ପାଟିକୁ ପିତା, ହେଲେ ଦେହକୁ ଅମୃତ ତୁଲ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 18, 2018

ପାଟିକୁ ପିତା, ହେଲେ ଦେହକୁ ଅମୃତ ତୁଲ୍ୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଁଳାକୁ ଅମୃତ ତୁଲ୍ୟ ମର୍ଯ୍ୟାଦା ଦେଇଛି ଆର୍ୟୁବେଦ। ଯାହାର ସେବନ ଅନେକ ରୋଗର ମୂଳୋତ୍ପାଟନ କରିଥାଏ ବୋଲି କୁହାଯାଏ। ଆପଣ ହୁଏତ ଜାଣି ନ ଥିବେ ଏକାଧିକ ରୋଗର ନିଦାନ ଲାଗି ଅଁଳାକୁ ବ୍ୟବହାର କରାଯାଇଥାଏ। ତା ହେଲେ ଆସନ୍ତୁ ଜାଣିବା କ’ଣ ଅଛି ଏ ଅଁଳାରେ ଯେଉଁଥି ପାଇଁ ତାକୁ ଏମିତି ମିଳିଥାଏ ମର୍ଯ୍ୟାଦା।

– ଅଁଳାରେ ପ୍ରଚୁର ମାତ୍ରାରେ ଭିଟାମିନ୍‌ ‘ସି’ ଓ ‘ଏ’ ରହିଛି। ଯାହାକି ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହ ଦୃଷ୍ଟିଶକ୍ତି ସୁଦୃଢ କରିଥାଏ।

– ଅଁଳା ଗୋଟିଏ ମାତ୍ର ଖଟା ଫଳ, ଯାହାକୁ ଆମେ କ୍ଷୀର ସହ ଖାଇପାରିବା

– ଅଁଳାର ନିୟମିତ ସେବନ ଆପଣଙ୍କୁ ଚିର ଯୌବନ ରଖିଥାଏ। ବୟସ ବଢିଲେ ମଧ୍ୟ ଆପଣଙ୍କ ବୟସ ବଢିଲା ଭଳି ଲାଗି ନ ଥାଏ।

– ହଜମ ଶକ୍ତି ବୃଦ୍ଧି କରିଥାଏ ।

– ପରିଶ୍ରା ଜନିତ ରୋଗ ହେବାକୁ ଦେଇ ନ ଥାଏ, ସଙ୍କ୍ରମଣ ରୋକିଥାଏ।

– ଲିଭର ଓ ପେଟ ସମସ୍ୟା ଦୂର କରେ ।

– କେଶ ଝଡିବା ରୋକିଥାଏ, ରୂପି ସମସ୍ୟାରୁ ମୁକ୍ତି କରିଥାଏ।

କେମିତି ଖାଇବେ

ଯଦି ଆପଣ ଅଁଳା ପାଉଡର୍‌ ଖାଉଛନ୍ତି ତା ହେଲେ ୨ରୁ ୫ ଗ୍ରାମ୍‌ ସେବନ କରିପାରନ୍ତି। ନଖଉସୁମ ପାଣିରେ ଦେଢ ଚାମଚ ଅଁଳା ପାଉଡର୍‌ ପାକାଇ ଅଥବେ ମହୁରେ ଏହାକୁ ଭିଜାଇ ଆପଣ ସେବନ କରି ପାରିବେ। ଦିନକୁ ୨ ଥର ଏଭଳି କରନ୍ତୁ ସୁଫଳ ପାଇବେ। ଯଦି ଅଁଳା ଗୁଣ୍ଡ ପିତା କିମ୍ବା ଖଟା ଲାଗୁଥିବାରୁ ଆପଣ ଖାଇବାକୁ ଖରାପ ଲାଗୁଛି ତା ହେଲେ ବଜାରରେ ମିଳୁଥିବା ଅଁଳା ଟାବଲେଟ୍‌ ଆପଣ ବ୍ୟବହାର କରିପାରନ୍ତି।



from Odisha Reporter https://ift.tt/2q07lmz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages