
କଟକ(ବିବର୍ତ୍ତନ ପଣ୍ଡା):ସେଦିନର ଲକ୍ଷ୍ମୀ ଆଜି ମାରିଆ ଏରନାଣ୍ଡେସ୍ । ପ୍ରାୟ ୧୮ ବର୍ଷ ପରେ ପୁଣି ଲକ୍ଷ୍ମୀ ଆସିଛି ବସୁନ୍ଧରାକୁ । ୧୯୯୯ ମସିହାରେ ୧୦ ବର୍ଷର ନିରୀହ ଝିଅ ଘରୋଇ ସହାୟକ ଭାବେ କାମ କରୁଥିବା ଖବର ପାଇ ବଡ଼ ଦୟନୀୟ ଅବସ୍ଥାରେ ଉଦ୍ଧାର କରିଥିଲା ଚାଇଲ୍ଡ ଲାଇନ । ଏହାପରେ କଟକ ବସୁନ୍ଧରାରେ ଥିବା ଲକ୍ଷ୍ମୀକୁ ପୋଷ୍ୟ ଭାବେ ଗ୍ରହଣ କରିଥିଲେ ସ୍ପେନ୍ ଦମ୍ପତ୍ତି । ୨୦୦୧ ମସିହାରେ ସ୍ପେନ ଯାଇଥିବା ଲକ୍ଷ୍ମୀ ଏବେ ସଫଳତାର ପାହାଚ ଚଢ଼ିବା ପରେ ପୁରୁଣା ସ୍ମୃତି ସାଉଁଟିବାକୁ କଟକ ସ୍ଥିତ ବସୁନ୍ଧରାକୁ ଆସିଛନ୍ତି। ଦିନେ କଟକର ଜଣେ ଘରୋଇ ସହାୟକ ଭାବେ କାମ କରୁଥିବା ଶିଶୁ ଲକ୍ଷ୍ମୀଙ୍କର ଏବେ ବଦଳିଯାଇଛି ପରିଚୟ। ସେଦିନର ଲକ୍ଷ୍ମୀ ଆଜି ମାରିଆ ଏରନାଣ୍ଡେସ୍ ନାମରେ ପରିଚିତ।
ସ୍ପେନରେ ସେ ନିଜକୁ କରିପାରିଛି ପ୍ରତିଷ୍ଠିତ । ଉଚ୍ଚଶିକ୍ଷା ପରେ ଏବେ ସ୍ପେନର ଏକ ଘରୋଇ ଟିଭି ଚ୍ୟାନେଲରେ ସେ କାର୍ଯ୍ୟରତ।
୧୯୯୯ ମସିହାରେ ଶିଶୁ ଶ୍ରମିକ ଭାବେ କଟକରେ କାମ କରୁଥିବା ଲକ୍ଷ୍ମୀ ନିର୍ଯାତନାର ଶିକାର ହୋଇଥିଲେ। ସେତେବେଳ ସ୍ଥାନୀୟ ଲୋକ ଓ ଚାଇଲ୍ଡ ଲାଇନ ସହାୟତାରେ ଉଦ୍ଧାର ହୋଇଥିବା ଲକ୍ଷ୍ମୀ କଟକ ସ୍ଥିତ ବସୁନ୍ଧରାରେ ରହିଥିଲେ। ୨ବର୍ଷ ବସୁନ୍ଧରାରେ ରହିବା ପରେ ତାଙ୍କ ଜୀବନରେ ଆସିଥିଲା ପରିବର୍ତ୍ତନ। ଲକ୍ଷ୍ମୀଙ୍କ ନିରୀହ ପଣରେ ବନ୍ଧାପଡିଯାଇଥିଲେ ସ୍ପେନ ଦମ୍ପତି ।
ସେମାନେ ଲକ୍ଷ୍ମୀଙ୍କୁ ପୋଷ୍ୟ କନ୍ୟା ଭାବେ କୋଳେଇ ନେଇଥିଲେ। ସ୍ପେନ ଯାଇ ଲକ୍ଷ୍ମୀ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗରେ ଡିଗ୍ରୀ ହାସଲ କରି ଏବେ ଏକ ଟିଭି ଚ୍ୟାନେଲରେ କାର୍ଯ୍ୟରତ। ହେଲେ ଏହାରି ଭିତରେ ବଦଳିଯାଇଛି ଲକ୍ଷ୍ମୀଙ୍କ ଚାଲିଚଳନ ଓ ଭାଷା । କିନ୍ତୁ ବସୁନ୍ଧରାରେ ସେ ପାଇଥିବା ସ୍ନେହକୁ ଭୁଲିନାହାନ୍ତି। ବସୁନ୍ଧରାରେ ଥିବା କୁନିକୁନି ଭାଇଭଉଣୀଙ୍କ ସହ ସେ ମିଶି ପୁରୁଣା ସ୍ମୃତି ତାଜା କରିଛନ୍ତି। ଲକ୍ଷ୍ମୀଙ୍କ ସଫଳତା ଦେଖି ଚାଇଲ୍ଡ ଲାଇନ କର୍ତ୍ତକର୍ତ୍ତା ଓ ସେଦିନ ତାଙ୍କୁ ଉଦ୍ଧାରରେ ସହାୟତା କରିଥିବା ଏଓ୍ୱାନ କ୍ଲବ ସଦସ୍ୟ ବି ବେଶ ଖୁସି ଥିଲେ।
ଦିନେ ଅଲୋଡା ଶିଶୁ କନ୍ୟା ଏବେ ଜଣେ ସଫଳ ସ୍ପେନ ନାଗରିକ ଭାବେ ମାରିଆ ଏରନାଣ୍ଡେସ୍ ନିଜକୁ ପ୍ରତିଷ୍ଟିତ କରିପାରିଛନ୍ତି।
from Odisha Reporter https://ift.tt/2MBoaNN
No comments:
Post a Comment