
ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେଡି ସାଂସଦ ତଥା ବାଲେଶ୍ୱର ଜିଲ୍ଲା ବିଜେଡି ସଭାପତି ରବୀନ୍ଦ୍ର ଜେନାଙ୍କୁ ନେଇ ଦଳରେ କନ୍ଦଳ ବଢ଼ିବାରେ ଲାଗିଛି। ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟରେ ରବୀନ୍ଦ୍ରଙ୍କ ନାଁରେ ଫେରାଦ ହୋଇଛନ୍ତି ବାଲେଶ୍ୱର ଜିଲ୍ଲା ବାଲିଆପାଳର ଦଳୀୟ କର୍ମୀ ଓ ନେତା।
ବସ୍ତା ନିର୍ବାଚନ ମଣ୍ଡଳୀରୁ ରବୀନ୍ଦ୍ରଙ୍କ ପରିବାରରୁ କାହାକୁ ମଧ୍ୟ ବିଜେଡିରୁ ଟିକେଟ ନଦେବାକୁ ସେମାନେ ଦଳୀୟ ସୁପ୍ରିମୋଙ୍କ ନିକଟରେ ଦାବି କରିଛନ୍ତି। ଏହାସହ ୧୩ ହଜାର ଦସ୍ତଖତ ସମ୍ବଳିତ ଏକ ସ୍ମାରକପତ୍ର ନବୀନ ପଟ୍ଟନାୟକଙ୍କୁ ଦେଇଛନ୍ତି।
ଜିଲ୍ଲାର କିଛି କର୍ମକର୍ତ୍ତାଙ୍କୁ ରବୀନ୍ଦ୍ର ପଦବୀରୁ ହଟାଇ ଦେଇଥିବା ସେମାନେ ଅଭିଯୋଗ କରିଛନ୍ତି। ଏନେଇ ସାଂସଦ ରବୀନ୍ଦ୍ର ଜେନାଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।
from Odisha Reporter https://ift.tt/2CAn84z
No comments:
Post a Comment