ବାଣ ଫୁଟା ଉପରେ କଟକଣା ପ୍ରସଙ୍ଗ: ଦକ୍ଷିଣ ଭାରତ ପାଇଁ ରାୟ ବଦଳାଇଲେ ସୁପ୍ରିମକୋର୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 30, 2018

ବାଣ ଫୁଟା ଉପରେ କଟକଣା ପ୍ରସଙ୍ଗ: ଦକ୍ଷିଣ ଭାରତ ପାଇଁ ରାୟ ବଦଳାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦକ୍ଷିଣ ଭାରତର ରାଜ୍ୟଗୁଡ଼ିକୁ ଆଜି ଦେଶର ସର୍ବୋଚ୍ଚ ଅଦାଲତ ଦୀପାବଳି ବୋନସ୍‌ ଦେଇଛନ୍ତି। ଭାରତର ସବୁ ରାଜ୍ୟ ପାଇଁ ବାଣ ଫୁଟା ସଂକ୍ରାନ୍ତରେ ସୁପ୍ରିମକୋର୍ଟ ଗୋଟିଏ ନିୟମ ପାଳନ କରିବାକୁ କହିଥିବା ବେଳେ ଦକ୍ଷିଣ ଭାରତର ରାଜ୍ୟଗୁଡ଼ିକ ପାଇଁ ନିୟମ କୋହଳ କରିଛନ୍ତି।

କେବଳ ସନ୍ଧ୍ୟା ନୁହେଁ, ଦକ୍ଷିଣ ଭାରତର ରାଜ୍ୟଗୁଡ଼ିକ ଦୀପାବଳି ଦିନ ଯେତେବେଳେ ଚାହିଁବେ ୨ ଘଣ୍ଟା ପାଇଁ ବାଣ ଫୁଟାଇ ପାରିବେ ବୋଲି ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।
ପୂର୍ବରୁ ସର୍ବୋଚ୍ଚ ଅଦାଲତ ସମଗ୍ର ଦେଶରେ ଦୀପାବଳି ଦିନ ସନ୍ଧ୍ୟା ୮ରୁ ୧୦ଟା ମଧ୍ୟରେ ବାଣ ଫୁଟାଇବା ପାଇଁ ଅନୁମତି ଦେଥିଲେ। ତେବେ ଏହାକୁ ନେଇ ଦକ୍ଷିଣ ଭାରତର ବିଭିନ୍ନ ରାଜ୍ୟ ଆପତ୍ତି ଉଠାଇଥିଲେ।

ବିଶେଷ କରି ତାମିଲନାଡୁ ସରକାର ସୁପ୍ରିମକୋର୍ଟଙ୍କ ଏହି ବାଣ ଫୁଟା କଟକଣା ବିରୋଧରେ ପୁନଃ ବିଚାର କରିବାକୁ ନିବେଦନ କରିଥିଲେ। ତାମିଲନାଡୁରେ ବିଭିନ୍ନ ଧାର୍ମିକ କାର୍ଯ୍ୟ ସକାଳୁ ହେଉଥିବାରୁ ଏହି ସମୟରେ ବାଣ ଫୁଟାର ବିଧି ରହିଛି।

ତେଣୁ ସର୍ବୋଚ୍ଚ ଅଦାଲତ ସକାଳ ୪.୩୦ରୁ ୬.୩୦ ଯାଏ ବାଣ ଫୁଟାଇବାକୁ ଅନୁମତି ଦିଅନ୍ତୁ ବୋଲି ତାମିଲନାଡୁ ସରକାର ନିବେଦନ କରିଥିଲେ। ଆଜି ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇଙ୍କ ଖଣ୍ଡପୀଠ ଏହାର ଶୁଣାଣି କରିଥିଲେ।

ଖଣ୍ଡପୀଠ କହିଥିଲେ, ଅତ୍ୟଧିକ ବାଣ ଫୁଟା ଦ୍ୱାରା ପରିବେଶ ଉପରେ ଏହାର କୁପ୍ରଭାବ ପଡ଼ିଛୁ। ତଥାପି ଧାର୍ମିକ ପରମ୍ପରା ଅନୁଯାୟୀ ଦକ୍ଷିଣ ଭାରତର ରାଜ୍ୟଗୁଡ଼ିକ ପାଇଁ ପୂର୍ବ ରାୟରେ କିଛିଟା କୋହଲ କରାଯାଉଛି। ଦୀପାବଳି ଦିନ ଦକ୍ଷିଣ ରାଜ୍ୟଗୁଡ଼ିକ ଦିନକ ଭିତରେ ୨ ଘଣ୍ଟା ହିଁ ବାଣ ଫୁଟାଇ ପାରିବେ ବୋଲି ଖଣ୍ଡପୀଠ କହିଛନ୍ତି।

ତାମିଲନାଡୁରେ ଆସନ୍ତା ୬ ତାରିଖରେ ଦୀପାବଳି ପାଳନ କରାଯିବ।



from Odisha Reporter https://ift.tt/2Px4LCQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages