ଲାଲୁଙ୍କ କୀର୍ତ୍ତିର ୨୦୦ ପୃଷ୍ଠାର ଦସ୍ତାବିଜ ‘ଲାଲୁ ଲୀଲା’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 11, 2018

ଲାଲୁଙ୍କ କୀର୍ତ୍ତିର ୨୦୦ ପୃଷ୍ଠାର ଦସ୍ତାବିଜ ‘ଲାଲୁ ଲୀଲା’

ପାଟନା (ଓଡ଼ିଶା ରିପୋର୍ଟର):ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି ‘ଲାଲୁ ଲୀଲା’ ନାମରେ ୨୦୦ ପୃଷ୍ଠାର ଦସ୍ତାବିଜ୍‌ର ଲୋକାର୍ପଣ କରିଛନ୍ତି ଯେଉଁଥିରେ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଏବଂ ତାଙ୍କ ପରିବାର ନାମରେ ଥିବା ତମାମ ଦୁର୍ନୀତି ଲିପିବଦ୍ଧ ହୋଇଛି।

ଗୁରୁବାର ପାଟନାଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ତଥ୍ୟ ସମ୍ବଳିତ ଦସ୍ତାବିଜ୍‌କୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ବଣ୍ଟାଯାଇଛି। ଏଥିରେ ଲାଲୁ ଏବଂ ତାଙ୍କ ପରିବାର ଲୋକେ କିଭଳି ସମ୍ପତ୍ତି ହଡ଼ପ କରିଛନ୍ତି, ସେ ବାବଦରେ ବର୍ଣ୍ଣନା କରାଯାଇଛି। ଏପରି କାହାଣୀ ସବୁକୁ ସାମ୍ନାକୁ ଆଣିଥିବା ମୋଦିଙ୍କୁ ପ୍ରଶଂସା କରି କେନ୍ଦ୍ର ମନ୍ତ୍ରୀ ଅରୁଣ ଜେଟ୍‌ଲୀ ଏବଂ ନୀତୀନ୍‌ ଗଡ଼କରୀ ଦେଇଥିବା ମତ ମଧ୍ୟ ଏଥିରେ ପ୍ରକାଶ ପାଇଛି।

ଲାଲୁ ଏବଂ ତାଙ୍କ ପରିବାରର ଦୁର୍ନୀତି ସାମ୍ରାଜ୍ୟର ଫର୍ଦ୍ଦାଫାଶ କରିବାରେ ୨୦୧୭ ମସିହା ପରଠାରୁ ସୁଶୀଲ ମୋଦିଙ୍କ ୪୦ଟି ସାମ୍ବାଦିକ ସମ୍ମିଳନୀ ପ୍ରମୁଖ ଭୂମିକା ନେଇଥିବା ନେଇ ପ୍ରଶଂସା କରିଛନ୍ତି ଆଉ ଜଣେ କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦ।



from Odisha Reporter https://ift.tt/2CCv3xG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages