ଭୁବି-ବୁମ୍‌ରାଙ୍କ ଭରସାରେ ଭାରତର ବୋଲିଂ ନିଷ୍ପତ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 27, 2018

ଭୁବି-ବୁମ୍‌ରାଙ୍କ ଭରସାରେ ଭାରତର ବୋଲିଂ ନିଷ୍ପତ୍ତି

ପୁଣେ: ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଲଗାତାର ଦୁଇ ଦୁଇଟି ହାଇ ସ୍କୋରିଂ ମ୍ୟାଚ୍‌ ପରେ ଭାରତ ଦୁଇ ପ୍ରମୁଖ ବୋଲର ଭୁବନେଶ୍ୱର କୁମାର ଏବଂ ଯଶପ୍ରୀତ୍‌ ବୁମ୍‌ରାଙ୍କ ସହିତ ତୃତୀୟ ଦିନିକିଆରେ ଓହ୍ଲାଇଛି। ଏହି ମ୍ୟାଚ୍‌ରେ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଛନ୍ତି ଅଧିନାୟକ ବିରାଟ କୋହଲି।

ଗୁଆହାଟୀର ପ୍ରଥମ ମ୍ୟାଚ୍‌ରେ ୮ ୱିକେଟ୍‌ର ବିଜୟ ଯାତ୍ରାରେ ବିଶାଖାପଟନମ୍‌ର ମ୍ୟାଚ୍‌ ଟାଇ ବିରାମ ସ୍ୱରୂପ ହୋଇଥିଲା। ଉଭୟ ମ୍ୟାଚ୍‌ରେ ୩୨୦ରୁ ଊର୍ଦ୍ଧ୍ୱ ସ୍କୋର ନିଶ୍ଚୟ ଭୁବି ଏବଂ ବୁମ୍‌ରାଙ୍କ ଅନୁପସ୍ଥିତିର ଅନୁଭବ ଆଣୁଥିଲା। ପ୍ରଥମ ପାୱାରପ୍ଲେ ଏବଂ ଡେଥ୍‌ ଓଭର ବେଳକୁ ଇଣ୍ଡିଜ୍‌ର ରନ୍‌ଭୋଜିରୁ ଏକଥା ସ୍ପଷ୍ଟ ଅନୁମାନ କରିହେଉଥିଲା।

ଶେଷ ଖବର ସୁଦ୍ଧା ଇଣ୍ଡିଜ୍‌ର ଇନିଂସ୍‌ ଆରମ୍ଭ ହୋଇଛି ଏବଂ ଚିରାଚରିତ ଭାବେ କିରନ୍‌ ପାୱେଲ୍‌ ଏବଂ ଚନ୍ଦରପଲ୍‌ ହେମ୍‌ରାଜ୍ ଇନିଂସ୍‌ ଆରମ୍ଭ କରିଛନ୍ତି। ବର୍ତ୍ତମାନ ଭାରତ ୧-୦ରେ ଆଗୁଆ ଥିବାରୁ ଏହି ମ୍ୟାଚ୍‌ରେ ବିଜୟ ଲାଭ କଲେ ସିରିଜ୍‌ରେ ଭାରତର ସ୍ଥିତି ମଜମୁତ ହେବ। ଅନ୍ୟପକ୍ଷରେ ଇଣ୍ଡିଜ୍‌ ଜିତିଲେ ସିରିଜ୍‌ର ସ୍ଥିତି ୧-୧କୁ ଚାଲିଆସିବ। ପ୍ରଥମ ମ୍ୟାଚ୍‌ରେ ସ୍ଥାନ ପାଇ ମାତ୍ର ଗୋଟିଏ ୱିକେଟ୍‌ ନେଇପାରିଥିବା କେ ଖାଲିଲ୍‌ ଅହମ୍ମଦ ମଧ୍ୟ ଆଜିର ମ୍ୟାଚ୍‌ରେ ସ୍ଥାନ ପାଇଛନ୍ତି।



from Odisha Reporter https://ift.tt/2RhCEFa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages