
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍): ଗୁଜରାଟର ରାଜକୋଟରେ ଆଜି ଦେଖିବାକୁ ମିଳିଛି ପୃଥ୍ୱୀ ଶ’ଙ୍କ ଶୋ। ଡେବ୍ୟୁ ଟେଷ୍ଟ୍ ମ୍ୟାଚ୍ରେ ସେ ମାରିଛନ୍ତି ଶତକ।
ସେ ୧୫୪ଟି ବଲ୍ରୁ ୧୩୪ ରନ୍ କରି ଆଉଟ୍ ହୋଇଛନ୍ତି। ୧୩୪ ରନ୍ ମଧ୍ୟରେ ରହିଛି ୧୯ଟି ଚୌକା। ସେ ଦେବେନ୍ଦ୍ର ବିଶୋଙ୍କ ଦ୍ୱାରା କଟ୍ ଆଣ୍ଡ ବୋଲ୍ଡ ହୋଇଥିଲେ।
ଆଜିଠାରୁ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟସ୍ଥ ଟେଷ୍ଟ୍ ସିରିଜ୍ର ପ୍ରଥମ ମ୍ୟାଚ୍ ଆରମ୍ଭ ହୋଇଛି। ଏଥିରେ ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରୁଛି।
ଶ’ ୧୩୪ ରନ୍ କରି ଆଉଟ୍ ହୋଇଥିବା ବେଳେ ଚେତେଶ୍ୱର ପୂଜାରା ୮୬ ରନ୍ କରି ଆଉଟ୍ ହୋଇଛନ୍ତି।
ଶ’ ଆଜି ୯୯ଟି ବଲ୍ ଶତକ ହାସଲ କରିଥିଲେ। ସେ ୫୬ଟି ବଲ୍ରେ ୫୦ ରନ୍ କରିଥିଲେ।
from Odisha Reporter https://ift.tt/2OCTII6
No comments:
Post a Comment