ଭାରତକୁ ପଶିଆସିଥିବା ପାକ୍ ହେଲିକପ୍ଟରରେ ଥିଲେ ଜଣେ ପିଏମ୍ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 30, 2018

ଭାରତକୁ ପଶିଆସିଥିବା ପାକ୍ ହେଲିକପ୍ଟରରେ ଥିଲେ ଜଣେ ପିଏମ୍ !

ଜମ୍ମୁ (ଓଡ଼ିଶା ରିପୋର୍ଟର)- ପାକିସ୍ତାନର ଏକ ହେଲିକପ୍ଟର ଲାଇନ୍‌ ଅଫ୍‌ କଣ୍ଟ୍ରୋଲ ଅତିକ୍ରମ କରି ଭାରତ ସୀମାକୁ ପଶି ଆସିବାର କିଛି ଘଣ୍ଟା ପରେ ଏକ ସାଂଘାତିକ ତଥ୍ୟ ସାମ୍‌ନାକୁ ଆଣିଛି ଟିଭି
ଚ୍ୟାନେଲ ‘ଟାଇମ୍ସ ନାଓ’। ଏନେଇ ପ୍ରଥମ କରି ଚ୍ୟାନେଲ ଏକ ଫଟୋ ମଧ୍ୟ ଜାରି କରିଛି ଯେଉଁଥିରେ ସ୍ପଷ୍ଟ ଜଣାପଡ଼ୁଛି ଭିତରେ କିଏ ଥିଲେ।

ହେଲିକପ୍ଟର ଭିତରେ ଥିବା ବ୍ୟକ୍ତି ସାମ୍ବିଧାନିକ ପଦପଦବୀ ଦୃଷ୍ଟିରୁ ଅତି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ଅବସ୍ଥାପିତ ମଧ୍ୟ। ‘ଟାଇମ୍ସ ନାଓ’ରେ ପ୍ରସାରିତ ଏହି ଫଟୋ ଜଣେ ପ୍ରଧାନମନ୍ତ୍ରୀଙ୍କର ବୋଲି କୁହାଯାଇଛି। କିନ୍ତୁ ଜଣେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବାବଦରେ ଏବଂ ଏହାର ଯାତାୟାତ ପଥ ବାବଦରେ ଭାରତୀୟ ପକ୍ଷ ଅବଗତ ନଥିବା ଓ ହେଲିକପ୍ଟରକୁ ଗୁଳି କରି ଖସାଇବା ପାଇଁ ଉଦ୍ୟମ କରାଯାଇଥିବା ନିଶ୍ଚୟ ଆଶ୍ଚର୍ଯ୍ୟଜନକ।

ଭାରତୀୟ ସେନା ପକ୍ଷରୁ ଜାରି ହୋଇଥିବା ଏକ ଭିଡିଓରୁ ମଧ୍ୟ ଜଣାପଡ଼ିଛି ଏହାକୁ ଖସାଇବାକୁ ଗୁଳିମାଡ଼ କରାଯାଇଥିଲା। ‘ଟାଇମ୍ସ ନାଓ’ର ଏହି ଫଟୋଟି ଭିଡିଓରୁ ନିଆଯାଇଥିବା ଏକ ସ୍କ୍ରିନ୍‌ ସଟ୍‌, ଯେଉଁଥିରୁ ଜଣାପଡ଼ୁଛି ସାମ୍ନା ସିଟ୍‌ରେ ବସିଛନ୍ତି ଏହି ପିଏମ୍‌ ଜଣକ। ସେ ହେଉଛନ୍ତି ବିବାଦୀୟ ପାକ୍‌ ଅଧିକୃତ କଶ୍ମୀର(ପିଓକେ)ର ପ୍ରଧାନମନ୍ତ୍ରୀ ରାଜା ଫାରୁକ୍‌ ହାଇଦର୍‌।

ପାକ୍‌ ମିଡିଆ ଦେଇଥିବା ଖବର ଅନୁଯାୟୀ ହାଇଦର ତାଙ୍କ ଦଳର ଜଣେ କର୍ମୀଙ୍କ ପରିବାରକୁ ସମବେଦନା ଜଣାଇବା ପାଇଁ ଏଲ୍‌ଓସି ନିକଟରେ ଏକ ସ୍ଥାନକୁ ଯାଉଥିଲେ। ଭାରତ ସୀମା ପଟେ ୫ ମିନିଟ୍ ଚକ୍କର କାଟିବା ପରେ ଏହା ପାକିସ୍ତାନ ଆଡ଼କୁ ଚାଲିଯାଇଥିବା ସୂଚନା ଦେଇଛନ୍ତି ଜମ୍ମୁ ଆର୍ମି ମୁଖପାତ୍ର ଲେଫ୍ଟନାଣ୍ଟ କର୍ଣ୍ଣେଲ ଦେବେନ୍ଦର୍ ଆନନ୍ଦ୍। ସେ ଆହୁରି ମଧ୍ୟ କହିଛନ୍ତି, ଏହି ହେଲିକପ୍ଟର ବହୁତ୍ ଉଚ୍ଚରେ ଉଡ଼ୁଥିଲା ଏବଂ ଆପତ୍ତିଜନକ ଭାବେ ଏୟାର୍‌ସ୍ପେସ୍‌ ନିୟମ ଉଲ୍ଲଂଘନ କରିଥିଲା।

ସୂଚନାଯୋଗ୍ୟ ଯେ, ଏଲ୍‌ଓସିର ୧ କିଲୋମିଟର ମଧ୍ୟରେ ହେଲିକପ୍ଟର ଉଡ଼ାଇବା ନିଷେଧ କରାଯାଇଛି।



from Odisha Reporter https://ift.tt/2xO9gix

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages