ଇଏ ହେଉଛନ୍ତି ଓଲିଉଡ୍‌ରେ ଏଲିନାଙ୍କ ‘ଫ୍ରେଣ୍ଡ୍‌ ଫର୍‌ ଏଭର୍‌’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 25, 2018

ଇଏ ହେଉଛନ୍ତି ଓଲିଉଡ୍‌ରେ ଏଲିନାଙ୍କ ‘ଫ୍ରେଣ୍ଡ୍‌ ଫର୍‌ ଏଭର୍‌’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଲିଉଡ୍‌ର ଚୁଲ୍‌ବୁଲି ଅଭିନେତ୍ରୀ ଏଲିନା ସାମନ୍ତରାୟ। ସବୁବେଳେ ଏଲିନାଙ୍କୁ ହସୁଥିବାର ଦେଖିବାକୁ ମିଳିଥାଏ। ଆଉ ଏହି ହସ ଖୁସିଆ ମିଜାଜ୍‌ ହିଁ ତାଙ୍କୁ ଆଜି ଓଲିଉଡ୍‌ର ଜଣେ ଆଗ ଧାଡିର ଅଭିନେତ୍ରୀ ଭାବେ ଠିଆ ହେବାରେ ଢେର୍ ସାହାଯ୍ୟ କରିଛି।

ଏଲିନା ଓଲିଉଡ୍‌ରେ ପାଦ ଦେବାର ୪ ବର୍ଷ ହୋଇଗଲାଣି। ୨୦୧୪ରେ ସେ ଓଲିଉଡ୍‌ରେ ପାଦ ରଖିଥିଲେ। ଏକ ରିଆଲିଟି  ଶୋ’ ଜରିଆରେ ସେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀରେ ପ୍ରବେଶ କରିଥିଲେ। ପ୍ରଥମ ଫିଲ୍ମ ଥିଲା ‘ଇସ୍କ ତୁ ହି  ତୁ’। ତେବେ ଗତ ଚାରି ବର୍ଷ ଭିତରେ ଏଲିନାଙ୍କୁ ଅନେକ କଳାକାରଙ୍କ ସହ କାମ କରିବାର ଦେଖିବାକୁ ମିଳିଛି। ସେଥିରୁ ଇଣ୍ଡଷ୍ଟ୍ରୀରେ ଏଲିନାଙ୍କର ଜଣେ ଅନ୍ତରଙ୍ଗ ବାନ୍ଧବୀ ଅଛନ୍ତି। ଯାହାଙ୍କୁ ସେ ଖୁବ୍‌ ପ୍ରଶଂସା କରନ୍ତି।

ଏଲିନାଙ୍କ ଏହି ଅଭିନେତ୍ରୀ ବାନ୍ଧବୀ ଜଣଙ୍କ ହେଉଛନ୍ତି ଶୀତଲ୍‌। ଏଲିନାଙ୍କ କହିବା ଅନୁଯାୟୀ, ଶୀତଲ୍‌ ଜଣେ ବହୁତ ସାଧାରଣ ଝିଅ। ତାଙ୍କଠୁ ଅଧିକ ସାଧାରଣ ମଣିଷ ମୁଁ ମୋ ଜୀବନରେ ଦେଖିନି।

ଯଦି ମତେ କେବେ କାହା ସହ ସାରା ଜୀବନ ପାଇଁ ବନ୍ଧୁତା ରକ୍ଷା କରିବାକୁ କୁହାଯିବ, ତେବେ ମୁଁ ଶୀତଲ୍‌ଙ୍କୁ ଏଥିପାଇଁ ବାଛିବି।

ଶୀତଲ୍‌ ମଧ୍ୟ ଏମିତି ଜଣେ ଅଭିନେତ୍ରୀ, ଯିଏ ଏଲିନାଙ୍କ ଭଳି ରିଆଲିଟି ଶୋ’ ଜରିଆରେ ମଧ୍ୟ ଓଲିଉଡ୍‌ରେ ପାଦ ରଖିଥିଲେ।



from Odisha Reporter https://ift.tt/2OOfHg0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages