ସୁଭାଷ ଘାଇଙ୍କ ନାଁରେ ପୁଣି ଯୌନ ଉତ୍ପୀଡ଼ନ ଅଭିଯୋଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 15, 2018

ସୁଭାଷ ଘାଇଙ୍କ ନାଁରେ ପୁଣି ଯୌନ ଉତ୍ପୀଡ଼ନ ଅଭିଯୋଗ

subash

ମୁମ୍ବାଇ: ବଲିଉଡ୍‌ରେ #Me too ଅଭିଯାନ ଏବେ ତୀବ୍ର ହେବାରେ ଲାଗିଛି। ନିଜ ଅଫିସ୍‌ର ଜଣେ ମହିଳା କର୍ମଚାରୀଙ୍କୁ କିଛି ବର୍ଷ ତଳେ ମୃଦୁ ପାନୀୟରେ ନିଶା ଦେଇ ବଳାତ୍କାର କରିଥିବା ଅଭିଯୋଗରେ ଫସିଥିବା ବି’ଟାଉନ୍‌ର ଶୋ’ମ୍ୟାନ୍‌ ତଥା ନିର୍ଦ୍ଦେଶକ ସୁଭାଷ ଘାଇଙ୍କ ବିରୋଧରେ ପୁଣି ଏକ ଯୌନ ଉତ୍ପୀଡ଼ନର ଅଭିଯୋଗ ଆସିଛି। ମଡେଲ୍‌ ତଥା ଅଭିନେତ୍ରୀ କେଟ୍‌ ଶର୍ମା ଅଭିଯୋଗ କରିଛନ୍ତି ଯେ ଗତ ଅଗଷ୍ଟ ମାସ ୬ ତାରିଖରେ ଘାଇ ତାଙ୍କୁ ଘରକୁ ଡାକି ସେଠାରେ ଅସଦାଚରଣ କରିଥିଲେ। ଏନେଇ ଅଭିନେତ୍ରୀ କେଟ୍‌ ଶର୍ମା ସୁଭାଷ ଘାଇଙ୍କ ବିରୋଧରେ ଏକ ମାମଲା ମଧ୍ୟ ଦାଏର କରିଛନ୍ତି। ତେବେ ଏପରି ଅଭିଯୋଗକୁ ନିର୍ମାତା ନିର୍ଦ୍ଦେଶକ ସୁଭାଷ ଘାଇ ଅସ୍ୱୀକାର କରିଛନ୍ତି।

‌କେଟ୍‌  ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟାରେ କହିଛନ୍ତି, ‘‘ଘାଇ ମୋତେ ଅଗଷ୍ଟ ୬ରେ ତାଙ୍କ ଘରକୁ ଡାକିଥିଲେ। ମୁଁ ସେଠାରେ ପହଞ୍ଚିବାବେଳକୁ ଘାଇଙ୍କ ଘରେ ପ୍ରାୟ ୫/୬ ଜଣ ଲୋକ ଥିଲେ। ଆଉ ସମସ୍ତଙ୍କ ସାମ୍ନାରେ ସେ ମୋତେ ତାଙ୍କୁ ମସାଜ୍‌ କରିବାକୁ କହିଥିଲେ। ଏପରି ଶୁଣି ମୋତେ ଆଶ୍ଚର୍ଯ୍ୟ ଲାଗିଥିଲେ ହେଁ ଜଣେ ବରିଷ୍ଠ ବ୍ୟକ୍ତିତ୍ୱ ହୋଇଥିବାରୁ ମୁଁ ତାଙ୍କ କଥାକୁ ସମ୍ମାନ ଜଣାଇ ୨ରୁ ୩ ମିନିଟ୍‌ ଯାଏ ମସାଜ୍‌ ମଧ୍ୟ କରିଥିଲି।  ତେବେ ମସାଜ୍‌ ସାରି ମୁଁ ୱାସ୍‌ ରୁମ୍ ହାତ ଧୋଇବାକୁ ଯାଇଥିବାବେଳେ ସେ ମୋ ପଛରେ ସେଠାକୁ ମଧ୍ୟ ଆସିଥିଲେ। ସେଠାରୁ କିଛି କଥା ହେବାକୁ କହି ନିଜ ରୁମ୍‌କୁ ନେଇଥିଲେ ଏବଂ ତା’ପରେ ମୋତେ ଜବରଦସ୍ତ ଆଲିଙ୍ଗନ କରିବା ସହ କିସ୍‌ ମଧ୍ୟ କରିଥିଲେ। ମୁଁ ତାଙ୍କୁ ଯେତେବେଳେ ଛାଡ଼ିବାକୁ ଅନୁରୋଧ କଲି, ସେ ମୋତେ ଧମକାଇଥିଲେ। କହିଥିଲେ, ଯଦି ମୁଁ ତାଙ୍କ ସହ ଗୋଟିଏ ରାତି ନ କାଟେ  ତେବେ ସେ ମୋତେ ଫିଲ୍ମ୍‌ରେ ଲଞ୍ଚ୍‌ କରିବେ ନାହିଁ।’’

ଏହି ଅଭିଯୋଗ ସମ୍ପର୍କରେ ପ୍ରତିକ୍ରିୟା ରଖି ସୁଭାଷ ଘାଇ କହିଛନ୍ତି, ‘‘#Me tooଅଭିଯାନ୍‌ର ମୁଁ ଜଣେ ବଡ଼ ପ୍ରଶଂସକ।  କିନ୍ତୁ ଦୁଃଖର କଥା ଯେ କିଛି ଲୋକ ଏହାର ଅପବ୍ୟବହାର କରୁଛନ୍ତି। ତେବେ ଏପରି କରିବା ଦ୍ୱାରା ସେମାନେ ନିଜ ପ୍ରତିଷ୍ଠା ଉପରେ ଆଞ୍ଚ୍ ଆଣିବା ସହ ମୋତେ ମଧ୍ୟ ଦୁଃଖ ଦେଉଛନ୍ତି। ସେ ଯାହା ବି ହେଉଏହି ସମସ୍ୟାର ସମାଧାନ ମୋ ଓକିଲ ଅବଶ୍ୟ କରିବେ।”

 



from Odisha Reporter https://ift.tt/2yELy7Z

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages