
ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ରାଉରକେଲା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଆଇଟିଡି ସମ୍ମିଳନୀ କକ୍ଷ ନିକଟସ୍ଥ ଏକ ଗଛରେ ଜଣେ ବ୍ୟକ୍ତି ରଶି ଲଗାଇ ଆତ୍ମହତ୍ୟା ଉଦ୍ୟମ କରୁଥିଲେ। ତାଙ୍କ ନାଁ ହେଉଛି ଶଶାଙ୍କ ଶେଖର ଶତପଥୀ। ମାତ୍ର ତାଙ୍କ ଘର କେଉଁଠି ଜଣାପଡ଼ିନାହିଁ।
ଶଶାଙ୍କ ଆତ୍ମହତ୍ୟା କରୁଥିବା ଦେଖି ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାର କରି ତୁରନ୍ତ ରାଉରକେଲା ସରକାରୀ ହସ୍ପିଟାଲ୍ରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ ଇସ୍ପାତ ଜେନେରାଲ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଏବେ ମଧ୍ୟ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଉଦ୍ବେଗ ଜନକ ରହିଛି।
ଶଶାଙ୍କଙ୍କ ଆତ୍ମହତ୍ୟାର ସଠିକ କାରଣ ଜଣାପଡ଼ି ନାହିଁ। ପୁଲିସ ତାଙ୍କ ପାଖରୁ ହିନ୍ଦୀରେ ଲିଖିତ ଏକ ତିନି ଫର୍ଦ୍ଦ ବିଶିଷ୍ଟ ଚିଠି ଜବତ କରିଛି। ଯାହାକୁ ନେଇ ପୁଲିସ ତଦନ୍ତ ଜାରି ଆରମ୍ଭ କରିଛି।
from Odisha Reporter https://ift.tt/2osyJsI
No comments:
Post a Comment