VISA ଜାଲିଆତି ମାମଲାରେ ଆମେରିକାରେ ଗିରଫ ହେଲେ ଓଡ଼ିଆ CEO ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 1, 2018

VISA ଜାଲିଆତି ମାମଲାରେ ଆମେରିକାରେ ଗିରଫ ହେଲେ ଓଡ଼ିଆ CEO !

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଆମେରିକାରେ ଥିବା ୨ଟି ଆଇଟି କମ୍ପାନୀର CEO ଥିବା ଜଣେ ଭାରତୀୟ ନାଗରିକ ଭିସା ଜାଲିଆତି ମାମଲାରେ ଗିରଫ ହୋଇଛନ୍ତି।

ସେ ପ୍ରାୟ ୨୦୦ ଜଣ କର୍ମଚାରୀଙ୍କ ପାଇଁ H-1B VISA ପ୍ରସ୍ତୁତି ଲାଗି ଜାଲ୍ କାଗଜପତ୍ର ଦାଖଲ କରିଥିବା ଅଭିଯୋଗ କରିଛି US ପୁଲିସ୍‌। ଗିରଫ ଭାରତୀୟ ଜଣକ ହେଉଛନ୍ତି ୪୯ ବର୍ଷୀୟ ପ୍ରଦ୍ୟୁମ୍ନ କୁମାର ସାମଲ। ସେ ବିଦେଶରୁ ଫେରୁଥିବା ବେଳେ ଆଜି ସିଏଟଲ୍‌ ବିମାନ ବନ୍ଦରରେ ତାଙ୍କୁ ଗିରଫ କରି ନେଇଛି US ପୁଲିସ୍‌।

ଚଳିତ ବର୍ଷ ଏପ୍ରିଲ ମାସରେ VISA ଜାଲିଆତି ମାମଲା ନେଇ ଆମେରିକା ପୁଲିସ୍‌ ଏକ ମାମଲା ରୁଜୁ କରିଥିଲା। ଯାହା ପରଠାରୁ ସାମଲ ଦେଶ ଛାଡ଼ି ଚାଲି ଯାଇଥିଲେ। ଗତ ସପ୍ତାହ ପର୍ଯ୍ୟନ୍ତ ସେ ଦେଶ ବାହାରେ ରହିବା ପରେ ଫେରୁଥିବା ବେଳେ ଦେଶର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀମାନେ ତାଙ୍କୁ ଗିରଫ କରିଛନ୍ତି।

୨୦୧୫ରେ ସାମଲ ସିଏଟଲ୍‌ ନିକଟବର୍ତ୍ତୀ ବେଲ୍‌ଭ୍ୟୁ ଅଞ୍ଚଳରେ ‘Divensi’ and ‘Azimetry’ ନାମକ ଦୁଇଟି କମ୍ପାନୀର CEO ଭାବେ କାର୍ଯ୍ୟ କରୁଥିଲେ। ସେଠାରେ କିଛି କ୍ଲାଏଣ୍ଟଙ୍କୁ ଜାଣିଶୁଣି ଜାଲ୍‌ କାଗଜପତ୍ର ଦାଖଲ କରି କାରବାର କରିବାକୁ ସେ ପ୍ରବର୍ତ୍ତାଇଥିଲେ ବୋଲି ଜଣାପଡ଼ିଛି।



from Odisha Reporter https://ift.tt/2PUtNcF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages