
ବେଙ୍ଗାଲୁରୁ: ଜ୍ଞାନ ହାସଲ ପାଇଁ ଧନୀ-ଗରିବ କିମ୍ବା କୌଣସି ନିର୍ଦ୍ଦିଷ୍ଟ ଜାତିର ହେବା ଜରୁରି ନୁହେଁ। ଆଗ୍ରହ ଥିଲେ ଯେକୌଣସି ବ୍ୟକ୍ତି ପୃଥିବୀର ଯେକୌଣସି ଅଞ୍ଚଳର ଓ ଧର୍ମର ବିଷୟ ସହଜରେ ଜାଣିପାରିବ। ଏହାର ଏକ ସୁନ୍ଦର ଉଦାହରଣ ସୃଷ୍ଟି କରିଛନ୍ତି ଶେଖ୍ ମହମ୍ମଦ୍ଦିନ୍। ପୂରା ଖବରଟି ପଢ଼ନ୍ତୁ।
ଇସ୍କନ୍ ତରଫରୁ ହିନ୍ଦୁ ଧର୍ମର ପବିତ୍ର ଗ୍ରନ୍ଥ ‘ଭଗବତ୍ ଗୀତା’ ସଂପର୍କରେ ଏକ କୁଇଜ୍ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ଏଥିରେ ଗୀତା ସଂପର୍କରେ ବହୁପ୍ରକାର ପ୍ରଶ୍ନ ରହିଥିଲା। କୌଣସି ବ୍ୟକ୍ତି ଶ୍ରୀମଦ୍ ଭଗ୍ବତ୍ ଗୀତାକୁ ପୂରା ନପଢ଼ିଥିଲେ କିମ୍ବା ହେଜ କରିନଥିଲେ ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଦେବା ସମ୍ଭବ ନଥିଲା।
ସ୍ୱଭାବିକ ଭାବରେ ଆଶା କରାଯାଉଥିଲା, କୌଣସି ହିନ୍ଦୁ ଘରର ପିଲା ହିଁ ଏହି ପ୍ରତିଯୋଗିତାରେ ଆଗରେ ରହିବ। କିନ୍ତୁ ଫଳାଫଳ ଘୋଷଣା ହେବାପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଜଣେ ମୁସଲମାନ ଛାତ୍ର ଏତିରେ ପ୍ରଥମ ପୁରସ୍କାର ହାସଲ କରିଥିଲେ। ସୁବାସ ମେମୋରିଆଲ୍ ଇଂରାଜୀ ଉଚ୍ଚ ବିଦ୍ୟାଳୟ ନାମ ସ୍ଥାନୀୟ ଏକ ଶିକ୍ଷାନୁଷ୍ଠାନରେ ନବମ ଶ୍ରେଣୀରେ ପଢ଼ୁଥିବା ଏହି ଛାତ୍ରଟିର ନାଁ ହେଲା ଶେଖ୍ ମହମ୍ମଦ୍ଦିନ୍।
ଉଭୟ ପାଠପଢ଼ା ଓ ସାଧାରଣ ଜ୍ଞାନରେ ମହମ୍ମଦ୍ଦିନ୍ ଖୁବ୍ ପ୍ରଖର। ପୂର୍ବରୁ ମଧ୍ୟ ସେ ଅନେକ ଇଣ୍ଟର୍ ସ୍କୁଲ୍ ପ୍ରତିଯୋଗିତାରେ ବିଜୟୀ ହୋଇଥିଲେ। ଯାହାକୁ ନେଇ ତାଙ୍କର ସ୍ୱତନ୍ତ୍ର ପରିଚୟ ମଧ୍ୟ ସ୍କୁଲରେ ଥିଲା। ତେବେ ଭଗ୍ବତ୍ ଗୀତା ସଂପର୍କରେ ଅନୁଷ୍ଠିତ ଏହି କୁଇଜ୍ ପ୍ରତିଯୋଗିତାରେ ଯେ ସେ ପ୍ରଥମ ସ୍ଥାନ ହାସଲ କରିବେ ତାହା କେହି ଭାବିନଥିଲେ।
ଶେଖ୍ ମହମ୍ମଦ୍ଦିନ୍ଙ୍କର କହିବା ଅନୁସାରେ, ପ୍ରତିଯୋଗିତାରେ ତାଙ୍କୁ ଭଗବାନ କୃଷ୍ଣଙ୍କର ଜୀବନ ଓ ତାଙ୍କ ଉପଦେଶ ସଂପର୍କରେ ପ୍ରଶ୍ନ ପଚରା ଯାଇଥିଲା। ମତେ ମଧ୍ୟ ସମସ୍ତ ପ୍ରଶ୍ନର ଉତ୍ତର ଜଣା ଥିଲା।
ସମସ୍ତ ଧାର୍ମିକ ଗ୍ରନ୍ଥ ଏହା ଶିକ୍ଷା ଦେଇଥାଏ ଯେ, “ନିଜର ମାତାପିତା ଓ ଶିକ୍ଷକଙ୍କୁ ସମ୍ମାନ ଦେବା ଉଚିତ୍, ଯାହା ଦ୍ୱାରା ଜୀବନ ସଫଳ ହୋଇପାରିବ। ମୋର ମାତାପିତାଙ୍କ ନାଁ ଉଚ୍ଚା କରିଥିବାରୁ ମୁଁ ବହୁତ ଖୁସି।’’
ସେ ଆହୁରି ମଧ୍ୟ କହିଛନ୍ତି- “ଧର୍ମର ନାଁ କହି ଲଢ଼ୁଥିବା ଲୋକଙ୍କୁ ମୁଁ ପସନ୍ଦ କରେନାହିଁ। ସବୁ ଧର୍ମ ସମାନ। ଗୀତା, ବାଇବେଲ୍, କୋରାନ୍ରେ ଗୋଟିଏ କଥା ଶିଖିବାକୁ ମିଳିଥାଏ- ଧର୍ମ, ଜାତି ଓ ସାମାଜିକ ସ୍ଥିତିକୁ ନେଇ ଭେଦଭାବ ରହିବା ଉଚିତ୍ ନୁହେଁ। ସମସ୍ତେ ସମାନ।’’
from Odisha Reporter https://ift.tt/2CczRc4
No comments:
Post a Comment