ସୌମ୍ୟଙ୍କୁ ବେପାରୀ କହି କଟାକ୍ଷ କଲେ ବଦ୍ରି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 30, 2018

ସୌମ୍ୟଙ୍କୁ ବେପାରୀ କହି କଟାକ୍ଷ କଲେ ବଦ୍ରି

bjd

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେଡି ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ବିବାଦରେ ଫସିଥିବା କ୍ୟାବିନେଟ୍‌ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର। ସୌମ୍ୟଙ୍କୁ ବେପାରୀ କହି କଟାକ୍ଷ କରିବା ସହ ବିଜେଡିରେ କହିବାକୁ ତାଙ୍କୁ କିଏ ଅଧିକାର ଦେଲା ବୋଲି ପ୍ରଶ୍ନ କରିଛନ୍ତି।

ସୂଚନାଯୋଗ୍ୟ ଯେ, ବଦ୍ରିଙ୍କ ପୁଅଙ୍କ ଗିରଫଦାରୀ ନେଇ ସୌମ୍ୟ ବିରୋଧ ପ୍ରକାଶ କରିଥିଲେ। ସେ ବଦ୍ରିଙ୍କୁ ସିଧାସଳଖ ଟାର୍ଗେଟ୍ କରିଥିଲେ। ସେ କହିଥିଲେ “ଯେଉଁ ଯେଉଁ ମନ୍ତ୍ରୀଙ୍କ ସମ୍ପର୍କୀୟମାନେ ଏଭଳି ଅପରାଧ କରିଛନ୍ତି ତାହା ନିନ୍ଦନୀୟ। ମନ୍ତ୍ରୀଙ୍କ ପୁଅକୁ ଗିରଫ କରାଯାଇଛି। ମୁଖ୍ୟମନ୍ତ୍ରୀ କ’ଣ କରିବେ ନକରିବେ ମୁଁ ଜାଣିନାହିଁ। ମନ୍ତ୍ରୀ ସେ ନେଇ ଆତ୍ମସମୀକ୍ଷା କରିବା ଦରକାର।”

ସୌମ୍ୟଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ଦେଇ ବଦ୍ରି ତାଙ୍କ ପରେ ବର୍ଷିଛନ୍ତି। ସେ କହିଛନ୍ତି, “ସୌମ୍ୟବାବୁ ବେପାରୀ ଲୋକ। ସବୁଥିରେ ତାଙ୍କର ବେପାର। କେନ୍ଦୁଝର ନୁହେଁ, ସାରା ଓଡ଼ିଶାରେ ତାଙ୍କ ପରିବାର ପାଇଁ କଂଗ୍ରେସ ସତ୍ତା ହରାଇଛି। ଭାବୁଛନ୍ତି ମୋ ବିରୋଧରେ କହିଦେଲେ ତାଙ୍କ ଭାଇ କ୍ଷମତାକୁ ଫେରିବେ। ଏସବୁ ଅପପ୍ରଚାର। ବିଜେଡିରେ ତାଙ୍କୁ କିଏ କହିବାକୁ କ୍ଷମତା ଦେଲା ଜାଣିନି। ସେ ରାଜଧର୍ମ ପାଳନ କରନ୍ତୁ।”
ଏପରିକି ବିଜେଡିରେ ରହି କଂଗ୍ରେସ ପାଇଁ ସୌମ୍ୟ କାମ କରୁଥିବା ଅଭିଯୋଗ ଆଣିଛନ୍ତି ବଦ୍ରି। ସେ କହିଛନ୍ତି, “ବିଜେଡିରେ ରହି କଂଗ୍ରେସ ପାଇଁ କାମ କରିବା ଛାଡ଼ନ୍ତୁ। ବେପାର ଛାଡ଼ି ରାଜନୀତି କରନ୍ତୁ।”



from Odisha Reporter https://ift.tt/2RdnUYQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages