
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ଆଜି ୧୭୦ ଗ୍ରାମ୍ ସୁନା ଜବତ କରାଯାଇଛି। କଷ୍ଟମ୍ସ ବିଭାଗ ଏହି ସୁନା ଜବତ କରିଛି।
ଜବତ ସୁନାର ମୂଲ୍ୟ ପ୍ରାୟ ୫ ଲକ୍ଷ ୫୦ ହଜାର ଟଙ୍କା ହେବ।
କ୍ୱାଲାଲମ୍ପପୁରରୁ ଜଣେ ବ୍ୟକ୍ତି ତାଙ୍କ ମଳଦ୍ୱାରରେ ସୁନା ଲୁଚାଇ ଆଣୁଥିବା ବେଳେ ଭୁବନେଶ୍ୱର ବିମାନବନ୍ଦରରେ କଷ୍ଟମ୍ସ ବିଭାଗ ହାତରେ ଧରା ପଡ଼ିଥିଲା।
ତାଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଉଛି। ଅଟକ ବ୍ୟକ୍ତି ହେଉଛନ୍ତି ଭାରତୀୟ ବଂଶୋଦ୍ଭବ। ତାଙ୍କ ଘର ତାମିଲନାଡୁ ରାମନାଥପୁରମ୍ ଅଞ୍ଚଳରେ।
from Odisha Reporter https://ift.tt/2Pmc9xB
No comments:
Post a Comment