
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରାୟତଃ ସବୁ ଝିଅଙ୍କ ଇଚ୍ଛା ଅନ୍ୟମାନଙ୍କ ଠାରୁ ସୁନ୍ଦର ଦେଖାଯିବେ। ଏଥିପାଇଁ ବିଭିନ୍ନ ପ୍ରକାର ମେକ୍ଅପ୍ ବ୍ୟବହାର କରିଥାନ୍ତି। ଏଥିସହ ନିଜ ପୋଷାକ ଓ ଜୋତା ଉପରେ ମଧ୍ୟ ଧ୍ୟାନ ଦେଇଥାନ୍ତି। ତେଣୁ ଝିଅମାନେ ପୋଷାକ ଅନୁସାରେ ହାଇ ହିଲ୍ସ ପିନ୍ଧିବାକୁ ପସନ୍ଦ କରିନ୍ତି।
ସାଧାରଣ ହିଲ୍ସର ଜୋତା ଦିନସାରା ପିନ୍ଧିଲେ ପାଦକୁ ବହୁତ ଯନ୍ତ୍ରଣା ହୋଇଥାଏ। ହେଲେ, ଏସବୁ ସମସ୍ୟାରୁ ମୁକ୍ତି ପାଇବାର ଉପାୟ ଅଛି।
ଆସନ୍ତୁ ଜାଣିବା କ’ଣ ଏହି ଉପାୟ ?
୧- ପ୍ରଥମେ ନିଜ ପାଦର ଗଠନକୁ ଜାଣନ୍ତୁ। କାରଣ ସମସ୍ତଙ୍କ ପାଦର ଗଠନ ଅଲଗା ଅଲଗା ହୋଇଥାଏ। କାହାର ପାଦ ଚଉଡା ହୋଇଥାଏ ତ କାହାର ବକ୍ରାକାର। ତେଣୁ ଆପଣଙ୍କ ପାଦର ଗଠନକୁ ନେଇ ହାଇ ହିଲ୍ସ ଚୟନ କରନ୍ତୁ। ଏହା ଆପଣଙ୍କ ପାଇଁ ଆରାମଦାୟକ ହେବ।
୨- ହିଲ୍ସ କଥା କହିଲେ, ଝିଅମାନେ ପ୍ରଥମେ ପେନ୍ସିଲ୍ କିମ୍ୱା ଷ୍ଟିଲେଟୋ ହିଲ୍ସ ପସନ୍ଦ କରିଥାନ୍ତି। ଯଦି ଆପଣଙ୍କ ହିଲ୍ସ ସହ କମ୍ଫଟ୍ ଚାହୁଁଛନ୍ତି, ତେବେ ବ୍ଲକ୍ ହିଲ୍ସ ପିନ୍ଧନ୍ତୁ। ବ୍ଲକ୍ ହିଲ୍ସ ପିନ୍ଧିବା ଦ୍ୱାରା ପାଦ ଉପରେ ଚାପ କମ୍ ପଡ଼ିଥାଏ। ଏହି କାରଣରୁ ପାଦ ଦରଜ ହୋଇ ନଥାଏ।
୩- ସମ୍ପୂର୍ଣ୍ଣ ପାଦ ଧରୁଥିବା ସାଇଜ୍ର ହିଲ୍ସ କିଣନ୍ତୁ। ଆପଣଙ୍କ ହିଲ୍ସ ଯେତିକି ପୂରି ହୋଇ ରହିବ ପାଦ ଉପରେ କମ୍ ଚାପ ପଡ଼ିବ ଓ ଚାଲିବା ସମୟରେ ଆରାମ ଲାଗିବ। ଏହାସହ ପାଦରେ ଯନ୍ତ୍ରଣା ମଧ୍ୟ ହେବନାହିଁ।
from Odisha Reporter https://ift.tt/2Q3h8nB
No comments:
Post a Comment