ଜାଣନ୍ତୁ କେମିତି ବ୍ୟାଙ୍କ ଆକାଉଣ୍ଟରୁ ଡି-ଲିଙ୍କ୍‌ କରିବେ ଆଧାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 28, 2018

ଜାଣନ୍ତୁ କେମିତି ବ୍ୟାଙ୍କ ଆକାଉଣ୍ଟରୁ ଡି-ଲିଙ୍କ୍‌ କରିବେ ଆଧାର

ନୂଆଦିଲ୍ଲୀ: ବ୍ୟାଙ୍କ ଆକାଉଣ୍ଟ ସହ ଆଧାର ଲିଙ୍କ କରିବା ବାଧ୍ୟତାମୂଳକ ନୁହେଁ ବୋଲି ସୁପ୍ରିମକୋର୍ଟ ଗତକାଲିର ରାୟରେ ସ୍ପଷ୍ଟ କରିଛନ୍ତି। ଏଣିକି ବ୍ୟାଙ୍କ ଆକାଉଣ୍ଟ ଖୋଲିଲେ ଲୋକଙ୍କୁ ଆଧାର କାର୍ଡ ଦେବାକୁ ପଡ଼ିବ ନାହିଁ।

କିନ୍ତୁ ଯେଉଁମାନେ ପୂର୍ବରୁ ବ୍ୟାଙ୍କ ଆକାଉଣ୍ଟ ସହ ଆଧାର ଲିଙ୍କ କରିଛନ୍ତି, ସେମାନେ ଏବେ କରିବେ କ’ଣ? ସେମାନେ ଚାହିଁଲେ ବ୍ୟାଙ୍କ ଆକାଉଣ୍ଟରୁ ଆଧାର କାର୍ଡର ଲିଙ୍କ୍‌କୁ ବିଚ୍ଛିନ୍ନ କରିପାରିବେ।

ତେବେ ଏଥିପାଇଁ ନିର୍ଦ୍ଦିଷ୍ଟ ପଦ୍ଧତି ଅନୁସରଣ କରିବାକୁ ହେବ। ଜାଣନ୍ତୁ ବ୍ୟାଙ୍କ ଆକାଉଣ୍ଟର୍‌ରୁ ଆଧାର ଡି-ଲିଙ୍କ ପାଇଁ କ’ଣ କରିବେ।

୧: ଯେଉଁ ବ୍ୟାଙ୍କରେ ଆପଣଙ୍କ ଆକାଉଣ୍ଟ ଅଛି, ସେଠାକୁ ଯାଆନ୍ତୁ ଏବଂ ସେଠାରେ କଷ୍ଟମର କେୟାର ଅଧିକାରୀଙ୍କୁ ଭେଟନ୍ତୁ।

୨: ଏହାପରେ ଏକ ଆପ୍ଲିକେସନ୍‌ ଜରିଆରେ ବ୍ୟାଙ୍କ ଆକାଉଣ୍ଟରୁ ଆଧାର ଡି-ଲିଙ୍କ କରିବାକୁ ଚାହୁଁଛନ୍ତି ବୋଲି ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଅବଗତ କରାନ୍ତୁ।

୩: ଏହି ସମୟରେ ଆପଣ ନିଜ ପାଖରେ ପ୍ୟାନ୍‌ କାର୍ଡ କିମ୍ବା ପାସପୋର୍ଟ ରଖିବା ନିହାତି ଜରୁରି।

୪: ଆପଣଙ୍କ ଆବେଦନର ୪୮ ଘଣ୍ଟା ମଧ୍ୟରେ ବ୍ୟାଙ୍କ କର୍ତ୍ତୃପକ୍ଷ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଆଧାରକୁ ଡି-ଲିଙ୍କ କରିଦେବେ। ଏହାପରେ ଆପଣଙ୍କୁ ଏକ ମେସେଜ୍‌ ଜରିଆରେ ଏ ସମ୍ପର୍କରେ ଅବଗତ କରାଇଦିଆଯିବ।



from Odisha Reporter https://ift.tt/2OoIN4q

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages