
ପାଟକୁରା (ମନୋଜ ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣେ ଅଭିଯୁକ୍ତ ଖସି ପଳାଇଛି। ତା’ ନାଁ ରାଜୁ ଜେନା। ତାଳଚୁଆ ସାମୁଦ୍ରିକ ଥାନା ଅନ୍ତର୍ଗତ ଭେକ୍ଟା ଗାଁରେ ତାର ଘର।
ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଗତ ୨୭ ତାରିଖରେ ପୁଲିସ୍ ତାକୁ ଗିରଫ କରାଯାଇଥିଲା। ତାକୁ ଲୋକେ ଖୁବ୍ ମାଡ଼ ମାରିଥିବା ଯୋଗୁ ପୁଲିସ୍ ହେପାଜତରେ ଡାକ୍ତରଖାନାରେ ତାର ଚିକିତ୍ସା ଚାଲିଥିଲା।
ତେବେ ଗତକାଲି ରାତିରେ ପରିସ୍ରା ଯିବା ବାହାନାରେ ସେ ଡାକ୍ତରଖାନାରୁ ଫେରାର୍ ହୋଇଯାଇଛି।
ପୁଲିସ୍ ରାଜୁକୁ ଖୋଜାଖୋଜି କରୁଛି। କିନ୍ତୁ ତାର ପତ୍ତା ମିଳିପାରି ନାହିଁ।
from Odisha Reporter https://ift.tt/2PVB1gu
No comments:
Post a Comment