ନିର୍ବାଚନ ଯାଏ ବିଜେପି ସଭାପତି ରହିବେ ଅମିତ ଶାହ  - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 8, 2018

ନିର୍ବାଚନ ଯାଏ ବିଜେପି ସଭାପତି ରହିବେ ଅମିତ ଶାହ 

ନୂଆଦିଲ୍ଲୀ: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ନେତୃତ୍ୱରେ ହିଁ ଦଳ ଆସନ୍ତା ୨୦୧୯ ସାଧାରଣ ନିର୍ବାଚନ ଲଢ଼ିବ। ୨୦୧୯ ମତଦାନ ଶେଷ ହେବା ପର୍ଯ୍ୟନ୍ତ ବିଜେପି ସଭାପତି ପାଇଁ ହେଉଥିବା ଆଭ୍ୟନ୍ତରୀଣ ନିର୍ବାଚନ ହେବନାହିଁ। ଆଜି ଦିଲ୍ଲୀଠାରେ ଦଳ ପକ୍ଷରୁ ଚାଲିଥିବା ଜାତୀୟ କାର୍ଯ୍ୟକାରିଣୀରେ ଏଭଳି ନିଷ୍ପତ୍ତି ନିଆଯାଇଛି।

 ବିଜେପି ସଭାପତି ଭାବେ ଶ୍ରୀ  ଶାହଙ୍କ କାର୍ଯ୍ୟକାଳ ଆସନ୍ତା ବର୍ଷ ଜାନୁଆରୀରେ ଶେଷ ହେବାର ଥିଲା। କିନ୍ତୁ ଏବେ ସଭାପତି ପଦ ପାଇଁ କୌଣସି ପ୍ରକାରର ନିର୍ବାଚନ ହେବ ନାହିଁ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି।

୨୦୧୯ରେ ବିଜେପି ପୁଣି କ୍ଷମତାକୁ ଫେରିବ ଓ ୨୦୧୪ ତୁଳନାରେ ଦଳ ଅଧିକ ଆସନ ପାଇବ ବୋଲି ଘୋଷଣା କରି ଆଜି ଶ୍ରୀ ଶାହ ଦୁଇ ଦିନିଆ ବିଜେପି ଜାତୀୟ କାର୍ଯ୍ୟକାରିଣୀ ବୈଠକକୁ ଆନୁଷ୍ଠାନିକ ଭାବେ ଆରମ୍ଭ କରିଥିଲେ।

ଏହି ବୈଠକରେ ଦଳର ଜାତୀୟ ନେତୃବୃନ୍ଦଙ୍କ ସହ ସବୁ ରାଜ୍ୟର ନେତାମାନେ ଯୋଗଦେଇଛନ୍ତି। ୨୦୧୯ ନିର୍ବାଚନ ପାଇଁ ଏଠାରେ ଦଳୀୟ ନେତାଙ୍କୁ ବିଜେପିର ଶୀର୍ଷ ସ୍ତରୀୟ ନେତୃବୃନ୍ଦ ଗୁରୁ ମନ୍ତ୍ରଣା ଦେବେ।

ଏହାପରେ ଦଳ ପକ୍ଷରୁ ଆଗକୁ ବିଭିନ୍ନ ରାଜ୍ୟରେ ହେବାକୁ ଥିବା ନିର୍ବାଚନ ପାଇଁ ବିସ୍ତୃତ ଖସଡ଼ା ପ୍ରସ୍ତୁତ କରାଯିବ। ବିଶେଷ କରି ଡିସେମ୍ୱର ମାସରେ ହେବାକୁ ଥିବା ୪ ରାଜ୍ୟର ନିର୍ବାଚନ ପାଇଁ ଦଳୀୟ କାର୍ଯ୍ୟକାରିଣୀରେ ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ କରାଯିବ ବୋଲି ଜଣାପଡ଼ିଛି।

‘ଅଜେୟ ବିଜେପି’ ସ୍ଲୋଗାନ୍‌ ଦେଇ ଦଳ ବିଭିନ୍ନ ରାଜ୍ୟରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ ପାଇଁ ମଇଦାନକୁ ଓହ୍ଲାଇବ। ତେଲେଙ୍ଗାନା ନିର୍ବାଚବ ମଧ୍ୟ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ ସହ ହେବାକୁ ଥିବାରୁ ଦଳୀୟ ନେତାଙ୍କୁ ସତର୍କ ରହିବାକୁ ଶ୍ରୀ ଶାହ ପରାମର୍ଶ ଦେଇଛନ୍ତି। ବିଶେଷ କରି ତେଲେଙ୍ଗାନା ଉପରେ ଫୋକ୍‌ସ କରିବାକୁ ସମସ୍ତଙ୍କୁ କୁହାଯାଇଛି।



from Odisha Reporter https://ift.tt/2O5cWCo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages