ବିପଦସଙ୍କେତ ଉପରେ ବୋହୁଛି ବୈତରଣୀ, ନଦୀକୂଳିଆ ଲୋକେ ଭୟଭୀତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 7, 2018

ବିପଦସଙ୍କେତ ଉପରେ ବୋହୁଛି ବୈତରଣୀ, ନଦୀକୂଳିଆ ଲୋକେ ଭୟଭୀତ

flood
ନନ୍ଦପୁର(ମୁନ୍ନା ସିଂ): ବଢୁଛି ବୈତରଣୀ ନଦୀର ଜଳସ୍ତର। କେନ୍ଦୁଝର ଜିଲ୍ଲା ଆନନ୍ଦପୁରର ରାଜଘାଟ ନିକଟରେ ବିପଦ ସଙ୍କେତ ଟପିଛି ବୈତରଣୀ। ରାଜଘାଟ ନିକଟରେ ବୈତରଣୀରେ ୩୭.୬୫୦ ମିଟରରେ ପ୍ରବାହିତ ହେଉଛି। ବୈତରଣୀ ନଦୀର ବିପଦ ସଙ୍କେତ ରହିଛି  ୩୭.୪୪୫ ମିଟର।
ଗତକାଲି ନଦୀର ଉପର ମୁଣ୍ଡରେ ବର୍ଷା ହେବା ପରେ ନଦୀରେ ଜଳସ୍ତର ବଢ଼ିବାରେ ଲାଗିଛି। ନଦୀକୂଳିଆ ଅଞ୍ଚଳ ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି। ଏହାସହ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପରିସ୍ଥିତି ଉପରରେ ନଜର ରଖାଯାଇଛି ବୋଲି ଆନନ୍ଦପୁର ଉପଜିଲ୍ଲାପାଳ ତପନ କୁମାର ନାୟକ କହିଛନ୍ତି।
ଅନ୍ୟପକ୍ଷରେ ପ୍ରବଳ ବର୍ଷାରେ ଭଦ୍ରକ ଜିଲ୍ଲାର ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବିଶେଷ କରି ଧାମନଗର ବ୍ଲକର ଅସୁରାଳି ଓ କାଶିମପୁର ଗାଁ ପାଣି ଘେରରେ ରହିଛି। ସାଳନ୍ଦୀ ନଦୀର ଦୁଇ ଶାଖା ନଦୀ ରେବ ଓ କପାଳିରେ ବନ୍ୟା ଆସିବାରୁ ଏପରି ପରିସ୍ଥିତି ଉପୁଜିଛି। 
ସେହିପରି ଭଦ୍ରକ ସଦର ବ୍ଲକର ଅର୍ଣ୍ଣପାଳ, ବିଷ୍ଣୁପୁର ବିନ୍ଧା, ଶୁଶୁଆ ଗାଁ ମଧ୍ୟ ପାଣି ଘେରରେ ରହିଛି।


from Odisha Reporter https://ift.tt/2M83sEF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages