
ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଗୋଟିଏ ମଞ୍ଚରେ ମୁଖରିତ ହେବ ଓଡ଼ିଶୀ କଣ୍ଠ ସଙ୍ଗୀତ, ମର୍ଦ୍ଦଳର ତାଳ ଆଉ କୃଷ୍ଣପ୍ରେମର ନୃତ୍ୟଛନ୍ଦ ‘‘ଓଡ଼ିଶୀ’’। ରସିକ ଶ୍ରୋତା ଓ ଦର୍ଶକଙ୍କ ପାଇଁ ଏମିତି ସୁଯୋଗ ଆଣି ଦେଇଛି ‘‘ଆରଧନା’’। ଗୁରୁ ପଞ୍ଚାନନ୍ ଭୟାଁଙ୍କ ଓ ଗୁରୁ ପ୍ରିୟମ୍ବଦା ସାମନ୍ତରାୟଙ୍କ ପ୍ରତ୍ୟକ୍ଷ ତ୍ତ୍ତ୍ୱାବଧାନରେ ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀର 89 lodhi road ସ୍ଥିତ stein auditorium ଠାରେ ଅକ୍ଟୋବର ୧୬ ଓ ୧୭ ତାରିଖରେ ୨ ଦିନ ଧରି ଅନୁଷ୍ଠିତ ହେଉଛି ନୃତ୍ୟ ବସୁଧା କାର୍ଯ୍ୟକ୍ରମ।
ଉଦ୍ଘାଟନୀ ଉତ୍ସବରେ ଓଡ଼ିଶାର ପ୍ରକ୍ଷାତ ଓଡ଼ିଶୀ ସଙ୍ଗୀତ ବିଶାରଦ ଗୁରୁ ବିଜୟ ଜେନା କଣ୍ଠ ସଙ୍ଗୀତ ପରିବେଷଣ କରିବେ। ପରେ ପରେ ଗୁରୁ ଶ୍ରୀମତି କବିତା ଦ୍ୱିବେଦୀଙ୍କ ଗ୍ରୁପ୍ ଦ୍ୱାରା ପରିବେଷିତ ହେବ ଓଡ଼ିଶୀ ନୃତ୍ୟ ନାଟିକା। ଏହା ପରେ ଶେଷ ପର୍ଯ୍ୟାୟରେ ଅନୁଷ୍ଠିତ ହେବ ଆରଧାନ ଡ୍ୟାନ୍ସ ଫାଉଣ୍ଡେସନ୍ ପକ୍ଷରୁ ତାଳ ଧ୍ୱନୀ।
ସେହିପରି ଉଦ୍ଯାପନୀ ସନ୍ଧ୍ୟାରେ ପ୍ରମୂଖ ଆକର୍ଷଣ ଭାବେ ପରିବେଶିତ ହେବ ଗୁରୁ ସଚ୍ଚିତାନନ୍ଦ ଦାସଙ୍କ ଦ୍ୱାକରା ମର୍ଦ୍ଦଳ ବାଦନ, ଗୁରୁପଞ୍ଚାନନ୍ ଭୂୟାଁଙ୍କ ଦ୍ୱାରା ଓଡ଼ିଶୀ ଏକକ ନୃତ୍ୟ ଓ ଗୁରୁ ଶ୍ରୀମତୀ କସ୍ତୁରୀ ପଟ୍ଟନାୟକଙ୍କ ଗ୍ରୁପ୍ ଦ୍ୱାରା ପ୍ରସ୍ତୁତ ନୃତ୍ୟ ନାଟିକା ମୋହ-ମାହା।
ଉପରୋକ୍ତ କାର୍ଯ୍ୟକ୍ରମ ଦ୍ୱୟରେ ଅତିଥି ଭାବେ ଯୋଗଦେବେ, ମାନ୍ୟବର କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ୍, ପଦ୍ମବିଭୂଷଣ ଶ୍ରୀ ରାଜୀବ୍ ସେଠୀ, ମାନ୍ୟବର ଏମ୍ପି ଶ୍ରୀ ପିନାକି ମିଶ୍ର, ପ୍ରକ୍ଷାତ ନୃତ୍ୟ ଗୁରୁ ରଞ୍ଜନା ଗୌହାର, ରାଜିବ ରାୟ ଭଟନାଗର, ଗୁରୁ ସରୋନ୍ ଲୋଏନ୍, ଭାରତି ପାଣ୍ଡେ, ଶ୍ରୀ ଅଦୈତ ଗଡନାୟକ ( ଡାଇରେକ୍ଟର ଜେନେରାଲ୍, ନ୍ୟାସ୍ନାଲ୍ ଗ୍ୟାଲେରୀ ଅଫ୍ ମର୍ଡନ୍ ଆର୍ଟ)।
from Odisha Reporter https://ift.tt/2OqsTHJ
No comments:
Post a Comment