ଆଇସାଡୋ, ବ୍ଲସର୍‌ ଲିପ୍‌ଷ୍ଟିକ୍‌, ନେଲ୍‌ପଲିସ୍‌, ନେଲ୍‌ପଲିସ୍‌ ରିମୁଭର୍‌, ବ୍ରସ୍‌ , ତୁଳା, ପାନିଆ, ଛୋଟ ଦର୍ପଣ, ହେୟାର୍‌ବ୍ୟାଣ୍ଡ୍‌ ଓ ହେୟାର୍‌ ପିନ୍‌ ଇତ୍ୟାଦି ନେବା ଆବଶ୍ୟକ।

ମେକ୍‌ଅପ୍‌ କିପରି ନେବେ:

ଯାତ୍ରା ସମୟରେ ହାଲ୍‌କା ମେକଅପ୍‌ ନିଅନ୍ତୁ। ଫାଉଣ୍ଡେସନ୍‌ ସ୍ଥାନରେ କଲାମାଇନ୍‌ ଲୋସନ୍ ଲଗାନ୍ତୁ। ଏହା ଏକ ଉତ୍ତମ ସନ୍‌ସ୍କ୍ରିନ୍‌ ଲୋସନ୍‌, ଯାହା ସୂର୍ଯ୍ୟଙ୍କ ପ୍ରଖର କିରଣରୁ ତ୍ୱଚାକୁ ସୁରକ୍ଷା ଦେଇଥାଏ।
ଯାତ୍ରା ସମୟରେ ଆଖିର ମେକ୍‌ଅପ୍‌ ମଧ୍ୟ ହାଲ୍‌କା କରନ୍ତୁ। ଆଖିର ଆଉଟ୍‌ ଲାଇନ୍‌ ଦେବା ବେଳେ ତରଳ ଆଇଲାଇନର୍‌ ବ୍ୟବାହାର ନ କରି ପେନ୍‌ସିଲ୍‌ କାଜଲ୍‌ ବ୍ୟବହାର କରନ୍ତୁ। ଆଇସାଡୋ ମଧ୍ୟ ନ୍ୟାଚୁରାଲ୍‌ ସେଡର୍‌ ବାଛନ୍ତୁ। ହାଲ୍‌କା ଗୋଲାପି ଓ ପାଉଁଶିଆ ରଙ୍ଗର ପାଉଡର୍‌କୁ ଆଇସାଡୋ ସହ ମିଶ୍ରିତ କରି ପଲକ ଉପରେ ଲଗାନ୍ତୁ। ଏଥିରେ ଆପଣଙ୍କ ପଲକ ସ୍ୱାଭାବିକ ରୂପରେ ବଡ଼ ଏବଂ ସୁନ୍ଦର ଦେଖାଯିବ। m22ହାଲ୍‌କା ମସ୍କରା ମଧ୍ୟ ଲଗାନ୍ତୁ। ଯଦି ଉଚିତ୍‌ ଭାବନ୍ତି ଚେହେରା ଓ ବେକରେ ପାଉଡର୍‌ର ହାଲ୍‌କା ଆସ୍ତରଣ ଦେଇ ପାରନ୍ତି। ଯାତ୍ରା ସମୟରେ ହାଲ୍‌କା ରଙ୍ଗର ଲିପ୍‌ଷ୍ଟିକ୍‌ ମଧ୍ୟ ଲଗାନ୍ତୁ। ତା’ପରେ ଗୋଟିଏ ଟିସୁ ପେପରକୁ ଓଠ ମଝିରେ ଦେଇ ଅନାବଶ୍ୟକ ଲିପ୍‌ଷ୍ଟିକ୍‌କୁ କାଢ଼ି ଦିଅନ୍ତୁ।
ଯାତ୍ରା ସମୟରେ କେଶକୁ ଖୋଲା ଛାଡ଼ନ୍ତୁ ନାହିଁ। କେଶ ପବନରେ ଉଡ଼ିଲେ ଅଡ଼ୁଆ ଦେଖାଯିବ। ଯାତ୍ରା ସମୟରେ ବେଣୀ ବାନ୍ଧନ୍ତୁ। ବିଭିନ୍ନ ଶୈଳୀରେ କେଶ ବାନ୍ଧିଲେ,ଏହା ଶୀଘ୍ର ଖରାପ ହୋଇଯାଏ। ଏହା ବ୍ୟତୀତ ଏହି ସମୟରେ ସିନ୍ଥେଟିକ୍‌ ବସ୍ତ୍ର ପିନ୍ଧନ୍ତୁ। କିନ୍ତୁ ଆପଣଙ୍କ ପୋଷାକର ରଙ୍ଗ ଅତି ହାଲ୍‌କା ବା ଅତି ଜକଜକ ନକରୁ, ଯେଉଁଥି ପାଇଁ ସମସ୍ତଙ୍କର ଦୃଷ୍ଟି ପଡ଼ିବ। ସେହିପରି ଯାତ୍ରା ସମୟରେ ସୁନା ଓ ଚାନ୍ଦିର ଆଭୂଷଣ ପିନ୍ଧନ୍ତୁ ନାହିଁ।



from Odisha Reporter https://ift.tt/2QAbM3v

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages