କ୍ୟାମ୍ପକୋର୍ଟରେ ୨୭୦ ଜଣଙ୍କୁ ଜାମିନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 29, 2018

କ୍ୟାମ୍ପକୋର୍ଟରେ ୨୭୦ ଜଣଙ୍କୁ ଜାମିନ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟର ବିଭିନ୍ନ ଜେଲ୍‌ ପରିସରରେ ଆରମ୍ଭ ହୋଇଛି କ୍ୟାମ୍ପ୍ କୋର୍ଟ। ଆଇନଜୀବୀଙ୍କ ଆନ୍ଦୋଳନ କାରଣରୁ ଛୋଟ ଛୋଟ ମାମଲାରେ ଛନ୍ଦି ହୋଇ ଜେଲ୍‌ରେ ଥିବା କଏଦୀଙ୍କୁ ସର୍ତ୍ତମୂଳକ ଜାମିନ ଦେବା ଉଦ୍ଦେଶ୍ୟରେ ରାଜ୍ୟର ବିଭିନ୍ନ ଜେଲ ପରିସରରେ କ୍ୟାମ୍ପ୍ କୋର୍ଟ ବସିଛି। ଏହି କ୍ୟାମ୍ପ କୋର୍ଟରେ ଆଜି ପ୍ରଥମ ଦିନରେ ମୋଟ ୨୭୦ ଜଣଙ୍କୁ ଜାମିନ ପ୍ରଦାନ କରାଯାଇଛି।

କେନ୍ଦ୍ରାପଡ଼ାରେ ସର୍ବାଧିକ ୧୫୭ ଜଣଙ୍କୁ ଜାମିନ ମିଳିଛି। ସେମାନଙ୍କ ମଧ୍ୟରୁ ୨୬ ଜଣ ବନ୍ଦୀ ମୁକୁଳିଛନ୍ତି। ସେହିଭଳି ଚୌଦ୍ୱାର ଜେଲରେ ୫୬ ଜଣଙ୍କୁ ଜାମିନ ମିଳିଥିବା ବେଳେ ୨୬ ଜଣ ବନ୍ଦୀ ମୁକୁଳିଛନ୍ତି। କରଞ୍ଜିଆ ଜେଲରେ ୨୯, ବଡବିଲରେ ୯, ରାଇରଙ୍ଗପୁରରେ ୭, ଜଗତସିଂହପୁରରେ ୮, ସୋରରେ ୪, ଆନନ୍ଦପୁରରେ ୪, ଚମ୍ପୁଆରେ ୪ ମୁକ୍ତ ହୋଇଛନ୍ତି।

ସେପଟେ କ୍ୟାମ୍ପ୍ କୋର୍ଟକୁ ମଧ୍ୟ ବିରୋଧ କରିଛନ୍ତି ଆନ୍ଦୋଳନକାରୀ ଆଇନ୍‌ଜୀବୀ। ଯାଜପୁର, କେନ୍ଦୁଝର, ଉଦଳା, କାମାକ୍ଷାନଗର ଭଳି ସ୍ଥାନରେ ଆନ୍ଦୋଳନକାରୀ ଆଇନ୍‌ଜୀବୀମାନେ ବିଚାରପତିଙ୍କ ଜେଲ୍‌ ଭିତରକୁ ନଛାଡ଼ିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା।

ଆଇନ୍‌ଜୀବୀଙ୍କ ଆନ୍ଦୋଳନ ଯୋଗୁ ରାଜ୍ୟବ୍ୟାପୀ ଉପୁଜିଥିବା ପରିସ୍ଥିତିକୁ ଦେଖି ଗତ ଶନିବାର ହାଇକୋର୍ଟଙ୍କ ପକ୍ଷରୁ ସମସ୍ତ ଜିଲ୍ଲା ଓ ଦୌରାଜଜ୍‌ଙ୍କୁ କ୍ୟାମ୍ପକୋର୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।



from Odisha Reporter https://ift.tt/2qgD439

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages