
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନିମନ୍ତ୍ରଣପତ୍ର ପରେ ବିଜ୍ଞାପନକୁ ନେଇ ତେଜିଲା ରାଜନୀତି। ବାଲେଶ୍ୱର ମେଡିକାଲ କଲେଜ ଲୋକାର୍ପଣ ଉତ୍ସବ ପାଇଁ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସମ୍ବାଦପତ୍ର ବିଜ୍ଞାପନରେ, କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀଙ୍କ ନାଁ ନରହିବାକୁ ନେଇ ଚିହିଁକି ଉଠିଛି ବିଜେପି। ଏମିତିକି କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରୋଟୋକଲ୍ ଅନୁସାରେ ସମ୍ମାନ ଓ ସୁରକ୍ଷା ଦିଆଯାଇ ନଥିବା ଅଭିଯୋଗ କରି ଦଳ। ଏହା କେଉଁ ପ୍ରକାର ‘ଅତିଥି ଦେବୋ ଭବଃ’ର ପରିଚୟ ବୋଲି ବିଜେପି ପ୍ରଶ୍ନ କରିଛି।
ଆଜିର କାର୍ଯ୍ୟକ୍ରମରେ କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ଯୋଗଦେବା ନେଇ ତାଙ୍କ କାର୍ଯ୍ୟାଳୟରୁ ପୂର୍ବରୁ ସୂଚନା ଆସିଥିଲା। ହେଲେ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ବିଜ୍ଞାପନରେ ତାଙ୍କ ନାଁ ନଥିଲା। ଏନେଇ ବିଜେପି ଅଭିଯୋଗ କରିଛି ଯେ, ମେଡିକାଲ କଲେଜ ପାଇଁ କେନ୍ଦ୍ର ୬୦ ପ୍ରତିଶତ ଅନୁଦାନ ଦେଉଥିଲେ ବି ବିଜ୍ଞାପନରେ ପ୍ରଧାନମନ୍ତ୍ରୀ କି ରାଷ୍ଟ୍ରମନ୍ତ୍ରୀଙ୍କ ନାଁ ନ ରହିବା ହୀନ ରାଜନୀତିର ପରିଚୟ।
ସେହିଭଳି ମନ୍ତ୍ରୀ ଚୌବେ ‘ଓ୍ୱାଇ କ୍ୟାଟେଗୋରୀ’ ସୁରକ୍ଷାରେ ଆସୁଥିଲେ ବି ତାଙ୍କୁ ଯାଜପୁରରୁ ବିନା ସୁରକ୍ଷାରେ ବାଲେଶ୍ୱର ଯିବାକୁ ପଡ଼ିଛି। ଭୁବନେଶ୍ୱର ବିମାନବନ୍ଦରରେ ବି ତାଙ୍କୁ ପ୍ରୋଟୋକଲ ଅନୁସାରେ ସ୍ୱାଗତ କରାଯାଇନଥିଲା ବୋଲି ଦଳ ଅଭିଯୋଗ କରିଛି। ସେପଟେ ଓଡ଼ିଶା ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, କେନ୍ଦ୍ରମନ୍ତ୍ରୀଙ୍କ କ୍ଷେତ୍ରରେ ସମ୍ମାନରେ ଅବହେଳା କରାଯାଇନି।
୨୦୧୪ ମସିହାରେ ବାଲେଶ୍ୱର ମେଡିକାଲ କଲେଜ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା। ୨୨.୬୮ ଏକର ଜମି ଉପରେ ୨୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ମେଡିକାଲ କଲେଜର ଆଜି ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ। ୧୦୦ ସିଟ୍ ବିଶିଷ୍ଟ ଏହି ମେଡିକାଲ କଲେଜରେ ଏ ବର୍ଷ ନାଁ ଲେଖାଇଛନ୍ତି ୯୯ ଜଣ ଛାତ୍ରଛାତ୍ରୀ। ତେବେ ମେଡିକାଲ କଲେଜ ପରିସରରେ ପ୍ରାକ୍ଟିକାଲ ପାଇଁ ଖୁବଶୀଘ୍ର ଏକ ଟିଚିଂ ହସ୍ପିଟାଲ ମଧ୍ୟ ନିର୍ମାଣ ହେବ। ଏଥିପାଇଁ ରାଜ୍ୟ ସରକାର ଅଧିକ ଶହେ କୋଟି ଟଙ୍କା ଯୋଗାଇ ଦେବାକୁ ଘୋଷଣା କରିଛନ୍ତି।
from Odisha Reporter https://ift.tt/2NbZP5u
No comments:
Post a Comment