ଭାରତ ଆଗରେ ୧୬୩ ରନ୍‌ର ବିଜୟ ଲକ୍ଷ୍ୟ, ୧୬୨ରେ ଅଟକିଲା ପାକିସ୍ତାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 19, 2018

ଭାରତ ଆଗରେ ୧୬୩ ରନ୍‌ର ବିଜୟ ଲକ୍ଷ୍ୟ, ୧୬୨ରେ ଅଟକିଲା ପାକିସ୍ତାନ

ଦୁବାଇ: ଏସିଆ କପ୍‌ରେ ପାକିସ୍ତାନ ବିପକ୍ଷ ଲିଗ୍‌ ପର୍ଯ୍ୟାୟ ମ୍ୟାଚ୍‌ ଜିତିବା ପାଇଁ ଭାରତ ଆଗରେ ମାତ୍ର ୧୬୩ ରନ୍‌ର ଟାର୍ଗେଟ ରହିଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ୪୩.୧ ଓଭର୍‌ରେ ମାତ୍ର ୧୬୨ ରନ୍‌ କରି ଅଲଆଉଟ୍‌ ହୋଇଯାଇଛି।
ଭାରତ ପକ୍ଷରୁ ସ୍ପିନିଂ ଅଲରାଉଣ୍ଡର କେଦାର ଯାଦବ ଓ ସ୍ପିଡ୍‌ଷ୍ଟର୍‌ ଭୁବନେଶ୍ୱର କୁମାର ୩ଟି ଲେଖାଏ ୱିକେଟ୍‌ ନେଇଥିବା ବେଳେ ଯଶପ୍ରୀତ ବୁମ୍ରା ଏବଂ ରିଷ୍ଟ ସ୍ପିନର୍‌ କୁଲଦୀପ ଯାଦବ ଗୋଟିଏ ଲେଖାଏ ୱିକେଟ୍‌ ପାଇଛନ୍ତି।


ପ୍ରଥମେ ବ୍ୟାଟିଂ କରୁଥିବା ପାକିସ୍ତାନ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦଳୀୟ ସ୍କୋର ମାତ୍ର ୨ ରନ୍‌ରେ ଭୁବନେଶ୍ୱର କୁମାର ଓପନର୍‌ ଇମାମ୍‌ ଉଲ୍‌ ହକ୍‌ଙ୍କୁ ୱିକେଟ୍ କିପର୍ ଧୋନିଙ୍କ ହାତରେ ଆଉଟ୍ କରାଇ ଭାରତକୁ ପ୍ରଥମ ସଫଳତା ଦେଇଥିଲେ।

ନିଜର ଦ୍ୱିତୀୟ ଓଭର୍‌ରେ ଭୁବନେଶ୍ୱର ଅନ୍ୟତମ ଓପନର୍ ଫଖର ଜମାନଙ୍କୁ ଆଉଟ୍ କରି ପାକିସ୍ତାନକୁ ବ୍ୟାକ୍ଫୁଟ୍କୁ ଠେଲି ଦେଇଥିଲେ। ତେବେ ତୃତୀୟ ୱିକେଟ୍ ପାଇଁ ଭେଟେରାନ୍ ସୋଏବ ମାଲିକ ଓ ନିର୍ଭରଯୋଗ୍ୟ ବାବର ଆଜମ୍ ଭାରତୀୟ ବୋଲରଙ୍କୁ ଉଚିତ ମୁକାବିଲା କରି ପାକ୍ ଇନିଂସ୍କୁ ଆଗକୁ ବଢ଼ାଇଥିଲେ। ଉଭୟେ ତୃତୀୟ ୱିକେଟ୍ ପାଇଁ ୮୨ ରନ୍‌ର ଭାଗିଦାରୀ କରିଥିଲେ। ଏହି ଯୋଡ଼ିକୁ ଚାଇନାମ୍ୟାନ୍‌ କୁଲଦୀପ ଯାଦବ ଭାଙ୍ଗିଥିଲେ।

କୁଲଦୀପଙ୍କ ଗୁଗୁଲିକୁ ବୁଝି ନ ପାରି ବାବର(୪୭) କ୍ଲିନ୍ ବୋଲ୍ଡ ହୋଇଯାଇଥିଲେ। ଏହାପରେ କ୍ରିଜ୍‌କୁ ଆସିଥିବା ଅଧିନାୟକ ସର୍ଫରାଜ ଅହମ୍ମଦ ବଡ଼ ଶଟ୍‌ ଖେଳିବାକୁ ଉଦ୍ୟମ କରି କେଦାର ଯାଦବଙ୍କ ପ୍ରଥମ ଶିକାର ହୋଇଥିଲେ। ୨୫ ଓଭର୍‌ରେ ୪ଟି ୱିକେଟ୍‌ ହରାଇ ୯୬ ରନ୍‌ କରି ସଂଘର୍ଷ କରୁଥିବା ପାକିସ୍ତାନର ସବୁ ଭରସା ସୋଏବ ମାଲିକଙ୍କ କାନ୍ଧରେ ପଡ଼ିଥିଲା। ତେବେ ରାୟିଡୁଙ୍କ ଏକ ଥ୍ରୋରେ ସେ ରନ୍‌ ଆଉଟ୍‌ ହୋଇଯିବାରୁ ଟିମ୍‌ ଇଣ୍ଡିଆ ବିପକ୍ଷରେ ଏକ ବଡ଼ ସ୍କୋର ପାଇଁ ପାକିସ୍ତାନର ଆଶା ମଉଳି ଯାଇଥିଲା।

ସୋଏବ ପ୍ୟାଭିଲିୟନ୍‌ ଫେରିବା ବେଳକୁ ୪୩ ରନ୍‌ କରିଥିଲେ। ଏହାପରେ କେଦାର କ୍ରମାଗତ ଭାବେ ପାକିସ୍ତାନ ବ୍ୟାଟସ୍‌ମ୍ୟାନମାନଙ୍କୁ ଅଡ଼ୁଆରେ ପକାଇ ରନ୍ ହାର ଚାପି ଦେଇଥିଲେ। କେଦାର, ଶଦାବ ଖାନ୍‌ ଓ ଅସିଫ୍ ଅଲ୍ଲୀଙ୍କୁ ୱିକେଟ୍‌ ନେଇ ମ୍ୟାଚ୍‌ରେ ଭାରତକୁ ଫ୍ରଣ୍ଟଫୁଟ୍‌ରେ ରଖିଥିଲେ। ତେବେ ଫହିମ୍‌ ଅଶ୍ରଫ୍‌ ଓ ମହମ୍ମଦ ଆମୀର ୮ମ ୱିକେଟ୍‌ ପାଇଁ ଗୁରୁତ୍ୱପୂର୍ଣ୍ଣ ୩୭ ରନ୍ର ଭାଗିଦାରୀ କରିଥିଲେ। ଅଶ୍ରଫ୍‌ଙ୍କୁ ବୁମ୍ରା ପ୍ୟାଭିଲିୟନ୍‌ର ରାସ୍ତା ଦେଖାଇବା ପରେ ଭୁବନେଶ୍ୱର କୁମାର ହାସନ ଅଲ୍ଲୀଙ୍କ ୱିକେଟ୍‌ ନେଇଥିଲେ। ଶେଷ ବ୍ୟାଟସ୍‌ମ୍ୟାନ୍‌ ଉସମାନ୍‌ ଖାନ୍‌ଙ୍କୁ ବୋଲ୍ଡ କରି ବୁମ୍ରା ପାକ୍‌ ଇନିଂସ୍‌ରେ ପୂର୍ଣ୍ଣଚ୍ଛେଦ ପକାଇଥିଲେ।



from Odisha Reporter https://ift.tt/2MK2RcM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages