ବିରାଟ୍‌ଙ୍କ ୱେବ୍‌ସାଇଟ୍‌ ହ୍ୟାକ୍‌ କଲେ ବାଂଲା ଫ୍ୟାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 3, 2018

ବିରାଟ୍‌ଙ୍କ ୱେବ୍‌ସାଇଟ୍‌ ହ୍ୟାକ୍‌ କଲେ ବାଂଲା ଫ୍ୟାନ

ଢାକା: ଏସିଆ କପ୍‌ରେ ରୋହିତ ଶର୍ମାଙ୍କ ଟିମ୍‌ ଇଣ୍ଡିଆ ନିଜର ଦବ୍‌ଦବା ପ୍ରଦର୍ଶନ କରିବା ସହ ପୂରା ଟୁର୍ଣ୍ଣାମେଣ୍ଟ୍‌ରେ ଅପରାଜେୟ ରହିଲା। ଏଥିସହ ନିୟମିତ ଅଧିନାୟକ ବିରାଟ୍‌ କୋହିଲଙ୍କ ଅନୁପସ୍ଥିତିରେ ମଧ୍ୟ ଟିମ୍‌ ଇଣ୍ଡିଆ ସପ୍ତମ ଥର ପାଇଁ ଏସିଆ କପ୍‌ ହାସଲ କଲା।

ତେବେ ଫାଇନାଲ୍‌ ମ୍ୟାଚ୍‌ରେ ରୋହିତଙ୍କ ଟିମ୍‌ ଇଣ୍ଡିଆ ବାଂଲାଦେଶକୁ ପରାସ୍ତ କରିଥିବାରୁ ଏବେ ବାଂଲା ଫ୍ୟାନ୍‌ମାନେ ଏକ ଅଜବ ଶୈଳୀରେ ଭାରତକୁ ବଦ୍‌ନାମ କରିବାକୁ ଚେଷ୍ଟା କରିଛନ୍ତି। ସେମାନେ ଏସିଆ କପ୍‌ ଖେଳୁ ନଥିବା ଟିମ୍‌ ଇଣ୍ଡିଆର ନିୟମିତ ଅଧିନାୟକ ବିରାଟ୍‌ କୋହଲିଙ୍କ ୱେବ୍‌ସାଇଟ୍‌କୁ ହ୍ୟାକ୍‌ କରିଛନ୍ତି। ଏଥିସହ ଏସିଆ କପ୍‌ ଫାଇନାଲ୍‌ରେ ଟିମ୍‌ ଇଣ୍ଡିଆ ଚିଟିଂ କରିଥିବା ଅଭିଯୋଗ କରି ଏହି ୱେବ୍‌ସାଇଟ୍‌ ଜରିଆରେ ଫଟୋ ଛାଡ଼ି ପ୍ରତିବାଦ ମଧ୍ୟ କରିଛନ୍ତି।

ଫାଇନାଲ୍‌ ମ୍ୟାଚ୍‌ରେ ବାଂଲାଦେଶ ପକ୍ଷରୁ ଓପନର୍‌ ଲିଟନ୍‌ ଦାସ ଦମଦାର ଶତକ ହାସଲ କରିଥିଲେ। ସେ ୧୧୭ଟି ବଲ୍‌ରେ ୧୨୧ ରନ୍‌ର ଇନିଂସ୍‌ ଖେଳି ଆଉଟ୍‌ ହୋଇଥିଲେ। ସେ ଧୋନିଙ୍କ ଦ୍ୱାରା ଷ୍ଟମ୍ପ ହୋଇଥିବା ବେଳେ ଥାର୍ଡ ଅମ୍ପାୟାର ତାଙ୍କୁ ଆଉଟ୍‌ ଘୋଷଣା କରିଥିଲେ। ତେବେ ବାଂଲାଦେଶର କିଛି ଫ୍ୟାନ୍‌ ଏହାକୁ ମାନିବାକୁ ପ୍ରସ୍ତୁତ ନଥିଲେ।

ଲିଟନ୍‌ଙ୍କୁ ଜାଣିଶୁଣି ଆଉଟ୍‌ ଦିଆଯାଇଛି ଏବଂ ଭାରତ ଚିଟିଂ କରିଛି ବୋଲି ସେମାନେ ଅଭିଯୋଗ କରିବା ସହ କିଛି ଫଟୋ ମଧ୍ୟ ଛାଡ଼ିଛନ୍ତି। ଖାଲି ସେତିକି ନୁହେଁ ସୋଶାଲ୍ ମିଡିଆରେ ବାଂଲାଦେଶର ଫ୍ୟାନ୍‌ମାନେ ଟିମ୍‌ ଇଣ୍ଡିଆ ଓ ଆଇସିସିକୁ ତୀବ୍ର ସମାଲୋଚନା ମଧ୍ୟ କରିଛନ୍ତି।

ଏହି ମିଥ୍ୟା ତଥ୍ୟକୁ ପ୍ରମାଣିତ କରିବା ପାଇଁ କିଛି ବାଂଲାଦେଶ ଫ୍ୟାନ୍‌ ଏବେ ବିରାଟ୍‌ଙ୍କ ୱେବ୍‌ସାଇଟ୍‌ ହ୍ୟାକ୍‌ କରିଛନ୍ତି। ଏଥିରେ ସେମାନେ ଲିଟନ୍‌ ଦାସଙ୍କ ଆଉଟ୍‌ ବେଳର ଫଟୋ ଛାଡ଼ିବା ସହ ଆଇସିସି ପାଇଁ ଏକ ବାର୍ତ୍ତା ମଧ୍ୟ ଦେଇଛନ୍ତି। ସେମାନେ କହିଛନ୍ତି, “ ପ୍ରିୟ ଆଇସିସି। କ’ଣ କ୍ରିକେଟ୍‌ ଆଉ ଜେଣ୍ଟଲମ୍ୟାନ୍‌ଙ୍କ ଖେଳ ହୋଇ ରହିନାହିଁ? କ’ଣ ପ୍ରତିଟି ଟିମ୍‌ର ସମାନ ଅଧିକାର ନାହିଁ? ଦୟା କରି କୁହନ୍ତୁ ଲିଟନ୍‌ ଦାସ କେମିତି ଆଉଟ୍‌ ହେଲେ? ଯଦି ଆପଣ ସମଗ୍ର ବିଶ୍ୱକୁ କ୍ଷମା ନ ମାଗିବେ କିମ୍ବା ଅମ୍ପାୟାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବେ, ତା’ହେଲେ ପ୍ରତିଟି ମୁହୂର୍ତ୍ତରେ ଆମେ ୱେବ୍‌ସାଇଟ୍‌ ହ୍ୟାକ୍‌ କରିବୁ।” ଏହି ହ୍ୟାକ୍‌ ପଛରେ ସିଏସ୍‌ଆଇର ହାତ ରହିଥିବା ଜଣାପଡ଼ିଛି।

ଏଥିରେ ଆହୁରି କୁହାଯାଇଛି ଯେ, ପ୍ରିୟ ଭାରତୀୟ ଭାଇ ଓ ଭଉଣୀମାନେ। ଯଦି ଆପଣମାନଙ୍କ ସହ ଏଭଳି ଅନ୍ୟାୟ ହୋଇଥାଆନ୍ତା, ତା’ହେଲେ ଆପଣମାନେ କ’ଣ ଏହାକୁ ସହ୍ୟ କରିପାରିଥାଆନ୍ତେ?



from Odisha Reporter https://ift.tt/2OxbBrv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages