ରାଜ୍‌ କପୁରଙ୍କ ଝିଅ ସହ ରାଜୀବ ଗାନ୍ଧିଙ୍କ ବିବାହ ଚାହୁଁଥିଲେ ଇନ୍ଦିରା, ଏମିତି ଥିଲା କାହାଣୀ, ପଢ଼ନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 30, 2018

ରାଜ୍‌ କପୁରଙ୍କ ଝିଅ ସହ ରାଜୀବ ଗାନ୍ଧିଙ୍କ ବିବାହ ଚାହୁଁଥିଲେ ଇନ୍ଦିରା, ଏମିତି ଥିଲା କାହାଣୀ, ପଢ଼ନ୍ତୁ

ନୂଆଦିଲ୍ଲୀ: ରାଜନୀତି ସହ ଫିଲ୍ମ ଦୁନିଆର ସମ୍ପର୍କ ବେଶ ଅନ୍ତରଙ୍ଗ। ରଙ୍ଗିନ ଦୁନିଆର ତାରକାମାନେ ରାଜନୀତିରେ ବିଶେଷ ଆକର୍ଷଣ ପାଲଟିଥାନ୍ତି। ଅଭିନେତା ଓ ଅଭିନେତ୍ରୀମାନେ ରାଜନୀତିରେ ପାଦ ଥାପିବାର ପରମ୍ପରା ମଧ୍ୟ ବେଶ ପୁରୁଣା।

ବଲିଉଡ୍‌ ଜଗତ ସହ ସମ୍ପର୍କରୁ ଗାନ୍ଧି ପରିବାର ମଧ୍ୟ ବାଦ୍‌ ପଡ଼ି ନଥିଲା। ମୁଖ୍ୟତଃ ଗାନ୍ଧି-ନେହରୁ ପରିବାର ସହ ଫିଲ୍ମ ଜଗତର ସୁପ୍ରତିଷ୍ଠିତ କପୁର ପରିବାରର ସମ୍ପର୍କ ବେଶ ନିବିଡ଼ ଥିଲା। ଆଉ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ଏହି ସମ୍ପର୍କକୁ ବୈବାହିକ ବନ୍ଧନର ରୂପ ଦେବାକୁ ଚାହୁଁଥିଲେ।

ତାଙ୍କର ଇଚ୍ଛା ଥିଲା ଯେ, ତାଙ୍କ ବଡ଼ ପୁଅ ରାଜୀବ ଗାନ୍ଧିଙ୍କ ବିବାହ ରାଜ୍‌ କପୁରଙ୍କ ଝିଅ ସହ ହେଉ। ବରିଷ୍ଠ ସାମ୍ବାଦିକ ରଶିଦ୍‌ କିଦ୍‌ୱାଇଙ୍କ ଲିଖିତ ‘ନେତା-ଅଭିନେତା: ବଲିଉଡ୍‌ ଷ୍ଟାର୍‌ ପାୱାର ଇନ୍‌ ଇଣ୍ଡିଆନ୍‌ ପଲଟିକ୍ସ’ ପୁସ୍ତକରେ ଏ ସମ୍ପର୍କରେ ଉଲ୍ଲେଖ ରହିଛି। ଏଥିରେ ଲେଖାଯାଇଛି ଯେ, ଇନ୍ଦିରା ଗାନ୍ଧି ଚାହୁଁଥିଲେ ଉଭୟଙ୍କ ପାରିବାରିକ ସମ୍ପର୍କ ବନ୍ଧୁତ୍ୱରୁ ଆଗକୁ ବଢ଼ୁ। ତେଣୁ ସେ ନିଜ ବଡ଼ ପୁଅ ରାଜୀବ ଗାନ୍ଧିଙ୍କ ବାହାଘର ରାଜ କପୁରଙ୍କ ଝିଅ ରିତୁ (ନନ୍ଦା)ଙ୍କ ସହ କରିବା ପାଇଁ ଚାହୁଁଥିଲେ। ଏଥିପାଇଁ ସେ କେତେ କ’ଣ ଉଦ୍ୟମ ମଧ୍ୟ କରିଥିଲେ। କିନ୍ତୁ ଇନ୍ଦିରାଙ୍କ ଏହି ଇଚ୍ଛା ପୂରଣ ହୋଇପାରି ନଥିଲା।

ରାଜୀବ ଯେତେବେଳେ ଉଚ୍ଚ ଶିକ୍ଷା ପାଇଁ ବ୍ରିଟେନ୍‌ର କେମ୍ବ୍ରିଜ୍‌ ୟୁନିଭର୍ସିଟି ଗଲେ ସେଠାରେ ସେ ସୋନିଆଙ୍କ ସମ୍ପର୍କରେ ଆସିଥିଲେ। ପରେ ଉଭୟଙ୍କ ସମ୍ପର୍କ ପ୍ରେମର ରୂପ ନେଇଥିଲା। ଆଉ ୧୯୬୮ରେ ରାଜୀବ-ସୋନିଆଙ୍କ ବିବାହ ହୋଇଥିଲା।

ରଶିଦ୍‌ କିଦ୍‌ୱାଇ ତାଙ୍କ ବହିରେ ଏକଥା ମଧ୍ୟ ଲେଖିଛନ୍ତି ରାଜ୍‌ କପୁରଙ୍କ ନାତୁଣୀ ତଥା ବଲିଉଡ୍‌ର ଚୁଲବୁଲି ନାୟିକା କରୀନା କପୁରଙ୍କୁ ୨୦୦୨ରେ ରାଜୀବ ଗାନ୍ଧିଙ୍କ ପୁଅ ରାହୁଲ ଗାନ୍ଧି ଖୁବ୍‌ ପସନ୍ଦ ଆସିଥିଲେ। ଖାଲି ସେତିକି ନୁହଁ ଏକ କାର୍ଯ୍ୟକ୍ରମରେ କରୀନାଙ୍କୁ ଯେତେବେଳେ ପଚରାଗଲା କାହାକୁ ଡେଟ୍‌ କରିବାକୁ ତୁମର ବେଶି ପସନ୍ଦ। ଉତ୍ତରରେ କରୀନା ରାହୁଲ ଗାନ୍ଧିଙ୍କ ନାମ ହିଁ କହିଥିଲେ। ହେଲେ ୨୦୦୯ରେ ଯେତେବେଳେ କରୀନାଙ୍କୁ ରାହୁଲ ଗାନ୍ଧିଙ୍କ ବିଷୟରେ ପଚରାଯାଇଥିଲା ସେ ସଙ୍ଗେ ସଙ୍ଗେ ଏହି ପ୍ରସଙ୍ଗ ଏଡ଼ାଇଯାଇ କହିଥିଲେ ସେ କାହାଣୀ ବହୁତ ପୁରୁଣା ହୋଇଗଲାଣି।

କରୀନା କହିଥିଲେ “ମୁଁ ସେତେବେଳେ କହିଥିଲି ଯେ, ଆମ ଦୁଇ ଜଣଙ୍କ ସର୍‌ନେମର ଖୁବ୍‌ ଲୋକପ୍ରିୟତା ରହିଛି। ମୁଁ ତାଙ୍କୁ ପ୍ରଧାନମନ୍ତ୍ରୀ ରୂପରେ ଦେଖିବାକୁ ଚାହେଁ। କିନ୍ତୁ ନିଶ୍ଚିତ ରୂପେ ‘ଡେଟ’ କରିବାକୁ ଚାହେଁନି।”

ସେହିପରି ରଶିଦ୍‌ କିଦ୍‌ୱାଇ ତାଙ୍କର ଆଉ ଏକ ବହିରେ ଲେଖିଛନ୍ତି ଯେ, ରାଜ୍‌ କପୁରଙ୍କ ଫିଲ୍ମ ‘ଆୱାରା’ ରିଲିଜ୍‌ ହେଲା ପରେ ଦେଶ ବିଦେଶରେ ଏହା ସୁପରହିଟ୍‌ ହୋଇଥିଲା। ସେ ସମୟରେ ଏହି ଫିଲ୍ମ ବିଷୟରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ ପୃଥିବୀରାଜ କପୁରଙ୍କୁ ପ୍ରଶ୍ନ କରିଥିଲେ, “ଭାଇ, ଇଏ ଆୱାରା ଶବ୍ଦର ଅର୍ଥ କ’ଣ, ଯାହାକୁ ନେଇ ଆପଣଙ୍କ ପୁଅ ଫିଲ୍ମ ତିଆରି କରିଛନ୍ତି?” ହେଲେ ଏହାର ଉତ୍ତର ପୃଥିବୀରାଜ କ’ଣ ଦେଇଥିଲେ, ତାହା କିଦୱାଇ ଉଲ୍ଲେଖ କରିନାହାନ୍ତି। ତେବେ ଗାନ୍ଧି-କପୁରଙ୍କ ପରିବାରଙ୍କ ମଧ୍ୟରେ ସମ୍ପର୍କ କେତେ ମଜଭୁତ୍‌ ଥିଲା ତାହା ଏଥିରୁ ବାରି ହେଉଛି।

ସୌଜନ୍ୟ: ଏନ୍‌ଡିଟିଭି



from Odisha Reporter https://ift.tt/2y0Tb8o

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages