ଦୁର୍ଘଟଣାଗ୍ରସ୍ତ ହେବା ପରେ ଲୋକଙ୍କ ଉପରେ ମାଡ଼ି ଗଲା କାର୍; ୨୦ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 7, 2018

ଦୁର୍ଘଟଣାଗ୍ରସ୍ତ ହେବା ପରେ ଲୋକଙ୍କ ଉପରେ ମାଡ଼ି ଗଲା କାର୍; ୨୦ ମୃତ

car

ନ୍ୟୁୟର୍କ: ଆମେରିକାର ନ୍ୟୁୟର୍କ ସହରରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁଇଟି କାର୍‌ ମଧ୍ୟରେ ମୁହାଁ ମୁହିଁ ଧକ୍କା ହେବା ପରେ ଗୋଟିଏ କାର୍ ୨୦ ଜଣ ଲୋକଙ୍କୁ ଧକ୍କା ଦେଇ ଚାଲିଗଲା। ଏଥିରେ ୨୦ ଜଣଙ୍କ ମୃତ୍ୟୁ ଘଟିଛି।

ସୂଚନା ଅନୁସାରେ, ଦୁଇଟି କାର୍‌ ବିପରୀତ ଦିଗରୁ ଆସି ମୁହାଁମୁହିଁ ଧକ୍କା ହୋଇଥିଲେ। ଏହା ପରେ ଗୋଟିଏ କାର୍ ରାସ୍ତାକଡ଼ରେ ଏକ ଷ୍ଟୋର୍‌ ବାହାରେ ଠିଆ ଥିବା ଲୋକଙ୍କ ଉପରେ ମାଡ଼ି ଯାଇଥିଲା।

ପୁଲିସ୍ କହିଛି,“ଏକ କାର୍‌ ପାହାଡ଼ ଉପରୁ ଦ୍ରୁତ ଗତିରେ ତଳକୁ ଆସିବା ବେଳେ ବିପରୀତ ଦିଗରୁ ଆସୁଥିବା କାର୍‌ ସହ ଧକ୍କା ହୋଇ ଦୁଘର୍ଟଣାଗ୍ରସ୍ତ ହୋଇଥିଲା। ଏହା ପରେ କାର୍‌ଟି ରାସ୍ତାକଡ଼ରେ ଥିବା ଲୋକଙ୍କ ଉପରେ ମାଡ଼ି ଯାଇଥିଲା।”



from Odisha Reporter https://ift.tt/2E6UmJX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages