ମଉଳିଲା ରାହୁଲ ଗାନ୍ଧିଙ୍କ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବାର ଆଶା! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 22, 2018

ମଉଳିଲା ରାହୁଲ ଗାନ୍ଧିଙ୍କ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବାର ଆଶା!

ନୂଆଦିଲ୍ଲୀ: କର୍ଣ୍ଣାଟକା ନିର୍ବାଚନ ବେଳେ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଦଳ ପକ୍ଷରୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ ବୋଲି ନିଜଆଡ଼ୁ ଘୋଷଣା କରିଥିଲେ। କିନ୍ତୁ ରାହୁଲଙ୍କ ଏହି ଆଶା ବୋଧେ ପୂରଣ ହେବା କ୍ଷୀଣ। ଦେଶର ପ୍ରଧାନମନ୍ତ୍ରୀ ହେବା ତ ଦୂରର କଥା, ସେ ଦଳର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବା ଏବେ ଅନିଶ୍ଚିତତା ମଧ୍ୟରେ ରହିଛି।

ଖୋଦ୍‌ ଦଳର ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ୍‌ ରାହୁଲଙ୍କ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବାର ସ୍ୱପ୍ନରେ ଯବନିକା ପକାଇଛନ୍ତି।

ନ୍ୟୁଜ୍‌ ୧୮ର ତାମିଲ ଚ୍ୟାନେଲ୍‌କୁ ସାକ୍ଷାତକାର ଦେଇ ଚିଦାମ୍ବରମ କହିଛନ୍ତି, “କଂଗ୍ରେସ କେବେ ହେଲେ ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହୁଅନ୍ତୁ ବୋଲି ଚାହିଁ ନାହିଁ। ଦଳ ରାହୁଲ ଗାନ୍ଧି କିମ୍ବା ଅନ୍ୟ କୌଣସି ନେତାଙ୍କୁ ୨୦୧୯ ନିର୍ବାଚନରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଆଗକୁ ଆଣିବ ନାହିଁ। ହଁ, କିଛି କଂଗ୍ରେସ ନେତା ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ ବୋଲି ଆଲୋଚନା କରୁଥିଲେ। କିନ୍ତୁ ଏଆଇସିସି ତୁରନ୍ତ ଏହି ଆଲୋଚନାରେ ହସ୍ତକ୍ଷେପ କରି ଏହାକୁ ସେଇଠାରେ ହିଁ ବନ୍ଦ କରିଥିଲା। ଆମର ଗୋଟିଏ ଲକ୍ଷ୍ୟ ହେଉଛି, ବିଜେପିକୁ କ୍ଷମତାରୁ ହଟାଇବା। ଆମେ ଏମିତି ଏକ ବିକଳ୍ପ ସରକାର ଚାହୁଁଛୁ, ଯିଏ ଦେଶର ବିକାଶ କଥା ଚିନ୍ତା କରିବ। ଚାଷୀଙ୍କ ଠାରୁ ଆରମ୍ଭ କରି ମହିଳାଙ୍କ ସୁରକ୍ଷା କଥା ଚିନ୍ତା କରୁଥିବା ଦଳ ସରକାରକୁ ଆସିବା ଦରକାର” ବୋଲି ସେ କହିଛନ୍ତି।

ସେ ଆହୁରି କହିଛନ୍ତି, ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରାଯିବ ନାହିଁ। ବିଜେପିକୁ ହରାଇବା ପାଇଁ ପ୍ରସ୍ତାବିତ ମହାଗଠବନ୍ଧନ ନିର୍ବାଚନ ପରେ ହିଁ କିଏ ପ୍ରଧାନମନ୍ତ୍ରୀ ହେବ, ସେକଥା ସ୍ଥିର କରିବ। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଞ୍ଚଳିକ ଦଳଗୁଡ଼ିକୁ କଂଗ୍ରେସ ସହ ମେଣ୍ଟ ନ କରିବାକୁ ଧମକ ଦେଉଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି।

ଚିଦାମ୍ବରମଙ୍କ ଏଭଳି ବୟାନ ପରେ ରାହୁଲ ଗାନ୍ଧିଙ୍କ ପ୍ରଧାନମନ୍ତ୍ରୀ ହେବାର ଆଶା ଏକ ପ୍ରକାର ମଉଳି ଯାଇଛି। ଏଥିସହ ରାହୁଲଙ୍କ ନେତୃତ୍ୱକୁ ନେଇ ଦଳର ନେତାମାନଙ୍କ ମଧ୍ୟରେ ମତାନ୍ତର ରହିଛି ବୋଲି ସ୍ପଷ୍ଟ ହୋଇଛି।

ଅନ୍ୟପକ୍ଷରେ ଚିଦାମ୍ବରମଙ୍କ ସହ ପରୋକ୍ଷରେ ଏକମତ ହୋଇଛନ୍ତି ଅନ୍ୟତମ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ୍‌ ଆଇନ୍‌ ମନ୍ତ୍ରୀ ସଲମନ ଖୁର୍ସିଦ। ସେ କହିଛନ୍ତି, କଂଗ୍ରେସ କେବେ ହେଲେ ଏକାକୀ ନିର୍ବାଚନ ଜିତି ବିଜେପିକୁ କ୍ଷମତାଚ୍ୟୁତ କରିପାରିବ ନାହିଁ। ଦଳର ବର୍ତ୍ତମାନ ସ୍ଥିତିକୁ ଦେଖିଲେ ଏଭଳି କୁହାଯାଇ ପାରେ। କିନ୍ତୁ ମହାମେଣ୍ଟ କିଛି ପରିବର୍ତ୍ତନ ଆଣିପାରିବ। ହେଲେ ଏହି ମହାମେଣ୍ଟ କଂଗ୍ରେସ ନେତୃତ୍ୱରେ ହେଲେ କିଛି ବି ପ୍ରଭାବ ପକାଇ ପାରିବ ନାହିଁ। ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ସରକାରଙ୍କୁ ହରାଇବାକୁ ହେଲେ ମହାମେଣ୍ଟରେ ସାମିଲ ହେବାକୁ ଥିବା ପ୍ରତିଟି ଦଳକୁ ଅନ୍ୟ ସହ ବୁଝାମଣା ଓ ସହଯୋଗ କରିବାକୁ ପଡ଼ିବ। କଂଗ୍ରେସ ଏକାକୀ କ୍ଷମତାକୁ ଫେରିବ ବୋଲି ଆଶା କରିବା ବୃଥା ବୋଲି ସେ କହିଛନ୍ତି।

ସେ କହିଛନ୍ତି, ଦଳର ନେତୃବୃନ୍ଦ ବୁଝିଛନ୍ତି ଯେ ମହାମେଣ୍ଟ ହିଁ ଦେଶର ସରକାରଙ୍କୁ ବଦଳାଇ ପାରିବ। ବିଜେପିକୁ ହଟାଇବା ପାଇଁ ସମସ୍ତ ପ୍ରକାରର ବଳିଦାନ ଦେବାକୁ ମହାମେଣ୍ଟର ଦଳଗୁଡ଼ିକ ପ୍ରସ୍ତୁତ ରହିବା ଦରକାର। କଂଗ୍ରେସ ଏପରି ବୁଝାମଣା କରିବାକୁ ପ୍ରସ୍ତୁତ ଅଛି। ଏଥିପାଇଁ ଅନ୍ୟ ଦଳଗୁଡ଼ିକ ମଧ୍ୟ ରାଜି ହେବା ଦରକାର। କେବଳ କଂଗ୍ରେସ ପାଇଁ ବା କଂଗ୍ରେସକୁ ଆଗରେ ରଖି ମହାମେଣ୍ଟ କଲେ କିଛି ଲାଭ ହେବ ନାହିଁ ବୋଲି ସେ କହିଛନ୍ତି। ଏଥିରୁ ସ୍ପଷ୍ଟ ଜଣାପଡୁଛି, ଖୁର୍ସିଦ ମଧ୍ୟ ରାହୁଲଙ୍କ ସମେତ କଂଗ୍ରେସର କେହି ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହୁଅନ୍ତୁ ବୋଲି ଚାହୁଁ ନାହାନ୍ତି।



from Odisha Reporter https://ift.tt/2yvkNUi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages