
ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର୍): ବିଶ୍ୱର ବିଭିନ୍ନ ସ୍ଥାନରେ ବିବାହର ଭିନ୍ନ ଭିନ୍ନ ପରମ୍ପରା ରହିଛି। କିନ୍ତୁ ଚୀନ୍ରେ ଏପରି ଅଞ୍ଚଳ ରହିଛି, ଯେଉଁଠାରେ ବିବାହର କୌଣସି ଅସ୍ତିତ୍ୱ ନାହିଁ।
କୌଣସି ଆନୁଷ୍ଠାନିକ ରୀତି ନୀତିରେ ବିବାହ ନକରି ପୁରୁଷଙ୍କୁ କେବଳ ବେଡ୍ ପାର୍ଟନର୍ କରିବାର ଅଧିକାର ମହିଳାଙ୍କୁ ମିଳିଥାଏ। ଆଉ ଏହି ସମ୍ପର୍କରୁ ଯେଉଁ ଶିଶୁ ଜନ୍ମ ନିଅନ୍ତି, ତାଙ୍କର ସମସ୍ତ ଦାୟିତ୍ୱ ବାପା ନୁହନ୍ତି ବରଂ ମା’ ହିଁ ନେଇଥା’ନ୍ତି।
ଦକ୍ଷିଣ-ପଶ୍ଚିମ ଚୀନ୍ରେ ମୁସୋ ଜନଜାତିର ପ୍ରାୟ ୪୦ ହଜାର ଲୋକ ରୁହନ୍ତି। ତେବେ ଏହି ଜନଜାତିରେ ବିବାହର କୌଣସି ପରମ୍ପରା ନାହିଁ। ଏଠାରେ ଲୋକମାନେ ବିବାହ ନ କରି ମଧ୍ୟ ନିଜ ପାର୍ଟନର୍ଙ୍କ ସହିତ ସଂପର୍କ ରଖନ୍ତି ଏବଂ ଶିଶୁଙ୍କୁ ଜନ୍ମ ଦିଅନ୍ତି। ଏବେ ଆପଣ ଭାବୁଥିବେ, ଏହା କେବଳ ଦକ୍ଷିଣ-ପଶ୍ଚିମ ଚୀନ୍ ନୁହେଁ, ବରଂ ବିଶ୍ୱର ବିଭିନ୍ନ ସ୍ଥାନରେ ଏପରି ପରମ୍ପରା ରହିଛି। ତେବେ ଦକ୍ଷିଣ-ପଶ୍ଚିମାଞ୍ଚଳରେ ରହୁଥିବା ମୁସୋ ଜନଜାତିର ସାମାଜିକ ପରମ୍ପରା ଅନ୍ୟମାନଙ୍କଠାରୁ ଭିନ୍ନ।
ଦକ୍ଷିଣ-ପଶ୍ଚିମର ଏହି ଅଞ୍ଚଳର ସମାଜକୁ ‘ମାତୃକୈନ୍ଦ୍ରିକ ସମାଜ’ ବୋଲି କୁହାଯାଏ। ଯେଉଁଠାରେ ମହିଳାମାନେ ହିଁ ଗୃହର ଅସଲ ମାଲିକ। ଏଠାରେ ପୁରୁଷ ଓ ମହିଳା ଗୋଟିଏ ଛାତ ତଳେ ବା ଏକାଠି ନରହି କେବଳ ପରସ୍ପରର ‘ବେଡ୍ ପାର୍ଟ୍ନର୍’ ହୋଇଥା’ନ୍ତି। ମୁସୋ ଜନଜାତିର ଏଭଳି ପରମ୍ପରାକୁ ‘ୱାକିଙ୍ଗ୍ ମ୍ୟାରେଜ୍’ ବୋଲି ନାମ ଦିଆଯାଇଛି।
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏଠାରେ ଜନ୍ମ ନେଉଥିବା ଶିଶୁ ତାଙ୍କ ବାପାଙ୍କ ସହିତ ନରହି ମା’ଙ୍କ ପାଖରେ ରହିଥା’ନ୍ତି। ଆଉ ଛୁଆଙ୍କ ଭରଣପୋଷଣର ଦାୟିତ୍ୱ ମା’ ନିଜ ପରିବାର ଏବଂ ତାଙ୍କ ଭଉଣୀମାନଙ୍କ ସହ ମିଶି ନେଇଥା’ନ୍ତି।

ପରମ୍ପରା ଅନୁସାରେ, ଏଠାରେ ପାର୍ଟ୍ନର୍ କାହାକୁ କରିବେ, ସେହି ନିଷ୍ପତ୍ତି କେବଳ ମହିଳା ହିଁ ନେଇଥା’ନ୍ତି। ଦୀର୍ଘ ସମୟ ପାଇଁ ମହିଳା ଓ ତାଙ୍କ ପୁରୁଷ ପାର୍ଟ୍ନର୍ଙ୍କ ସହିତ ସମ୍ପର୍କ ରହିଲେ ମଧ୍ୟ, ଉଭୟେ ଏକାଠି ରହିନଥା’ନ୍ତି। ଏଠାରେ ମଧ୍ୟ ମହିଳାମାନଙ୍କୁ ଏକରୁ ଅଧିକ ପାର୍ଟନର୍ ରଖିବା ପାଇଁ ସ୍ୱତନ୍ତ୍ର ଅଧିକାର ଦିଆଯାଇଛି। ୧୩ ବର୍ଷ ବୟସରୁ ହିଁ ଏହି ଜନଜାତିର ଝିଅମାନଙ୍କୁ କୌଣସି ପୁରୁଷଙ୍କ ସହିତ ପ୍ରେମ ସମ୍ପର୍କ ରଖିବା ପାଇଁ ଅଧିକାର ମିଳି ଯାଇଥାଏ।
ଏଠାକାର ନିୟମ ଅନୁସାରେ, ଝିଅମାନେ ପ୍ରାପ୍ତବୟସ୍କ ହୋଇଗଲେ, ତାଙ୍କୁ ରହିବା ପାଇଁ ଅଲଗା ରୁମ୍ ଦିଆଯାଇଥାଏ। ସେହି ରୁମ୍ରେ ସେମାନଙ୍କୁ ନିଜ ପାର୍ଟ୍ନର୍ଙ୍କ ସହ ସମୟ କାଟିବାର ସୁଯୋଗ ମଧ୍ୟ ମିଳିଥାଏ। ଯଦି ଏହି ସମ୍ପର୍କରୁ କୌଣସି ଶିଶୁ ଜନ୍ମ ନିଏ, ତେବେ ଏହାର ଦାୟିତ୍ୱ ମା’ଙ୍କ ଉପରେ ରହିଥାଏ। ଅନେକ ସମୟରେ ଏହି ସମ୍ପର୍କ ଆଜୀବନ ସମ୍ପର୍କରେ ମଧ୍ୟ ପରିଣତ ହୋଇଥାଏ।
from Odisha Reporter https://ift.tt/2PqxtSu
No comments:
Post a Comment