ଖରାପ ହସ୍ତାକ୍ଷର ପାଇଁ ଡାକ୍ତରଙ୍କୁ ୫ ହଜାର ଲେଖାଏ ଫାଇନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 4, 2018

ଖରାପ ହସ୍ତାକ୍ଷର ପାଇଁ ଡାକ୍ତରଙ୍କୁ ୫ ହଜାର ଲେଖାଏ ଫାଇନ୍‌

ଲକ୍ଷ୍ନୌ: ଡାକ୍ତରମାନଙ୍କ ହସ୍ତାକ୍ଷର ଯେ ସହଜରେ ପଢ଼ିହୁଏ ନାହିଁ, ସେକଥା ସମସ୍ତେ ଜାଣନ୍ତି। ଡାକ୍ତରମାନେ ଲେଖୁଥିବା ପ୍ରେସିକ୍ରିପସନ୍‌ ପଢ଼ିବା ସାଧାରଣ ଲୋକଙ୍କ ପାଇଁ କାହିଁକି ଔଷଧ ଦୋକାନୀଙ୍କ ପାଇଁ ମଧ୍ୟ କାଠିକର ପାଠ। ହେଲେ ଏଭଳି ହସ୍ତାକ୍ଷର ବା ଅକ୍ଷର ପାଇଁ କେବେ କୌଣସି ଡାକ୍ତରଙ୍କୁ ଜୋରିମାନା ଲାଗୁ ହେବା ଆପଣ ଶୁଣିଛନ୍ତି କି? ଯଦି ନା, ତା’ହେଲେ ଏଭଳି ଏକ ଘଟଣା ଉତ୍ତର ପ୍ରଦେଶରେ ଘଟିଛି।

ଖରାପ ହସ୍ତାକ୍ଷର ପାଇଁ ଆହ୍ଲାବାଦ୍‌ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ ୩ ଜଣ ଡାକ୍ତରଙ୍କୁ ୫ ହଜାର ଟଙ୍କା ଲେଖାଏ ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ୩ ଜଣ ବ୍ୟକ୍ତି ଆହତ ହୋଇ ଗତ ସପ୍ତାହରେ ସୀତାପୁର, ଉନ୍ନାଓ ଓ ଗୋଣ୍ଡା ଜିଲ୍ଲାର ହସ୍ପିଟାଲ୍‌ ଯାଇଥିଲେ। କିନ୍ତୁ ସେଠାରେ ଡାକ୍ତରମାନେ ଯେଉଁ ରିପୋର୍ଟ ଲେଖିଥିଲେ, ତାହା ପଢ଼ିବା ଓ ବୁଝିବା ସମ୍ଭବ ହୋଇ ନଥିଲା।
ସେମାନଙ୍କ ହସ୍ତାକ୍ଷର ଅତ୍ୟନ୍ତ ଖରାପ ହୋଇଥିବାରୁ ରିପୋର୍ଟକୁ କେହି ବୁଝି ପାରିନଥିଲେ। ଫଳରେ ଏହି ୩ ବ୍ୟକ୍ତି ଡାକ୍ତରମାନଙ୍କ ବିରୋଧରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

କୋର୍ଟ ଏଭଳି ଆବେଦନକୁ ଗ୍ରହଣ କରିବା ପରେ ଉନ୍ନାଓର ଡ.ଟିପି ଜୈସୱାଲ, ସୀତାପୁରର ଡ.ପିକେ ଗୋଏଲ ଓ ଗୋଣ୍ଡାର ଡ.ଆଶୀଷ ସାକ୍ସେନାଙ୍କୁ ସମନସ୍‌ କରିଥିଲେ। ଆଜି ଜଷ୍ଟିସ୍‌ ଅଜୟ ଲାମ୍ବା ଓ ଜଷ୍ଟିସ୍‌ ସଞ୍ଜୟ ହରକୌଲିଙ୍କ ଖଣ୍ଡପୀଠ ଏ ସମ୍ପର୍କରେ ଡାକ୍ତରମାନଙ୍କୁ ପ୍ରଶ୍ନ କରିବା ସହ ଖରାପ ହସ୍ତାକ୍ଷର ପାଇଁ ୫ ହଜାର ଟଙ୍କା ଲେଖାଏ ଜୋରିମାନା ଦେବାକୁ କହିଥିଲେ।



from Odisha Reporter https://ift.tt/2OzBYxb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages