ଏଥିପାଇଁ ‘କାତ୍ୟାୟିନୀ’ ରୂପରେ ପୂଜା ହୁଅନ୍ତି ମା’ ଦୁର୍ଗା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 15, 2018

ଏଥିପାଇଁ ‘କାତ୍ୟାୟିନୀ’ ରୂପରେ ପୂଜା ହୁଅନ୍ତି ମା’ ଦୁର୍ଗା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନବରାତ୍ରୀର ଷଷ୍ଠୀ ତିଥିରେ ‘କାତ୍ୟାୟିନୀ’ ରୂପରେ ପୂଜା ପାଆନ୍ତି ମା’ ଦୁର୍ଗା। କୁହାଯାଏ, ମହର୍ଷି କାତ୍ୟାୟନଙ୍କୁ ତାଙ୍କ କନ୍ୟା ରୂପରେ ଜନ୍ମ ନେବାକୁ ନିଜେ ମା’ ବର ଦେଇଥିବାରୁ ଷଷ୍ଠୀ ତିଥିରେ ‘କାତ୍ୟାୟିନୀ’ ବେଶ ଧାରଣ କରନ୍ତି। ରାଜ୍ୟର ସମଲେଶ୍ୱରୀଙ୍କ ସମେତ ଦେଶର ବିଭିନ୍ନ ଶକ୍ତି ପୀଠରେ ଷଷ୍ଠୀ ତିଥିରେ ମା’ଙ୍କୁ ଏହି ରୂପରେ ପୂଜା କରାଯାଏ।

ପୁରାଣ ଅନୁସାରେ ମହର୍ଷି କାତ୍ୟାୟନ ମା’ ଦୁର୍ଗାଙ୍କୁ ନିଜର ପୁତ୍ରୀ ରୂପରେ ପାଇବାକୁ କଠୋର ତପସ୍ୟା କରିଥିଲେ। ତାଙ୍କ ତପସ୍ୟାରେ ପ୍ରସନ୍ନ ହୋଇ ମା’ ଦୁର୍ଗା ମହର୍ଷି କାତ୍ୟାୟନଙ୍କ ଝିଅ ରୂପରେ ଧରାବତରଣ କରିଥିଲେ।

କୁହାଯାଏ, ଷଷ୍ଠୀ ତିଥିରେ ମା’ ‘କାତ୍ୟାୟିନୀ’ ଙ୍କ ପୂଜା କଲେ ସମସ୍ତ ଦୁଃଖ କଷ୍ଟ ଦୂର ହୋଇଥାଏ। କାତ୍ୟାୟନୀଙ୍କ ବାହନ ହେଉଛନ୍ତି ସିଂହ। ଏହି ଦିନ ମା’ଙ୍କର ପୂଜା କରିବା ଦ୍ୱାରା ଭୟ ଏବଂ ରୋଗ ମଧ୍ୟ ଦୂର ହୋଇଥାଏ।
ଏହା ବ୍ୟତୀତ ଯେଉଁ ବ୍ୟକ୍ତି ଶିକ୍ଷା କ୍ଷେତ୍ରରେ ଆଗକୁ ଯିବାକୁ ଚାହୁଁଛନ୍ତି ଏବଂ ଯାହାଙ୍କ ବିବାହ ସ୍ଥିର ହୋଇପାରୁନାହିଁ, ସେମାନେ ଷଷ୍ଠୀ ତିଥିରେ ମା’ଙ୍କୁ ‘କାତ୍ୟାୟିନୀ’ ରୂପରେ ପୂଜା କଲେ, ଶୁଭ ଫଳ ପାଇଥା’ନ୍ତି।
କିପରି କରିବେ ପୂଜା:
ସର୍ବପ୍ରଥମେ ଫୁଲରେ ମା’ଙ୍କୁ ସଜାଇ ପ୍ରଣାମ ମନ୍ତ୍ର ଜପ କରନ୍ତୁ। ମା’ଙ୍କୁ ଫୁଲ ଏବଂ ଜାଇ ଫଳ ଅର୍ପଣ କରନ୍ତୁ। ମା’ଙ୍କ ସହିତ ଭଗବାନ ଶିବଙ୍କର ମଧ୍ୟ ଉପାସନା କରନ୍ତୁ। ପୁରାଣ ଅନୁସାରେ ,ଏହି ଦିନ ମା’ଙ୍କର ପୂଜା କଲେ, ଗୃହସ୍ଥ ଜୀବନ ଖୁସି ରହିଥାଏ।
ଏହି ଦିନ ମା’ଙ୍କୁ ଲାଲ୍‌ ରଙ୍ଗର ବସ୍ତ୍ର ପିନ୍ଧାନ୍ତୁ ଏବଂ ମହୁ ଭୋଗ ଲଗାନ୍ତୁ।



from Odisha Reporter https://ift.tt/2COwp8C

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages