ଦିଲ୍ଲୀରେ ଗଡ଼ିବନି ୧୫ ବର୍ଷର ପୁରୁଣା ଗାଡ଼ି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 29, 2018

ଦିଲ୍ଲୀରେ ଗଡ଼ିବନି ୧୫ ବର୍ଷର ପୁରୁଣା ଗାଡ଼ି

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଚିନ୍ତା ବଢ଼ାଇଲାଣି ପ୍ରଦୂଷଣ। ଯାନରୁ ନିର୍ଗତ ଅଙ୍ଗାରକାମ୍ଳ ଗ୍ୟାସ୍ ପରିବେଶକୁ ଅଣନିଶ୍ୱାସୀ କରି ଦେଲାଣି। ତେଣୁ ଅଧିକଦିନ ପୁରୁଣା ହୋଇଯାଇଥିବା ଯାନକୁ ଏଣିକି ରାସ୍ତାରେ ଗଡ଼ିବାକୁ ଦିଆଯିବନାହିଁ।

ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୋମବାର ଏହା ସ୍ପଷ୍ଟ କରି ଦେଇଛନ୍ତି। ରାଜଧାନୀ ଦିଲ୍ଲୀରେ ଏଣିକି ଆଉ ୧୫ ବର୍ଷର ପୁରୁଣା ପେଟ୍ରୋଲ ଚାଳିତ ଯାନ ଗଡ଼ିବ ନାହିଁ। ସେହିପରି ୧୦ ବର୍ଷର ପୁରୁଣା ଡିଜେଲ ଚାଳିତ ଯାନ ମଧ୍ୟ ଦିଲ୍ଲୀ ରାସ୍ତାରେ ଗଡ଼ିବ ନାହିଁ। ଯଦି ନିୟମ ଉଲ୍ଲଂଘନ କରି କେହି ପୁରୁଣା ଯାନ ଚଳାନ୍ତି ତେବେ ତାହାକୁ ଜବତ କରାଯିବ।

ଏଭଳି ଯାନ ଚଳାଚଳ ବନ୍ଦ ଘୋଷଣା କରିବା ପାଇଁ ସୁପ୍ରିମ୍ କୋର୍ଟ ପରିବହନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।

ଖାଲି ସେତିକି ନୁହେଁ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ସିପିସିବି) ଏବଂ ପରିବହନ ବିଭାଗକୁ ୱେବ୍‌ସାଇଟ୍‌ରେ ଏହି ୧୫ ଏବଂ ୧୦ ବର୍ଷର ପୁରୁଣା ପେଟ୍ରୋଲ ଏବଂ ଡିଜେଲ ଯାନର ତାଲିକା ପ୍ରକାଶ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ରହିଛି।

ଜଷ୍ଟିସ ମଦନ ବି ଲୋକୁର, ଜଷ୍ଟିସ ଏସ୍‌ ଅବ୍‌ଦୁଲ୍ ନଜୀର ଏବଂ ଜଷ୍ଟିସ ଦୀପକ ଗୁପ୍ତାଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟର ଖଣ୍ଡପୀଠ ଏକଥା ମଧ୍ୟ କହିଛନ୍ତି ଯେ ଏହି ନିୟମର ପ୍ରଚାର ପାଇଁ ବିଭିନ୍ନ ଖବରକାଗଜରେ ବିଜ୍ଞାପନ ପ୍ରକାଶ କରାଯିବା ଉଚିତ।

ସେହିପରି ପ୍ରଦୂଷଣକୁ ନେଇ ଜନସାଧାରଣଙ୍କର ଯାହା ଅଭିଯୋଗ ରହିଛି ତାହାକୁ ସରକାରଙ୍କୁ ଜଣାଇବାରେ ସହାୟତା ପାଇଁ ସିପିସିବିକୁ ସୋଶାଲ୍ ମିଡିଆରେ ଏକ ଆକାଉଣ୍ଟ୍ ଖୋଲିବା ପାଇଁ ମଧ୍ୟ କହିଛନ୍ତି।



from Odisha Reporter https://ift.tt/2PrB5Hf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages