
ହାଇଦ୍ରାବାଦ୍: ନିଜ ଟେଷ୍ଟ କ୍ୟାରିୟରର୍ ପ୍ରଥମ ସିରିଜ୍ରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥିବା ଟିମ୍ ଇଣ୍ଡିଆର ୧୮ ବର୍ଷୀୟ ବିସ୍ମୟ ବ୍ୟାଟସ୍ମ୍ୟାନ୍ ପୃଥ୍ୱୀ ଶ’ଙ୍କୁ ନେଇ ଚାରିଆଡ଼େ ଚର୍ଚ୍ଚା। ସେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟେଷ୍ଟ୍ରେ ଦମଦାର ଶତକ ହାସଲ କରିଥିବା ବେଳେ ଦ୍ୱିତୀୟ ଟେଷ୍ଟ୍ର ପ୍ରଥମ ଇନିଂସ୍ରେ ୭୦ ଓ ଦ୍ୱିତୀୟ ଇନିଂସ୍ରେ ୩୩ ରନ୍ର ଅପରାଜିତ ପାଳି ଖେଳି ନିଜର ଛାପ ଛାଡ଼ିଯାଇଛନ୍ତି।

୧୮ ବର୍ଷ ବୟସରେ ଶ’ ଏଭଳି ବ୍ୟାଟିଂ କରୁଥିବାରୁ ତାଙ୍କୁ ସମସ୍ତେ ପ୍ରଶଂସା କରୁଛନ୍ତି। କିନ୍ତୁ ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ୍ କୋହଲି ଭିନ୍ନ ପ୍ରକାରରେ ଶ’ଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ମାତ୍ର ୧୮ ବର୍ଷ ବୟସରେ ପୃଥ୍ୱୀ ଯେଉଁଭଳି ବ୍ୟାଟିଂ କରୁଛନ୍ତି, ତାହା ନିଶ୍ଚିତ ଆଶ୍ଚର୍ଯ୍ୟର ବିଷୟ। ସେ ଏମିତି ଜଣେ ଖେଳାଳି ଯିଏ, ଆପଣ ମ୍ୟାଚ୍ ଯେଉଁଭଳି ଷ୍ଟାର୍ଟ କରିବାକୁ ଚାହୁଁଥିବେ ତଦ୍ନୁଯାୟୀ ବ୍ୟାଟିଂ କରିବେ।
ବିଶେଷ କରି ପ୍ରଥମ ଟେଷ୍ଟ୍ରେ ଶ’ ଦମଦାର ବ୍ୟାଟିଂ କରିଥିଲେ। ସେ ଜଣେ ଦୁର୍ଦ୍ଧର୍ଷ ବ୍ୟାଟସ୍ମ୍ୟାନ୍। ସେ ତାଙ୍କ ବ୍ୟାଟିଂ ଉପରେ ବେଶ ଭରାସା କରନ୍ତି। ମାତ୍ର ୧୮ ବର୍ଷ ବୟସ୍ରେ ପୃଥ୍ୱୀ ଯେଉଁଭଳି ଖେଳୁଛନ୍ତି, ଆମେ ତାଙ୍କ ବୟସ୍ରେ ଥିଲା ବେଳେ ତାର ୧୦% ମଧ୍ୟ ଖେଳିବାକୁ ସକ୍ଷମ ନଥିଲୁ।

ପୃଥ୍ଵୀ ବେଶ ଆକ୍ରମଣାତ୍ମକ ଶଟ୍ ଖେଳନ୍ତି କିନ୍ତୁ ଏହାକୁ ନିଜ ନିୟନ୍ତ୍ରଣରେ ରଖିବାକୁ ସକ୍ଷମ ହୁଅନ୍ତି। ସେ କେବେ ହେଲେ ୱିକେଟ୍ ଫିଙ୍ଗିବାକୁ ଚେଷ୍ଟା କରନ୍ତି ନାହିଁ। ନୂଆ ବଲ୍ରେ ଏଭଳି ନିୟନ୍ତ୍ରଣ ସହ ଶଟ୍ ମାରିବା ଶୈଳୀ ଖୁବ୍ କମ୍ ଖେଳାଳିଙ୍କ ପାଖରେ ରହିଥାଏ ବୋଲି କୋହଲି କହିଛନ୍ତି।
from Odisha Reporter https://ift.tt/2pUWjza
No comments:
Post a Comment