‘ଡେଙ୍ଗୁ’ରୁ ସୁରକ୍ଷା ପାଇଁ ଏମିତି କରନ୍ତୁ ଘରୋଇ ଉପଚାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 16, 2018

‘ଡେଙ୍ଗୁ’ରୁ ସୁରକ୍ଷା ପାଇଁ ଏମିତି କରନ୍ତୁ ଘରୋଇ ଉପଚାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ‘ଡେଙ୍ଗୁ’ ଏକ ମାରାତ୍ମକ ଜ୍ୱର। ବିଶେଷ କରି ବର୍ଷାଦିନେ ଏହି ଜ୍ୱର ଭୟ ବେଶୀ ଥାଏ। ଡେଙ୍ଗୁ ଜ୍ୱର ଏକ ମଶାବାହିତ ରୋଗ। ଆଖପାଖରେ ଅଳିଆବର୍ଜନା ଜମିରହିବା ସହ ସନ୍ତସନ୍ତିଆ ପରିବେଶ ହୋଇଥିଲେ, ଡେଙ୍ଗୁ ମଶା ଜନ୍ମ ନେଇଥା’ନ୍ତି। ଆଉ ଏହି ମଶା କାମୁଡ଼ିଲେ ରୋଗୀଙ୍କୁ ପ୍ରବଳ ଜ୍ୱର ଓ ମୁଣ୍ଡବିନ୍ଧା ସହ ଦୁର୍ବଳ ଲାଗେ, ଭୋକ ହୁଏ। ଶରୀରରେ ଲାଲ୍‍ ଓ ଗୋଲାପି ରଙ୍ଗର ଦାଗ ସୃଷ୍ଟି ହୁଏ କିମ୍ବା ଫଳିଯାଏ। ଏହାବ୍ୟତୀତ ବ୍ୟତିବ୍ୟସ୍ତ ଲାଗେ ଏବଂ ରୋଗୀଙ୍କ ରକ୍ତଚାପ ମଧ୍ୟ କମିଯାଏ। ଡେଙ୍ଗୁ ଜ୍ୱରର ଚିକିତ୍ସା ପାଇଁ ନିର୍ଦ୍ଦିଷ୍ଟ କୌଣସି ପ୍ରତିଷେଧକ ଔଷଧ ବାହାରି ନଥିଲେ ମଧ୍ୟ ଘରୋଇ ଉପଚାର ଦ୍ୱାରା ଏହି ରୋଗର ଦାଉରୁ ମୁକ୍ତି ମିଳିପାରିବ ବୋଲି ବିଶେଷଜ୍ଞମାନେ କହୁଛନ୍ତି।

ଏବେ ଆସନ୍ତୁ ଜାଣିବା, କିପରି ଘରୋଇ ଉପଚାର କଲେ ଡେଙ୍ଗୁ ଜ୍ୱରରୁ ଆପଣ ନିଜ ଶରୀରକୁ ସୁରକ୍ଷା ଦେଇପାରିବେ।

  • ଡେଙ୍ଗୁ ମଶାଙ୍କଠାରୁ ଶରୀରକୁ ସୁରକ୍ଷା ଦେବା ପାଇଁ ଅଧିକ ନଡ଼ିଆ ପାଣି ପିଅନ୍ତୁ। ଏଥିରେ ପୋଷକ ତତ୍ତ୍ୱ ତଥା ଅଧିକ ମାତ୍ରାରେ ମିନେରାଲ୍ସ ଏବଂ ଇଲେକ୍‌ଟ୍ରାଲାଇଡ୍‌ସ ଭରି ରହିଛି। ଏହା ଶରୀରକୁ ମଜବୁତ୍ ରଖିବାରେ ସହାୟକ ହୋଇଥାଏ। ତେଣୁ ନିୟମିତ ନଡ଼ିଆ ପାଣି ପିଇବା ଦ୍ୱାରା ଡେଙ୍ଗୁ ମଶା କାମୁଡ଼ିଲେ ମଧ୍ୟ ଶରୀର ଉପରେ ଏହାର ବିଶେଷ ପ୍ରଭାବ ପଡ଼େ ନାହିଁ।
  • ଗରମ ପାଣିରେ ତୁଳସୀପତ୍ରକୁ ପକାଇ ପିଅନ୍ତୁ । ଏହା ଦ୍ୱାରା ଶରୀର ଉଷୁମ୍‌ ରହିବ। ଏହି ଉପଚାରକୁ ବହୁ ରୋଗର ପ୍ରତିଷେଧକ ବୋଲି କୁହାଯାଏ।
  • ମେଥିଗୁଣ୍ଡ ଖାଇବା ଦ୍ୱାରା ଶରୀରରୁ ବିଷାକ୍ତ ପଦାର୍ଥ ନିର୍ଗତ ହୋଇଯାଏ। ଏହାର ପ୍ରଭବାବରେ ଡେଙ୍ଗୁ ଭାଇରସ୍‌ ମଧ୍ୟ ଶରୀରରୁ ଦୂରେଇ ଯାଇଥାଏ।
  •  ଡେଙ୍ଗୁରୋଗୀଙ୍କ ପାଇଁ ଅମୃତ ଭଣ୍ଡା (ପପେୟା) ଜୁସ୍ ଏକ ମହୌଷଧି ଭଳି କାମ କରିଥାଏ।
  • ରକ୍ତ ସ୍ରାବ ହେଲେ ଅଁଳା ରସ ସେବନ କରିବେ। ଶୁଖିଲା ଖାଦ୍ୟ, ଦହି, ରାଗ, ଖଟା ଖାଇବେ ନାହିଁ।


from Odisha Reporter https://ift.tt/2Nexegy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages