
ଭୁବନେଶ୍ଵର (ଓଡ଼ିଶା ରିପୋର୍ଟର) : ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଶୁକ୍ରବାର ସନ୍ଧ୍ୟା ୬ଟା ୩୦ମିନିଟରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ହେବାକୁ ଥିବା ଏହି ବୈଠକରେ ୪ ଟି ଏଜେଣ୍ଡା ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି।
ଏହାସହିତ ଚଳିତ ମାସରେ ଶେଷ ହେଉଥିବା ୬୫ଟି ପୌର ସଂସ୍ଥାର କାର୍ଯ୍ୟକାଳକୁ ୬ମାସ ବୃଦ୍ଧି ଓ ଆଗୁଆ ନିର୍ବାଚନ ସମ୍ପର୍କରେ ମଧ୍ୟ ଆଲୋଚନା ହେବ ବୋଲି ସୂଚନା ମିଳିଛି।
କ୍ୟାବିନେଟ ବୈଠକ ସମ୍ପର୍କରେ ମନ୍ତ୍ରୀମାନଙ୍କୁ ଉପସ୍ଥିତ ରହିବାକୁ କୁହାଯାଇଥିଲେ ମଧ୍ୟ ଏଜେଣ୍ଡା ପ୍ରଦାନ କରାଯାଇ ନଥିବା ଜଣା ପଡ଼ିଛି।
ସୂଚନାଯୋଗ୍ୟ, ଗତ ସୋମବାର କ୍ୟାବିନେଟ ବୈଠକ ବସିବାର କାର୍ଯ୍ୟକ୍ରମ ଥିଲେ ମଧ୍ୟ ଶେଷ ମୂହୁର୍ତ୍ତରେ ତାହା ବାତିଲ ହୋଇଯାଇଥିିଲା
from Odisha Reporter https://ift.tt/2Cp35WK
No comments:
Post a Comment