ମିଛୁଆରୁ ମ୍ୟୁଜିକାଲ୍‌ ସାଇଣ୍ଟିଷ୍ଟ୍‌! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 10, 2018

ମିଛୁଆରୁ ମ୍ୟୁଜିକାଲ୍‌ ସାଇଣ୍ଟିଷ୍ଟ୍‌!

ଭୁବନେଶ୍ୱର(ବିଶ୍ୱବନ୍ଦିତା ସ୍ୱାଇଁ): କେବେ ରୋମାଣ୍ଟିକ୍‌ ଗୀତକୁ ନେଇ ନିଆରା ଏକ୍ସେପେରିମେଣ୍ଟ ତ ଆଉ କେବେ ସେ ଭେଟି ଦିଅନ୍ତି ସୁପର୍‌ହିଟ୍‌ ଆଇଟମ୍‌ ନମ୍ବର। ଗୀତକୁ ନେଇ ନିରନ୍ତର ଅନୁସନ୍ଧାନ ହିଁ ତାଙ୍କୁ ଓଡ଼ିଆ ସଙ୍ଗୀତ ଶିଲ୍ପରେ ଦେଇଛି ସ୍ୱତନ୍ତ୍ର ପରିଚୟ। ତାଙ୍କୁ କୁହାଯାଏ, ଓଲିଉଡ୍‌ର ‘ମ୍ୟୁଜିକାଲ୍‌ ସାଇଣ୍ଟିଷ୍ଟ’। ଆମେ କହୁଛୁ, ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ୍‌ ଆନନ୍ଦଙ୍କ କଥା।

ଏବେ ଆସନ୍ତୁ ଜାଣିବା, କେବେଠାରୁ ଓ କାହିଁକି ପ୍ରେମ୍‌ ଆନନ୍ଦ୍‌ଙ୍କୁ ‘ମ୍ୟୁଜିକାଲ୍‌ ସାଇଣ୍ଟିଷ୍ଟ୍‌’ ବୋଲି କୁହାଯାଏ?

ରାଜ୍ୟର ଏକ ବୈଜ୍ଞାନିକ ସମ୍ମିଳନୀରେ ହିଁ ଏହି ପ୍ରତିଭାବାନ୍‌ ସଙ୍ଗୀତ ନିର୍ଦ୍ଦେଶକଙ୍କୁ ପ୍ରଥମେ ‘ମ୍ୟୁଜିକାଲ୍‌ ସାଇଣ୍ଟିଷ୍ଟ୍‌’ ଭାବେ ସମ୍ବୋଧନ କରାଯାଇଥିଲା। ଏହି ସମ୍ମିଳନୀରେ ଜଗତ୍‌ଗୁରୁ ଶଙ୍କରାଚାର୍ଯ୍ୟ ମଧ୍ୟ ଉପସ୍ଥିତ ଥିଲେ। ସଭାରେ ବାର୍ତ୍ତାଳାପବେଳେ ସେଠାରେ ଉପସ୍ଥିତ ଥିବା ଆଇଟିଆର୍‌,ଚାନ୍ଦିପୁରର ନିର୍ଦ୍ଦେଶକ କହିଥିଲେ, ଆମେ ଗୋଳା ବାରୁଦ ପରୀକ୍ଷା ନିରୀକ୍ଷା କରୁଥିବାରୁ ଆମକୁ ସାଇଣ୍ଟିଷ୍ଟ୍‌ କୁହାଯାଉଛି। କିନ୍ତୁ ସଙ୍ଗୀତକୁ ନେଇ ଯେଉଁମାନେ ପରୀକ୍ଷା ନିରୀକ୍ଷା କରୁଛନ୍ତି, ପ୍ରତିଦିନ କିଛି ନୂଆ କରିବା ପାଇଁ ଚେଷ୍ଟା ଚଲାଇଛନ୍ତି, ନୂଆ କଳାକାରଙ୍କୁ ସଙ୍ଗୀତ ଜଗତରେ ପରିଚିତ କରାଉଛନ୍ତି, ସେମାନଙ୍କୁ ଆମେ କ’ଣ କହିବା। ସେମାନେ ମଧ୍ୟ ସାଇଣ୍ଟିଷ୍ଟ। ଆମେ ତାଙ୍କୁ ‘ମ୍ୟୁଜିକାଲ୍‌ ସାଇଣ୍ଟିଷ୍ଟ’ କହିବା। ତେଣୁ ଆମେ ଆଜିଠୁ ପ୍ରେମ୍‌ ଆନନ୍ଦ୍‌ଙ୍କୁ ‘ମ୍ୟୁଜିକାଲ୍‌ ସାଇଣ୍ଟିଷ୍ଟ’ ବୋଲି କହିବା। ଧିରେ ଧିରେ ଏହିକଥା ପ୍ରଚାର ହେବାରେ ଲାଗିଲା ଏବଂ ଜଣଙ୍କ ପରେ ଅନ୍ୟ ଜଣେ ପ୍ରେମ୍‌ ଆନନ୍ଦ୍‌ଙ୍କୁ ମ୍ୟୁଜିକାଲ୍‌ ସାଇଣ୍ଟିଷ୍ଟ ନାଁରେ ସମ୍ବୋଧନ କରିବାରେ ଲାଗିଲେ।

କାହିଁକି ଗୀତ ଗାଆନ୍ତି ନାହିଁ ପ୍ରେମ୍‌ ଆନନ୍ଦ?

ସଙ୍ଗୀତ ନିର୍ଦ୍ଦେଶନାରେ ଏତେ ସଫଳତା ସତ୍ତ୍ୱେ ନିଜେ କାହିଁକି ଗୀତ ଗାଇ ନାହାନ୍ତି ବୋଲି ପ୍ରଶ୍ନର ଉତ୍ତରରେ ପ୍ରେମ୍‌ ଆନନ୍ଦ୍‌ କହିଥିଲେ, “ମୁଁ ଏତେ ଭଲ ଗାଇପାରେନି। ଭଲ କଣ୍ଠଶିଳ୍ପୀଙ୍କ ଦ୍ୱାରା ଗୀତକୁ ବୋଲାଇବାରେ ଯେତିକି ସନ୍ତୁଷ୍ଟି ମିଳେ, ନିଜେ ସେହି ଗୀତ ଗାଇଲେ, ମୋତେ ତାହା ମିଳେନାହିଁ। ଏହା ସହ ଅନ୍ୟ ସଙ୍ଗୀତ ନିର୍ଦ୍ଦେଶକଙ୍କ ଭଳି ଷ୍ଟେଜ୍‌ ଶୋ’ କରିବାରେ ମଧ୍ୟ ମୋର ରୁଚି ନାହିଁ। କାରଣ ବିଭିନ୍ନ ଷ୍ଟେଜ୍ ଶୋ’ ବେଳେ ରାତି ବଢିବା ମାତ୍ରେ ଲୋକଙ୍କର ହାବ ଭାବ ମୋତେ ଆଦୌ ଭଲ ଲାଗେ ନାହିଁ। ଏପରିକି କିଛି ସ୍ଥାନରେ ମଦ୍ୟପଙ୍କ ପ୍ରାଦୁର୍ଭାବ ଯୋଗୁ ମୁଁ ବିଭିନ୍ନ ଷ୍ଟେଜ୍ ଶୋ’ରୁ ଦୂରେଇ ରହିବାକୁ ପସନ୍ଦ କରେ।”

ରାହତ୍‌ ଫତେ ଅଲ୍ଲୀ ଖାନ୍‌ଙ୍କୁ ସଙ୍ଗୀତ ନିର୍ଦ୍ଦେଶନା ଦେବାର ଅନୁଭୂତି: 

ପ୍ରେମ୍‌ ଆନନ୍ଦ୍‌ ଅନେକ ବଲିଉଡ୍‌ ସିଙ୍ଗର୍‌ଙ୍କ ସହ କାମ କରିଛନ୍ତି। ସୁନିଧି ଚୌହାନ୍‌ଙ୍କଠାରୁ ଆରମ୍ଭ କରି ରାହତ୍‌ ଫତେ ଅଲ୍ଲୀ ଖାନ୍‌ଙ୍କ ପର୍ଯ୍ୟନ୍ତ ବଲିଉଡ୍‌ର ବହୁ ନାମୀ କଣ୍ଠଶିଳ୍ପୀଙ୍କୁ ପ୍ରେମ୍‌ ଆନନ୍ଦ୍‌ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ତେବେ ରାହତ୍‌ ଫତେ ଅଲ୍ଲୀ ଖାନ୍‌ଙ୍କୁ ନିର୍ଦ୍ଦେଶନା ଦେବା ବେଳର ଅନୁଭୂତି ତାଙ୍କ ପାଇଁ ନିଆରା ହୋଇ ରହିଛି। ଏସମ୍ପର୍କରେ ପ୍ରେମ୍‌ ଆନନ୍ଦ୍‌ କୁହନ୍ତି, “ଏତେ ବଡ଼ ଲିଜେଣ୍ଡାରୀଙ୍କୁ ନିର୍ଦ୍ଦେଶନା ଦେବା କିଛି ଛୋଟ କଥା ନୁହେଁ। ମୁଁ ତାଙ୍କୁ ସଙ୍ଗୀତ ନିର୍ଦ୍ଦେଶନା ଦେବା ସମୟରେ ଭୟ କରିଥିଲି। ଗୀତର ଡିଜାଇନ୍‌ ସେ ନିଜେ କରିଥିଲେ, ମୁଁ କେବଳ ଏହାକୁ କମ୍ପୋଜ୍‌ କରିଥିଲି। ତାଙ୍କୁ ପ୍ରଥମେ ଗୀତଟି ମେଲ୍‌ କରାଯାଏ। ଲିରିକ୍‌ ପସନ୍ଦ ଆସିଲେ, ସେ ଗୀତ ଗାଆନ୍ତି। ଗୋଟେ ଗୀତ ଗାଇବା ପାଇଁ ଏବେ ସେ ପାଖାପାଖି ୧୦ଲକ୍ଷ ଟଙ୍କା ନେଉଛନ୍ତି। କିନ୍ତୁ ସେ ସମୟରେ ସେ ଗୀତଟି ଗାଇବା ପାଇଁ ୧.୩୦ଲକ୍ଷ ଟଙ୍କା ନେଇଥିଲେ।”

ବଲିଉଡ୍‌ରେ ସଙ୍ଗୀତ ନିର୍ଦ୍ଦେଶନା ଦେବାର ଆଗ୍ରହ: 

“ଓଡ଼ିଶାରେ କାମ କରିବାର ମାହୋଲ୍‌ ଏବଂ ମୁମ୍ବାଇରେ କାମ କରିବାର ମାହୋଲ ଭିନ୍ନ। ସେଠାରେ କାମ କରିବାକୁ ହେଲେ, ତୁମର ସମସ୍ତ ସମୟ ଦେବାକୁ ପଡିବ ଏବଂ ପ୍ରଥମେ ଓଡ଼ିଶା ଛାଡିବାକୁ ପଡ଼ିବ। ଯେହେତୁ ଏପଟେ ମୋ ହାତରେ ବହୁତ୍ ପ୍ରୋଜେକ୍ଟ ରହିଛି, ତେଣୁ ବଲିଉଡ୍‌ରେ ଭାଗ୍ୟ ପରୀକ୍ଷା କରିବାକୁ ସମୟ ମିଳିନାହିଁ। କିନ୍ତୁ ଭଲ କାମ ମିଳିଲେ, ମୁଁ ନିଶ୍ଚିତ ଯିବି।”

ପ୍ରିୟ ଖାଦ୍ୟ: 

“ରୁଟି ଏବଂ ଡାଲି। ମୁଁ ଶାକାହାରୀ, ଏମିତିକି ପିଆଜ ରସୁଣ ମଧ୍ୟ ଖାଏନାହିଁ। ହୋଟେଲ୍‌ରୁ ଯେଉଁ ଖାଇବା ଆସେ, ସେଥିରେ ପିଆଜ ରସୁଣ ମିଶିଥାଏ। ତେଣୁ ମୁଁ ରୁଟି ସହ ବିନା ପିଆଜ ପକା ଡାଲି ଆଣି ଖାଏ।”

 ଜୀବନର ଅଭୁଲା  ଅନୁଭୂତି:

“ପିଲାଦିନେ ଅଲ୍‌ ଇଣ୍ଡିଆ ରେଡ଼ିଓରେ ମୋର ଏକ ଗୀତ ବାଜିବାର ଥିଲା। ଗାଁରେ ଯାଇ କହିଲି, ସନ୍ଧ୍ୟା ୬ଟାରେ ମୋ ଗୀତ ବାଜିବ, ସମସ୍ତେ ଶୁଣିବ। ଗାଁ ଲୋକ ଉତ୍କଣ୍ଠାର ସହ ଗୀତ ଶୁଣିବା ପାଇଁ ରେଡିଓ ଅନ୍‌ କରି ବସିଥିଲେ। କୌଣସି କାରଣବଶତଃ ସେଦିନ ସେ ପ୍ରୋଗ୍ରାମ୍‌ ଆସିଲାନି ଏବଂ ମୋ ଗୀତଟି ବାଜିପାରିଲାନି। ତା’ ପର ଦିନ ମତେ ସମସ୍ତେ ଗାଳି କରିଥିଲେ ଏବଂ ମିଛୁଆ କହିଥିଲେ। ମତେ ଏହା ଏପରି ଖରାପ ଲାଗିଥିଲା ଯେ ମୁଁ ଗାଁକୁ ୨ଦିନ ଯାଏ ଗଲିନି। ତା’ପରେ ରେଡିଓରେ ଯେଉଁଦିନ ସେ ଗୀତଟି ବାଜିଲା, ମୁଁ ଆଉ ସାହାସ କରି କାହାକୁ ଜଣାଇ ପାରିଲିନାହିଁ।”



from Odisha Reporter https://ift.tt/2x1AwZI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages