ମୋର କୌଣସି ଦଳରେ ସାମିଲ ହେବାର ନାହିଁ: ପ୍ରଫୁଲ୍ଲ ଘଡ଼େଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 4, 2018

ମୋର କୌଣସି ଦଳରେ ସାମିଲ ହେବାର ନାହିଁ: ପ୍ରଫୁଲ୍ଲ ଘଡ଼େଇ

jajpur

ଯାଜପୁର(ଓଡ଼ିଶା ରିପୋର୍ଟର): ବରିଷ୍ଠ ନେତା ଦାମୋଦର ରାଉତଙ୍କ ସହ ଯିବା, ନଯିବା ନେଇ ପ୍ରଫୁଲ୍ଲ ଘଡ଼େଇଙ୍କ ନାଁରେ ଚର୍ଚ୍ଚା ଜୋର ଧରିଛି। ତେବେ ଏନେଇ ବରିଷ୍ଠ ନେତା ପ୍ରଫୁଲ୍ଲ ଘଡ଼େଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ସେ କହିଛନ୍ତି,“ଦାମ ବାବୁ ଜଣେ ପୂରୁଖା ନେତା। ମୁଁ ଜାଣିନି ସେ ମନଗଢ଼ା କଥା କାହିଁକି କହି ଜନମତକୁ ବିଭ୍ରାନ୍ତ କରୁଛନ୍ତି। ମୋ ସମ୍ପର୍କରେ ସେ ଯେଉଁ ମତାମତ ରଖିଛନ୍ତି ମୁଁ ସେଥିରେ ଯେତିକି ଆଶ୍ଚର୍ଯ୍ୟ ହେଉ ନାହିଁ, ବେଶୀ ମର୍ମାହତ ହେଉଛି। ବହୁଦିନ ଧରି ଆମେ ସାଙ୍ଗ ହୋଇ କାମ କରିଛୁ। ଯେଉଁଠି ନିଆଁ ନାହିଁ ସେଇଠି ଧୂଆଁ କାହିଁକି ବାହାର କରୁଛନ୍ତି। କୋଉ ଦିନ ତାଙ୍କର ମୋ ସହ ଆଲୋଚନା ହୋଇଛି? ତାଙ୍କ ପ୍ରସ୍ତାବିତ ଦଳ ଗଢ଼ିବା ପାଇଁ କେବେ ପ୍ରତ୍ୟକ୍ଷ କିମ୍ୱା ପରୋକ୍ଷରେ ଆଲୋଚନା ହୋଇନାହିଁ।  ତାଙ୍କର ଏପରି କଥା ମୋତେ ବହୁତ ଦୁଃଖ ଲାଗୁଛି।”

ସେ ଆହୁରି କହିଛନ୍ତି,‘’ ପାଣ୍ଡିଆନ୍‌ ବାବୁ ଆମକୁ ଚାପ ପକାଉଛନ୍ତି ବୋଲି ଦାମ ବାବୁ କହୁଛନ୍ତି। ମନ୍ତ୍ରୀ ପରିଷଦରୁ ଗଲା ଦିନ ଠାରୁ ପାଣ୍ଡିଆନ୍‌ ବାବୁଙ୍କ ସାଙ୍ଗରେ ମୋର କେବେ ଦେଖା ହୋଇ ନାହିଁ। ଏମିତିକି ଟେଲିଫୋନ୍‌ ଜରିଆରେ ମଧ୍ୟ କଥାବାର୍ତ୍ତା ହୋଇ ନାହିଁ। ସେ ଜଣେ ସରକାରୀ ଅଫିସର। ମୁଁ ରାଜନୀତିରେ ଥିବା ଲୋକ। ମୋର ତାଙ୍କ ସହ ରାଜନୀତି କଥାବାର୍ତ୍ତା କ’ଣ ହେବ? ମୋର କୌଣସି ଦଳରେ ସାମିଲ ହେବାର ନାହିଁ। କାରଣ ମୁଁ ନିର୍ବାଚନ ଲଢ଼ିବାକୁ ଚାହୁଁ ନାହିଁ। ମୁଁ ଆଉ ସକ୍ରିୟ ରାଜନୀତିରେ ନାହିଁ। ଦାମ ବାବୁ ଏକଥା ଭଲ ଭାବରେ ଜାଣିଛନ୍ତି। ଦାମ ବାବୁ ମୋ ନାଁରେ ବିଭିନ୍ନ କଥାରେ ମନଗଢ଼ା କଥା କୁହନ୍ତୁ ନାହିଁ। ଏଥିରେ ତାଙ୍କର କିଛି ଲାଭ ହେବ ନାହିଁ। ଏଥିରେ ମୋ ସମ୍ମାନ କାହିଁକି କ୍ଷୁଣ୍ଣ କରୁଛନ୍ତି।”

 

 



from Odisha Reporter https://ift.tt/2IDrvLO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages