
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ରାତିରେ ଝଡ଼ତୋଫାନ ସହ ପ୍ରବଳ ବର୍ଷା ହେବ। କିଛି କିଛି ସ୍ଥାନରେ ବଜ୍ରପାତ ମଧ୍ୟ ହେବ। ଏଥିପାଇଁ ୧୩ ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏହି ସମୟ ଭିତରେ ବାହାରକୁ ନଯିବାକୁ ପରାମର୍ଶ ଦିଆଯାଇଛି।
ଆଜି ରାତି ୧୧ଟା ୪୫ ମିନିଟ୍ ଭିତରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସୋନପୁର, ସମ୍ବଲପୁର, ବୌଦ୍ଧ, ଦେବଗଡ଼, ଅନୁଗୋଳ, କେନ୍ଦୁଝର, ନୟାଗଡ଼, ଯାଜପୁର, କନ୍ଧମାଳ ଓ ଢେଙ୍କାନାଳ ଜିଲ୍ଲାରେ ପ୍ରବଳ ବର୍ଷା ହେବ। କେତେକ ସ୍ଥାନରେ ବଜ୍ରପାତ ହେବା ସହିତ ପ୍ରବଳ ବେଗରେ ପବନ ବହିବ। ଏନେଇ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।
from Odisha Reporter https://ift.tt/2N7Pdoc
No comments:
Post a Comment