ହକି ନାଁରେ ବାବୁଙ୍କ ମଉଜ, ବିଦେଶ ଭ୍ରମଣ ଖର୍ଚ୍ଚ ୨୨ ଲକ୍ଷ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 11, 2018

ହକି ନାଁରେ ବାବୁଙ୍କ ମଉଜ, ବିଦେଶ ଭ୍ରମଣ ଖର୍ଚ୍ଚ ୨୨ ଲକ୍ଷ

ଚର୍ଚ୍ଚା ହେଉଛି,୨ ଜଣ ଅଣଓଡ଼ିଆ ଆଇଏଏସ୍‌ କୁଆଡ଼େ ହକି ମ୍ୟାଚ୍‌ ଆୟୋଜନର ଅନୁଧ୍ୟାନ ଆଳରେ ଗତ ମାସରେ ସପରିବାର ବିଦେଶ ଭ୍ରମଣରେ ଯାଇଥିଲେ। ସେମାନଙ୍କ  ବିଦେଶ ଖର୍ଚ୍ଚର ବିଲ୍ ଦେଖି କୁଆଡ଼େ ବିଭାଗର ଅର୍ଥ ଅଫିସର କୁଆଡ଼େ ତାଜୁବ ହୋଇଯାଇଛନ୍ତି। ମାତ୍ର ୮ ଦିନର ବିଦେଶ ଭ୍ରମଣ ପାଇଁ କୁଆଡ଼େ ଏହି ଅଣଓଡ଼ିଆ ଅଫିସର ୨୨ ଲକ୍ଷ ଟଙ୍କାର ବିଲ୍ ଦେଇଥିଲେ। 

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ବିଶ୍ୱକପ୍ ହକି ମ୍ୟାଚ୍‌ ଆୟୋଜନ ହେଉନି ଯେ, କିଛି ଅଫିସର୍‌ଙ୍କର ଏବେ ପୁଷମାସ ଚାଲିଛି ବୋଲି ଚର୍ଚ୍ଚା ହେଉଛି। 

ଭୁବନେଶ୍ୱରରେ ବିଶ୍ୱକପ୍ ହକି ମ୍ୟାଚ୍‌ ପାଇଁ ଏବେ କାଉଣ୍ଟଡାଉନ୍‌ ଆରମ୍ଭ ହୋଇସାରିଛି। ସହରକୁ ସଜେଇବାଠୁ ଆରମ୍ଭ କରି ଅନ୍ୟାନ୍ୟ ଭିତ୍ତିଭୂମି କାର୍ଯ୍ୟ ଜୋର୍‌ସୋର୍‌ରେ ଚାଲିଛି। ଏଥିପାଇଁ ରାଜ୍ୟ ରାଜକୋଷରୁ କୋଟିକୋଟି ଟଙ୍କା ବ୍ୟୟ ହେଉଛି। ଓଡ଼ିଶା ପାଇଁ ଏଭଳି ଆୟୋଜନ ଗର୍ବ-ଗୌରବର କଥା ହୋଇଥିବାରୁ ରାଜ୍ୟବାସୀ ମଧ୍ୟ ଏ ପର୍ଯ୍ୟନ୍ତ ନିରବ ରହିଛନ୍ତି।

ମାତ୍ର ଶୁଣିବାକୁ ମିଳୁଛି, ଏହି ହକି ମ୍ୟାଚ୍ ଆୟୋଜନ ଆଳରେ କିଛି ଅଣଓଡ଼ିଆ ଅଫିସର୍‌ କୁଆଡ଼େ ନିଜର ବ୍ୟାଙ୍କ ବାଲାନ୍ସ ବଢ଼ାଇବା ସହ ରୀତିମତ ଦିଲ୍ଲୀ, ମୁମ୍ବାଇଠାରୁ ଆରମ୍ଭ କରି ଲଣ୍ଡନ, ଦୁବାଇ, ଅଷ୍ଟ୍ରେଲିଆ ପର୍ଯ୍ୟନ୍ତ ଦେଶବିଦେଶ ବୁଲିବାରେ ଲାଗିଛନ୍ତି। ରାଜକୋଷ ଅର୍ଥରେ ଏହି ବାବୁମାନେ କୁଆଡ଼େ ଏସବୁ ସ୍ଥାନକୁ ନିଜ ପରିବାର ସହ ଯିବାର କୌଣସି ସୁଯୋଗକୁ ହାତଛଡ଼ା କରୁନାହାନ୍ତି। 

ଏପରିକି କିଛି ଅଫିସର୍‌ ରାଜ୍ୟ ବାହାରେ ନିଜ ଘରକୁ ଯିବା ଖର୍ଚ୍ଚକୁ ହକି ମ୍ୟାଚ ଆୟୋଜନର ପ୍ରସ୍ତୁତି ଖର୍ଚ୍ଚରେ ସାମିଲ କରିବାକୁ ପଛାଉ ନାହାନ୍ତି। 

ଚର୍ଚ୍ଚା ହେଉଛି,୨ ଜଣ ଅଣଓଡ଼ିଆ ଆଇଏଏସ୍‌ କୁଆଡ଼େ ହକି ମ୍ୟାଚ୍‌ ଆୟୋଜନର ଅନୁଧ୍ୟାନ ଆଳରେ ଗତ ମାସରେ ସପରିବାର ବିଦେଶ ଭ୍ରମଣରେ ଯାଇଥିଲେ। ସେମାନଙ୍କ  ବିଦେଶ ଖର୍ଚ୍ଚର ବିଲ୍ ଦେଖି କୁଆଡ଼େ ବିଭାଗର ଅର୍ଥ ଅଫିସର କୁଆଡ଼େ ତାଜୁବ ହୋଇଯାଇଛନ୍ତି। ମାତ୍ର ୮ ଦିନର ବିଦେଶ ଭ୍ରମଣ ପାଇଁ କୁଆଡ଼େ ଏହି ଅଣଓଡ଼ିଆ ଅଫିସର ୨୨ ଲକ୍ଷ ଟଙ୍କାର ବିଲ୍ ଦେଇଥିଲେ। 

ତେବେ ଏତେ ଟଙ୍କାର ବିଲ୍ ପାସ୍‌ କଲେ ଅଡିଟ୍ ଧରିବ ବୋଲି ସମ୍ପୃକ୍ତ ଅର୍ଥ ଅଫିସର୍‌ ପରାମର୍ଶ ଦେବା ପରେ କୁଆଡ଼େ ଏହି ଖର୍ଚ୍ଚକୁ ସମ୍ପୃକ୍ତ ଦୁଇ ଅଫିସର୍‌ ହକି ମ୍ୟାଚ୍ ପ୍ରସ୍ତୁତି ସହ ଜଡ଼ିତ ଥିବା ଏକ ପ୍ରତିଷ୍ଠିତ ସଂସ୍ଥା ଉପରେ ପକାଇଛନ୍ତି। ଆଉ କଳାକୁ ଧଳା କରିବାରେ ମାହିର୍‌ ଏହି ସଂସ୍ଥା କୁଆଡ଼େ ସଙ୍ଗେସଙ୍ଗେ ସେହି ବିଲ୍ ପାସ୍ କରାଇ ଦେଇଛି ବୋଲି ଚର୍ଚ୍ଚା ଚାଲିଛି।



from Odisha Reporter https://ift.tt/2oXfoA8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages