ଅନୁପ୍‌ ଓ ସଲମାନ୍‌ଙ୍କ ସହ ରୋମାନ୍ସ କରିବେ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 7, 2018

ଅନୁପ୍‌ ଓ ସଲମାନ୍‌ଙ୍କ ସହ ରୋମାନ୍ସ କରିବେ…

ମୁମ୍ବାଇ: ବିଗ୍‌ ବସ୍‌-୧୨ରେ ରବିବାର ରାତିରେ ହେବ ୱିକେଣ୍ଡ୍‌ ଯୁଦ୍ଧ।  ଏହି ଯୁଦ୍ଧ ଖୁବ୍‌ ଧମାକେଦାର ହେବ।  ଏଥର ୱିକେଣ୍ଡ୍‌ ଯୁଦ୍ଧରେ କମେଡିଆନ୍‌ ଭାରତୀ ସିଂହ କମେଡି ତଡକା ସହ ଏଣ୍ଟ୍ରି କରିବେ। ଭାରତୀଙ୍କ ଏଣ୍ଟ୍ରି ଖୁବ୍‌ ଖାସ୍‌ ରହିବ। କାହିଁକିନା ଶୋ’ରେ ସେ ସଲମାନ୍‌ ଓ ଅନୁପ୍‌ ଦୁଇଜଣଙ୍କ ସହ ରୋମାନ୍ସ କରିବେ।

ଏହାଛଡ଼ା ସେ ଷ୍ଟେଜ୍‌ରେ ସଲମାନ୍‌ଙ୍କ ପତ୍ନୀ ହୋଇ ଆସିଥିବା ପ୍ରୋମୋରେ ଦେଖିବାକୁ ମିଳିଥିଲା। ତାଙ୍କ ସହ ତାଙ୍କର ୯ ଟି ପିଲାଙ୍କୁ ବି ଶୋ’ରେ ଦେଖିବାକୁ ମିଳିବ।

ଭାରତୀଙ୍କ ଏଣ୍ଟ୍ରି ବିଗ୍‌ ବସ୍‌ ଘରେ ବି ହେବ।  ପ୍ରୋମୋରେ ଦେଖିବାକୁ ମିଳିଥିଲା ଭାରତୀ ଜସ୍‌ଲୀନ୍‌ଙ୍କୁ ସାଇଡ୍‌ କରି ଅନୁପ୍‌ଙ୍କ ସହ ରୋମାନ୍ସ କରିବେ।

ଭାରତୀ ଓ ଅନୁପ୍‌ଙ୍କ ରୋମାନ୍ସ ଦେଖି ବିଗ୍‌ବସ୍‌ ଘରର ଅନ୍ୟ ସଦସ୍ୟମାନେ ହସି ହସି ବେଦମ ହୋଇଯାଉଥିବା ଦେଖିବାକୁ ମିଲିଥିଲା।  ଏବେ ଦେଖିବା ବାକି ରହିଲା ଅନୁପ୍‌ଙ୍କ ସହ ଭାରତୀଙ୍କ ରୋମାନ୍ସ ଦେଖି ଜସଲୀନ୍‌ଙ୍କର ପ୍ରତିକ୍ରିୟା କେମିତି ରହିବ।

ରିପୋର୍ଟ ମୁତାବକ ଏଥର ଶୋ’ରେ  କେହି ବି ପ୍ରତିଯୋଗୀ ଆଉଟ୍‌ ହେବେ ନାହିଁ। କେବଳ ବିଗ୍‌ବସ୍‌ ଘରୁ ବାହାରିବାକୁ ପଡ଼ିବ। ଏଲିମିନେସନ୍‌ରେ ସଲମାନ୍‌ ଅନୁପ୍‌ ଓ ଜସ୍‌ଲୀନ୍‌ଙ୍କ ନାଁ ନେବେ। ସଲମାନ୍‌ ଅନୁପ୍‌ ଓ ଜସ୍‌ଲୀନ୍‌ ଦୁହିଁଙ୍କ ମଧ୍ୟରୁ ଜଣଙ୍କୁ ଘର ଭିତରେ ରହିବାକୁ ସୁଯୋଗ ଦେବେ। ଏହି କଥା ଶୁଣି ଅନୁପ ଘର ବାହାରକୁ ଯିବା ପାଇଁ ନିଜ ନାଁ କହିଦେଲେ।  ଏହା ପରେ ଜସ୍‌ଲୀନ୍‌ ବିଗ୍‌ ବସ୍‌ ଘରେ ଏକା ପଡ଼ିଯିବେ। ଅନୁପ୍‌ଙ୍କୁ ବାହାର କରାଯାଇ ସିକ୍ରେଟ୍‌ ରୁମ୍‌ରେ ରଖାଯିବ। ସେଠାରୁ ସେ  ଘରେ ଭିତରେ ହେବାକୁ ଥିବା ଗତିଭିତ୍ତି ଉପରେ ନଜର ରଖିବେ।



from Odisha Reporter https://ift.tt/2PdPH9P

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages