‘ସରକାର ଦାୟୀ’ ମାନସିକତା ବିରୋଧରେ ଦୁଇପଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 22, 2018

‘ସରକାର ଦାୟୀ’ ମାନସିକତା ବିରୋଧରେ ଦୁଇପଦ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ସବୁ କଥାରେ ସରକାର ଦାୟୀ’ ଭଳି ଏକ ମାନସିକତା ଏବେ ସାରା ଭାରତରେ ଦୃଢ଼ ହେବାରେ ଲାଗିଛି। ଏ କଥା ସତ ଯେ, ଏ ଦେଶ ଯେତେବେଳେ ସରକାରଙ୍କର, ସେତେବେଳେ ସବୁକିଛି ପାଇଁ ସରକାର ଦାୟୀ ରହିବାକୁ ବାଧ୍ୟ। କିନ୍ତୁ ଦେଶ ପ୍ରତି ନାଗରିକଙ୍କର ମଧ୍ୟ କିଛି ଦାୟିତ୍ୱ ଅଛି।

ନିକଟରେ ପଞ୍ଜାବର ଅମୃତସର ସହରରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ଟ୍ରେନ୍ ଲାଇନ୍ କଡ଼ରେ ଆୟୋଜିତ ଏକ ରାବଣପୋଡ଼ି ଉତ୍ସବ ଦେଖିବାକୁ ଏକାଠି ହୋଇଥିବା ଲୋକଙ୍କ ଉପରେ ଦ୍ରୁତଗାମୀ ଟ୍ରେନ୍ ଚଢ଼ିଯାଇଛି। ଫଳରେ ବହୁସଂଖ୍ୟାରେ ଲୋକଙ୍କର ମୃତ୍ୟୁ ହୋଇଛି। ଈଶ୍ୱର କରନ୍ତୁ ଏପରି ଦୁର୍ଭାଗ୍ୟଜନକ ଅଘଟଣ କେବେ ନଘଟୁ।

ଏହି ଘଟଣା ବିରୋଧରେ ଏବେ ସ୍ୱର ଉଠିଛି। ଲୋକେ ଆନ୍ଦୋଳନ କରି, ଏଥିପାଇଁ ରେଳ ବିଭାଗକୁ ଦାୟୀ କରୁଛନ୍ତି। କିନ୍ତୁ ଟ୍ରେନ୍ ଲାଇନ୍ ନିକଟରେ ରାବଣପୋଡ଼ି ଆୟୋଜନ କରିବା ଆଦୌ ସମୀଚିନ ନୁହେଁ। ଏତେବଡ଼ ଆୟୋଜନ ହେବାକୁ ଯାଉଛି, କିନ୍ତୁ ପ୍ରଶାସନ ଏହା ଜାଣିନଥିଲା କେମିତି? ଟ୍ରେନ୍ ଲାଇନ୍‌ ଉପରେ ଠିଆ ହୋଇ ରାବଣପୋଡ଼ି ଦେଖିବା କ’ଣ ଠିକ୍ କଥା କି?
ନିକଟରେ ଏକ ଖବର ଆସିଥିଲା, କୌଣସି ଏକ ସ୍ଥାନରେ ରୋଷେଇ ଘରେ ଗ୍ୟାସ୍ ସିଲିଣ୍ଡର ଫାଟି ଜଣଙ୍କର ମୃତ୍ୟୁ ହୋଇଥିଲା, କିନ୍ତୁ ମୃତକଙ୍କ ପରିବାର ଲୋକେ ମୃତଦେହ ଧରି କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କରିଥିଲେ।

ଆମ ଲୋକମାନେ ଆଦୌ ସଚେତନ ରହିବାକୁ ଚାହାଁନ୍ତିନି, କିନ୍ତୁ ଅଘଟଣ ଘଟିଗଲେ ସରକାର ଦାୟୀ ବୋଲି ଆନ୍ଦୋଳନ କରନ୍ତି। ଆଉ ଭୋଟ୍ ଲୋଭରେ ରାଜନୈତିକ ଦଳ ଗୁଡ଼ିକ ମଧ୍ୟ ଭୁଲ୍ ବାଟରେ ଥିବା ଲୋକଙ୍କୁ ସମର୍ଥନ ଦିଅନ୍ତି। ସେମାନେ କେବେବି ଲୋକଙ୍କୁ ‘ନିୟମ’କୁ ମାନିବା ଶିଖାନ୍ତିନି। ବରଂ ‘ନିୟମ ଭାଙ୍ଗିବା’କୁ ଠିକ୍ ବୋଲି ସମର୍ଥନ ଦିଅନ୍ତି। ଗଣତନ୍ତ୍ର ପାଇଁ ଏହା ବିପଦ। ଜନତା ସଚେତନ ହେଲେ ଗଣତନ୍ତ୍ର ରାଷ୍ଟ୍ରରେ ସବୁ ଯୋଜନା ସଫଳ ହେବ।

ଟ୍ରେନ୍ ଲାଇନ୍ ପାଖରେ ଠିଆହେବା ବିପଦ ଏ କଥା କ‘ଣ ଲୋକେ ଜାଣିନଥିଲେ? ଆୟୋଜକ କେମିତି ସେଠି ରାବଣପୋଡ଼ିର ଆୟୋଜନ କଲେ? ଆଉଗୋଟେ କଥା ହେଲା, ଟ୍ରେନ୍ ଲାଇନ୍‌ ଗୁଡ଼ିକୁ ଖୋଲାରେ ନିଆଯିବା ଏକ ଭୟଙ୍କର ବ୍ୟବସ୍ଥା ନିଶ୍ଚୟ। କିଛି କିଛି ଦେଶରେ ଟ୍ରେନ୍‌ ଲାଇନ୍‌କୁ ନିଷିଦ୍ଧାଞ୍ଚଳ କରି ତାରବାଡ଼ ଦିଆଯିବା ଦେଖିବାକୁ ମିଳିଥାଏ। ଭାରତରେ କିନ୍ତୁ ଟ୍ରେନ୍ ଲାଇନ୍ ପାଖରେ ଜନବସତି ରହିବା କିମ୍ବା ଟ୍ରେନ୍ ଲାଇନ୍ କଡ଼ରେ ଆସି ଲୋକେ ଘର କରି ରହିବା ଏକ ସାଧାରଣ କଥା। ତେଣୁ ଅନେକ ସମୟରେ ଅଘଟଣ ଘଟିଥାଏ ଓ ଏହାକୁ ନେଇ ଆନ୍ଦୋଳନ ମଧ୍ୟ ହୋଇଥାଏ। ରେଳ ବିଭାଗ ଜନବସତି ଦେଇ ଯାଇଥିବା ଟ୍ରେନ୍ ଲାଇନ୍ କଡ଼ରେ ତାରବାଡ଼ର ବ୍ୟବସ୍ଥା କରିପାରିବେ। କିନ୍ତୁ ଏହା ବ୍ୟୟ ସାପେକ୍ଷ। ଆମ ଲୋକମାନେ ବି ତାରବାଡ଼ ଭାଙ୍ଗିଦେଇ ପାରନ୍ତି।

ବହୁ ଖରାପ ଗୁଣ ସତ୍ୱେ, କେନ୍ଦ୍ରରେ ଥିବା ବିଜେପି ସରକାରର ଗୋଟିଏ କଥାକୁ ପ୍ରଶଂସା କରିବାକୁ ପଡ଼ିବ, ଖୋଲାରେ ମଳତ୍ୟାଗ କରିବା ଖରାପ ବୋଲି ଟିଭିରେ ବିଜ୍ଞାପନ ବଜେଇଲେ। ଟଙ୍କା ଖର୍ଚ୍ଚ କରି ସରକାର ଲୋକଙ୍କୁ ନୀତିଶିକ୍ଷା ଦେବାକୁ ବାଧ୍ୟ ହେଇଛନ୍ତି। ଲୋକେ ନିଜେ ଅପରିଷ୍କାର କରି ରୋଗରେ ପଡ଼ିବେ, ତା ପରେ କହିଲେ ଏଥିପାଇଁ ସରକାର ଦାୟୀ। ଏହା କେବେବି ଗ୍ରହଣୀୟ ନୁହେଁ।



from Odisha Reporter https://ift.tt/2PLf5UM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages