
ନୂଆଦିଲ୍ଲୀ: ହରିୟାଣାର ୨୩ ବର୍ଷିୟା ଯୁବତୀ ନିଷ୍ଠା ଡୁଡେଜା। ଯେମିତି ନାଁ, କାମ ମଧ୍ୟ ସେମିତି। ନିଷ୍ଠାଙ୍କ ନିଷ୍ଠା ଏବେ ତାଙ୍କୁ ସଫଳତାର ଶିଖରରେ ପହଞ୍ଚାଇଛି। ପିଲାଦିନୁ ଶୁଣି ପାରୁନଥିବା ନିଷ୍ଠା ‘ମିସ୍ ଡେଫ୍ ଏସିଆ’ ପ୍ରତିଯୋଗିତାରେ ଟାଇଟଲ୍ ବିଜୟିନୀ ହୋଇଛନ୍ତି।
‘ମିସ୍ ଡେଫ୍ ଏସିଆ’ ଟାଇଟଲ୍ ଜିତିବାରେ ନିଷ୍ଠା ହେଉଛନ୍ତି ପ୍ରଥମ ଭାରତୀୟ।
ହରିୟାଣାର ପାନିପତ୍ରେ ଜନ୍ମ ହୋଇଥିବା ନିଷ୍ଠା ଡୁଡେଜା ମୁମ୍ବାଇ ବିଶ୍ୱବିଦ୍ୟାଳୟର ଏମ୍ଏ ଛାତ୍ରୀ। ସେ ଜଣେ ଭଲ ଟେନିସ୍ ଖେଳାଳି ମଧ୍ୟ।
ନିଷ୍ଠାଙ୍କ ଏହି ଐତିହାସିକ ବିଜୟ ପାଇଁ ସାରା ଦେଶ ଆଜି ଗର୍ବିତ। ୟୁରୋପରେ ଆୟୋଜିତ ଏହି ପ୍ରତିଯୋଗିତାରେ ବିଭିନ୍ନ ଦେଶର ୨୪ଜଣ ସୁନ୍ଦରୀଙ୍କୁ ପଛରେ ପକାଇ ନିଷ୍ଠା ଏହି ଟାଇଟଲ୍ ହାସଲ କରିଛନ୍ତି।
ଏହି ସଫଳତା ପାଇଁ ନିଷ୍ଠା ତାଙ୍କ ବାପା ଓ ମା’ଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି “ ଟାଇଟଲ୍ ବିଜୟିନୀ ହେବା ଶୁଣିବା ପରର ମୁହୂର୍ତ୍ତ ଅତ୍ୟନ୍ତ ଗୌରବମୟ ଥିଲା। ଏହା ଏମିତି ଏକ ମୁହୂର୍ତ୍ତ, ଯାହା ଜୀବନ ସାରା ମନେ ରହିବ। ପ୍ରଥମ ଥର ଭାରତ ଏହି ସୁନ୍ଦରୀ ପ୍ରତିଯୋଗିତାରେ ବିଜୟ ହୋଇଛି। ଆଉ ମୁଁ ଏହି ଟାଇଟଲ୍ ଜିତିବାରେ ଦେଶର ପ୍ରଥମ ମହିଳା ହୋଇଥିବାରୁ ଖୁବ୍ ଖୁସି।”
from Odisha Reporter https://ift.tt/2yGG79o
No comments:
Post a Comment